Hindi News >>Home >>Top 10 News

Top 10 News Today: ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୬୩.୮୫ ପ୍ରତିଶତ ମତଦାନ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Advertisement
Top 10 News Today: ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୬୩.୮୫ ପ୍ରତିଶତ ମତଦାନ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Stop
Soubhagya Ranjan Mishra|Updated: May 13, 2024, 09:57 PM IST

Top 10 News Today: 

01- ଭାରତ ଗଣତନ୍ତ୍ରର ମହାପର୍ବରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାଦ କରିଥିଲା ଓଡ଼ିଶା। ୪ଟି ଲୋକସଭା ମଣ୍ଡଳୀ ଏବଂ ୨୮ଟି ବିଧିନସଭା ମଣ୍ଡଳୀଲାଗି ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିଲା । ମୋଟ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୬୩.୮୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ନବରଙ୍ଗପୁରରେ ସର୍ବାଧିକ ୭୩.୪୪ ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁରରେ ସର୍ବନିମ୍ନ ୪୭.୯୦ ପ୍ରତିଶତ ମତଦାନ ହୋଇଛି ।

02- ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୧୦ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ନିର୍ବାଚନମଣ୍ଡଳୀରେ ଆଜି (ସୋମବାର) ମତଦାନ ହୋଇଛି । ଅପରାହ୍ନ ୫ ଟା ସୁଦ୍ଧା ପର୍ଯ୍ୟନ୍ତ ୬୨% ରୁ ଅଧିକ ଭୋଟର ମତଦାନ କରିଥିବା ସୂଚନା ମିଳିଛି । ତେବେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ରେକର୍ଡ ହୋଇଛି । ୭୫.୬୬ ପ୍ରତିଶତ ଭୋଟର ପଶ୍ଚିମବଙ୍ଗରେ ମତଦାନ କରିଥିବା ସମୟରେ ମଧ୍ୟପ୍ରଦେଶରେ ୬୮.୦୧ ପ୍ରତିଶତ ମତଦାନ ହୋଇଛି । ସେହିପରି ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ର ଯଥାକ୍ରମେ ୩୫.୭୫ ଏବଂ ୫୨.୪୯ ପ୍ରତିଶତ ମତଦାନ ହୋଇଛି ।  ଆନ୍ଧ୍ରପ୍ରଦେଶରେ ମୋଟ ୬୮.୦୪ , ବିହାରରେ ୫୪.୧୪, ଝାଡଖଣ୍ଡରେ ୬୩.୧୪, ଓଡ଼ିଶାରେ ୬୨.୯୬, ତେଲେଙ୍ଗାନାରେ ୬୧.୧୬ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୫୬.୩୫ ପ୍ରତିଶତ ମତଦାନ ହୋଇଛି।

03- କେନ୍ଦୁଝରରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଘରୋଇ ବସ୍ ମା ଓଲଟି ପଡିବାରୁ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ବସଟି ରାଉରକେଲା ଅଭିମୁଖେ ଯାଉଥିବା ସମୟରେ କୁସୁମ ଘାଟି ପରେ ରହିଥିବା ବୁଲାଣିରେ ଓଲିଟି ପଡିଥିଲା । କିଛି ଆହତଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସମୟରେ କିଛି ଜଣଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି । ବ୍ରେକ୍ ଫେଲ୍ କାରଣରୁ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି । ୨ଜଣ ଯାତ୍ରୀଙ୍କ ଅବସ୍ଥା ଅଧିକ ଗୁରତର ରହିଛି ।

04- ନିର୍ବାଚନ କକ୍ଷ ଭିତରେ ବିଶୃଙ୍ଖଳିତ ଆଚରଣ ଯୋଗୁ ୫ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେଥିରୁ ୪ ଜଣ ପ୍ରିଜାଇଡିଂ ଅଫିସର ରହିଥିବା ବେଳେ ଜଣେ ମତଦାନ ଅଧିକାରୀ ରହିଛନ୍ତି। ଦିନ ୩ଟା ସୁଦ୍ଧା ଭୋଟିଂ ରେକର୍ଡକୁ ବ୍ୟାଖ୍ୟା କରିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି।  ଏଥିରୁ ଦୁଇଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ ଗିରଫ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

05- ଆସନ୍ତା କାଲି ବାରଣାସୀରୁ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପୂର୍ବରୁ ଆଜି କାଶୀରେ ସେ ଏକ ବିଶାଳ ଶୋଭାଯାତ୍ରା ତଥା ରୋଡ୍‍ ଶୋ’ରେ କାର୍ଯ୍ୟକ୍ରମ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଜୁନ୍‍ ୧ ତାରିଖ ଦିନ ଏଠାରେ ଭୋଟଗ୍ରହଣ ହେବ। 

06- ଆଜି  ପୁରୀରେ ରଥ ନିର୍ମାଣର ତୃତୀୟ ଦିବସ। ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଲାଗି ମହାରାଣା ସେବକମାନେ କାର୍ଯ୍ୟ ଜୋରଦାର କରିଛନ୍ତି।  ତିନିରଥର ୬ ଗୋଟି ତୁମ୍ବର ଗୋଲେଇ ସହ ମଠା କାର୍ଯ୍ୟ ଶେଷ ହୋଇଛି।  ସମୁଦାୟ ୪୨ଟି ତୁମ୍ବ ଆବଶ୍ୟକ ରହିଛି। ଏହା ତିନି ରଥର ୪୨ଗୋଟି ଚକ ନିର୍ମାଣ ପାଇଁ ପ୍ରମୁଖ ଭାବେ ଆବଶ୍ୟକ ହୋଇଥାଏ।  ତୁମ୍ଭ ପ୍ରସ୍ତୁତ ପରେ ସେଥିରେ ସୂତା ବାଡ଼ିଆ ଯାଇ ବିନ୍ଧ କରାଯିବ।ପରେ ଅର ଓ ପହି ସଂଯୋଗ କରି ଚକ ନିର୍ମାଣ ହେବ।

07- ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି ହୋଇଛି। ବାରମ୍ବାର କୋର୍ଟଙ୍କ ସମନ ସତ୍ତ୍ୱେ ବିଭିନ୍ନ କାରଣ ଦେଖାଇ ହାଜର ନହେବା ଯୋଗୁ କୋର୍ଟ ଏହି ଓ୍ୱାରେଣ୍ଟ ନିଷ୍ପତ୍ତି ନେଇଛନ୍ତି। ୨୩ ତାରିଖ ସୁଦ୍ଧା ଏହି ଓ୍ୱାରେଣ୍ଟକୁ ଲାଗୁ କରିବାକୁ ପୁରୀ ଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିନେତ୍ରୀ ବର୍ଷାଙ୍କ ଦ୍ୱାରା ଦାୟର ଏତଲାକୁ ନେଇ ଅନୁଭବ ଏହି ଓ୍ୱାରେଣ୍ଟ ଜାରି କରାଯାଇଛି। 

08- ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ। ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ୧୬ ତାରିଖରେ କନ୍ଧମାଳ ସଭାରେ ଖର୍ଗେ ଯୋଗ ଦେବେ। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।  ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ବରିଷ୍ଠ ନେତା ଜୟରାମ ରମେଶ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

09- ଆଜି ପାଲଲହଡାରେ ନିର୍ବାଚନ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ପ୍ରଥମେ ସ୍ମୃତି ପୀଠ କଥା ଉଲ୍ଲେଖ କରି ମହାନ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ ଜନସଭାକୁ ସମ୍ୱୋଧିତ କରିଥିଲେ । ଦଶ ବର୍ଷ ହେଲା ଏ ମାଟିର ପୁଅ ଜଣେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଏହା ଓଡ଼ିଶା ପାଇଁ ଖୁସି ଓ ଗର୍ବର କଥା କିନ୍ତୁ କେନ୍ଦ୍ର ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ତେଣୁ ସେ ଚାହିଁଥିଲେ ପ୍ରତି ବ୍ଲକରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥାନ୍ତା, ଗୋଟିଏ ଦସ୍ତଖତରେ ନବୋଦୟ ବିଦ୍ୟାଳୟ ହୋଇଥାନ୍ତା, ହେଲା କି? ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ ।

10- ଡାକ୍ତର ମାନସ ରଞ୍ଜନ ସାହୁ ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି : ରାଜ୍ୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଡା. ମାନସ ରଞ୍ଜନ ସାହୁ। ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି।

Also Read- ମହିଳା ଭୋଟରଙ୍କୁ ବୁର୍ଖା ଉଠାଇବା କହିଲେ ମାଧବୀ ଲତା, ମାମଲା ରୁଜୁ

Read More
{}{}