Hindi News >>Home >>Top 10 News

Top 10 News Headlines: ପରପାରିରେ ଜୁଏଲ ଓରାମଙ୍କ ପତ୍ନୀ, ବିଶ୍ୱରେ ମଙ୍କିପକ୍ସର ଭୟ ସହ ଅନ୍ୟାନ୍ୟ ଖବର

Odisha news live updates: ସକାଳର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Advertisement
Top 10 News Headlines: ପରପାରିରେ ଜୁଏଲ ଓରାମଙ୍କ ପତ୍ନୀ, ବିଶ୍ୱରେ ମଙ୍କିପକ୍ସର ଭୟ ସହ ଅନ୍ୟାନ୍ୟ ଖବର
Stop
Rashmita Sahoo|Updated: Aug 18, 2024, 08:00 AM IST

Jual Oram Wife Passed Away: ପରଲୋକରେ ସୁନ୍ଦରଗଡ଼ ସାଂସଦ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ୍। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପତ୍ନୀ ଝିଙ୍ଗିଆ। ହେଲେ ଶନିବାର ବିଳମ୍ବିତ ରାତି ୧୦ଟା ୫୦ ମିନିଟରେ ଝିଙ୍ଗିଆଙ୍କ ବିୟୋଗ ଘଟିଥିବା ନେଇ ସୂଚନା ରହିଛି। ମୋଦି ସରକାରର ଏହି କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ନିଜେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଝିଙ୍ଗିଆଙ୍କ ବିୟୋଗ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବାଚସ୍ପତି ସୁରମା ପାଢୀ ଏବଂ ଅନ୍ୟ ବିଜେପି ନେତା ବିଳମ୍ବିତ ରାତିରେ ତାଙ୍କର ଶେଷ ଦର୍ଶନ କରିଛନ୍ତି।

OAS Reshuffle: OAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୨୯ ଜଣ ଓଏଏସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ୱ ବିଭାଗରେ OAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । କିଛି ତହସିଲଦାରଙ୍କ ସହ ମୋଟ ୨୯  ଓଏଏସ୍‌ ଅଫିସରଙ୍କ ବଦଳି ହୋଇଥିବା ସୂଚନା ରହିଛି । 

Ganesh Puja: ଆସୁଛି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ସବୁଠାରୁ ବଡ଼ ପର୍ବ ଗଣେଶ ପୂଜା । ସେପ୍ଟେମ୍ବର ୭ ତାରିଖରେ ପୁଣିଥରେ ଧରାକୁ ଆସୁଛନ୍ତି ଗଣପତି ବାବା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂଜା ଏବଂ ଏହାର ପ୍ରସ୍ତୁତିକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥର ଗଣେଶ ପୂଜାରେ ଡିଜେ ଉପରେ ବ୍ୟାନ୍ ଆଦେଶ ଜାରି ହୋଇଛି । ଚଳିତବର୍ଷ ଗଣେଶ ପୂଜାରେ ଡିଜେ ବାଜିବନି ଏବଂ ଏହା ଉପରେ ବ୍ୟାନ୍ ଲଗାଇବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଏ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । 

Odisha Weather Update: ଉତ୍ତର ବଙ୍ଗୋପସାଗର ଓ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଲଘୁଚାପ ଦକ୍ଷିଣ ବାଂଲାଦେଶ ଅଞ୍ଚଳରେ ସ୍ଥିର ରହିଛି। ଯାହା ଫଳରେ ସମୁଦ୍ର ପତ୍ତନ ଠାରୁ ୭ କିମି ଉପରେ ବାତ୍ୟାକ୍ଷେତ୍ର ସୃଷ୍ଟି ହେବା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ସୁଦ୍ଧା ବାଂଲାଦେଶ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ବଡ଼ ଲଘୁଚାପ ବଳୟ ସୃଷ୍ଟି ହେବ।

Puri Sri Mandira Ratnabhandar: ବହୁ କଳ୍ପନାଜଳ୍ପନା ପରେ ପୂର୍ବରୁ ରତ୍ନଭଣ୍ଡାରରୁ ଖାଲିବାକୁ, ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଥିଲା। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି, ମଣତି ପ୍ରକ୍ରିୟା ଆରମ୍ଭ ହେବ। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଜିପିଆର୍‌ଏସ୍‌ ସର୍ଭେ ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏହାସହ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣା ମହାପ୍ରସାଦ ଦେବାକୁ ମଧ୍ୟ ଯୋଜନା ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। 

Mpox Virus: ଏବେ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଭୂତାଣୁର ଭୟ ବ୍ୟାପିଛି। ପ୍ରଥମେ ଆଫ୍ରିକା ପରେ ସ୍ବିଡେନ ଆଉ ଏବେ, ପଡୋଶୀ ଦେଶ ପାକିସ୍ତାନରେ ଘାତକ ମଙ୍କିପକ୍ସ ସଂକ୍ରମଣ ସାମ୍ନାକୁ ଆସିଛି । ଦୁବାଇରୁ ପାକିସ୍ତାନ ଫେରୁଥିବା ଯାତ୍ରୀଙ୍କ ଠାରେ ଦେଖାଦେଇଛି ଏହି ଭୂତାଣୁ । ଏଥିପାଇଁ ଏବେ ଭାରତ ପାଇଁ ମଧ୍ୟ ସତର୍କ ଘଣ୍ଟି ବଜିବା ଆରମ୍ଭ ହୋଇଛି। ତେବେ ଏହି ରୋଗ ଭାରତ ଉପରେ କି ପ୍ରଭାବ ପକାଇବ ସେନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। 

Champai Soren: ଝାଡଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ ଜେଏମଏମ ଛାଡି ବିଜେପିରେ ଯୋଗ ଦେବେ । ରାଜ୍ୟ ରାଜନୀତିରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଗତ କିଛିଦିନ ହେବ ଝାଡଖଣ୍ଡ ରାଜନୈତିକ ଘଟଣାବଳୀକୁ ନେଇ ଚମ୍ପାଇ ସୋରେନ ଖୁସି ନଥିବା କୁହାଯାଉଛି । ଜେଲରୁ ହେମନ୍ତ ସୋରେନ ଫେରିବା ପରେ ରାତାରାତି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନେଇ ସେ ଖୁସିନଥିବା ମଧ୍ୟ କୁହାଯାଉଛି । ଏହି ସବୁ ଘଟଣାକ୍ରମରେ ନିଜ ଫାଇଦା ଖୋଜୁଛି ବିଜେପି ଓ ନିଜ ଶିବିରରେ ଯୋଗ ଦେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ବି ହେଉଛି ।

Kolkata Horror: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ବିରୋଧ କରି ଆଇଏମ୍‌ଏ ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ କରିଛି। ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନ ଆଣିବାପାଇଁ ଦାବି ରଖିବା ସହ ଆଇଏମ୍‌ଏ ମୋଟ୍‌ ୫ଟି ଦାବି ରଖିଛି। ଇତିମଧ୍ୟରେ ଆଇଏମ୍‌ଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏନେଇ ଚିଠି ଲେଖିଛି। ହସ୍ପିଟାଲ୍‌ରେ ସୁରକ୍ଷା ବ୍ୟବସ୍ଥା ବିମାନବନ୍ଦର ଭଳି ହେବା ଉଚିତ ବୋଲି ଆଇଏମ୍‌ଏ ପକ୍ଷରୁ ଦାବି ହୋଇଛି। ସିସିଟିଭି ସହ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି।

Israeli Air Strikes: ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲ ଆଜି ବିମାନ ଆକ୍ରମଣ କରିଛି। ଇସ୍ରାଏଲର ଆକ୍ରମଣ‌ରେ ୨ ଶିଶୁଙ୍କ ସମେତ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ। ଦକ୍ଷିଣ ଲେବାନନ୍‌ର ନବାତେହ ସହରରେ ଆଜି ଇସ୍ରାଏଲ ବାୟୁସେନା କେତେକ ଟାର୍ଗେଟ୍‌ ଉପରେ ବୋମାମାଡ଼ କରିଥିଲା। ସମସ୍ତ ମୃତାହତ ନାଗରିକ ସିରିଆର ବୋଲି ଜଣାପଡ଼ିଛି।‌ ହିଜବୁଲ୍ଲା ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ଏକ ଅସ୍ତ୍ର ଭଣ୍ଡାରକୁ ଟା‌ର୍ଗେଟ୍‌ କରି ଏହି ବିମାନ ଆକ୍ରମଣ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

Neeraj Chopra: ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିବା ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ଖୁବ୍ ଶୀଘ୍ର ପୁଣି ଥରେ ଆକ୍ସନରେ ଦେଖିବାକୁ ମିଳିବ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଆଘାତ ଜନିତ କାରଣରୁ ସମ୍ପୂର୍ଣ୍ଣ ଫର୍ମରେ ନଥିବା ବୟାନ ଦେଇଥିବା ନୀରଜ ଏବେ ଅଗଷ୍ଟ ୨୨ରେ ହେବାକୁ ଥିବା ଲୁସାନେ ଡାଇମଣ୍ଡ ଲିଗ୍ ରେ ଭାଗ ନେବେ ବୋଲି ସୂଚନା ରହିଛି।

Also Read: Jual Oram Wife Dies: ପରପାରିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ଆଜି ଶେଷ ଦର୍ଶନ

Read More
{}{}