Hindi News >>Home >>Top 10 News

Top 10 News Headlines: ସ୍ନାନବେଦୀରେ ବିଜେ କଲେ ତିନି ଠାକୁର, ସନ୍ଧ୍ୟାରେ ଗଜବେଶ ଏବଂ ଅନ୍ୟାନ୍ୟ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Advertisement
Top 10 News Headlines: ସ୍ନାନବେଦୀରେ ବିଜେ କଲେ ତିନି ଠାକୁର, ସନ୍ଧ୍ୟାରେ ଗଜବେଶ ଏବଂ ଅନ୍ୟାନ୍ୟ ଖବର
Stop
Prabhudatta Moharana|Updated: Jun 22, 2024, 07:53 AM IST

1. SnanaYatra: ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀ। 
ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ଶୁଭଦ୍ରା ପ୍ରଥମ ଥର ପାଇଁ ରତ୍ନବେଦୀରୁ ଶ୍ରୀମନ୍ଦିର ପାହାରେ ଥିବା ସ୍ନାନବେଦୀରେ ବିଜେ କରିଛନ୍ତି। ମଧ୍ୟାହ୍ନ ବେଳକୁ ଶ୍ରୀମନ୍ଦିରର ସୁନା କୂଅରୁ ସୁଗନ୍ଧିତ ୧୦୮ ଗରା ଜଳରେ ତ୍ରିମୂର୍ତ୍ତିଙ୍କୁ ସ୍ନାନ କରାଯାଇଥାଏ।  ଏହା ପ୍ରତ୍ୟକ୍ଷ ସ୍ନାନ ହୋଇଥାଏ। ଏହାକୁ ଦେଖିବା ଲାଗି ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ପୁରୀରେ ସମାଗମ ହୋଇଛନ୍ତି। ସନ୍ଧ୍ୟାରେ ମହାପ୍ରଭୁଙ୍କୁ ଜବେଶରେ ମଣ୍ଡିତ କରାଯିବ। ରାତି ୧୧ଟାରେ ହେବ ପହଣ୍ଡି କାର୍ଯ୍ୟକ୍ରମ। 

2. Another 3 years to Hockey India: ଅଧିକ ୩ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା
ଓଡ଼ିଶା ଆହୁରି ଅଧିକ ତିନି ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ହେବ। ଏଥିନେଇ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ର୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଏକ ବୈଠକ ପରେ ଶ୍ରୀ ସୂରଜ ଏହା କହିଛନ୍ତି। ପୂର୍ବରୁ ୨୦୩୩ ଯାଏ ଭାରତୀୟ ହକି ଦଳର ପ୍ରୟୋଜକ ଥିଲା ଭାରତ। ଯେହେତୁ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ଓଡ଼଼ିଶା ଗଠନର ୧୦୦ ବର୍ଷ ପାଳନ କରିବାକୁ ଯାଉଛି ଏବଂ ଏହି ବର୍ଷ ଭାରତରେ ଅଲମ୍ପିକ ଆୟୋଜନ ଲାଗି ସରକାର ଚେଷ୍ଟିତ ଅଛନ୍ତି, ଓଡ଼ିଶା ହକି ଦଳର ପ୍ରାୟୋଜକ ହୋଇ ଦେଶ ପାଇଁ ସମ୍ମାନ ଆଣିବ ବୋଲି ଲକ୍ଷ୍ୟ ରଖିଛି। 

3. 2 hours Every Day: ପ୍ରତିଦିନ ୨ ଘଣ୍ଟା ଅଭିଯୋଗ ଶୁଣାଣୀ
ଦୀର୍ଘ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବା ପରେ ଏବେ ପୁଣିଥରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଆସିବେ। ୨ ଘଣ୍ଟା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲା ରହିବ। ପ୍ରତି ଦିନ ୩ଟାରୁ ୫ଟା ଯାଏ ଏଥିଲାଗି ସମୟ ନିର୍ଦ୍ଧାରଣ କରାଯାଇଛି। 

4. Advisors removed: ହଟିଲେ ପରାମର୍ଶଦାତା
ରାଜ୍ୟ ସରକାରଙ୍କୁ ବିଭିନ୍ନ ନିତି ନିର୍ଦ୍ଧାରଣ ଓ କାର୍ଯ୍ୟ ରୂପାୟନ ଲାଗି ନିଯୁକ୍ତି ପାଇଥିବା ପରାମର୍ଶଦାତାମାନଙ୍କୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।  ନବୀନ ସରକାରଙ୍କ ସମୟରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ପରାମର୍ଶଦାତାମାନେ ସ୍ୱତଃ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। 

5. Monsoon covered 24 districts: ପୂରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ
ରାଜ୍ୟର ୨୪ ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଗକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖରୁ ଲଗାଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

6. Balasore Violence: ବାଲେଶ୍ୱରରେ ଥମୁନି ଦଙ୍ଗା
ବାଲେଶ୍ୱରରେ ଗୋଷ୍ଠୀ ବିବାଦ ଥମିବାର ନାଁ ଧରୁନି। ଷଷ୍ଠ ଦିନରେ ବି କର୍ଫ୍ୟୁ ଜାରି ରହିଛି। ଏହାସହ ଇଣ୍ଟରନେଟ ଉପରେ କଟକଣା ଜାରି କରାଯାଇଛି। ଲୋକଙ୍କ ଲାଗି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ପ୍ରଶାସନ ପକ୍ଷରୁ ଗତକାଲି ୬ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା। ଆଜି ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି। ଏହାସହ ବ୍ରଡବ୍ୟାଣ୍ଡ ସେବା କାର୍ଯ୍ୟକାରୀ କରିବାକୁ ଆଦେଶ ଦିଆଯାଇଛି। 

7. JE fear returns: ଫେରିଲା ଜାପାନୀ ଏନସଫାଲାଇଟସ ଭୟ
ରାଜ୍ୟକୁ ପୁଣି ଫେରିଛି ଜାପାନିଜ୍‍ ଏନ୍‍ସେଫାଲାଇଟିସ୍‍ ଭୟ। ଅନୁଗୁଳର ବଅଁରପାଳ ଏବଂ ଛେଣ୍ଡିପଦା ଅଞ୍ଚଳରୁ ଦୁଇଜଣ ଶିଶୁଙ୍କୁ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଛି। ୨୦୧୬ ମସିହାରେ ଏହି ଜ୍ୱର ମାଲକାନଗରିରେ ମହାମାରୀ ଭାବେ ପରିଚିତ ଥିଲା। ଏଥିରେ ପ୍ରାୟ ୧୧୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନିକ ସ୍ତରରୁ ସୂଚନା ଦିଆଯାଇଥିଲା। ପ୍ରଥମେ ଏହି ସଂକ୍ରମଣକୁ ସେତେବଳେ ଅଜଣା ଜ୍ୱର ବୋଲି କୁହାଯାଉଥିଲା। ସେ ସମୟରେ ଅନେକ ଶିଶୁଙ୍କ ମୃତ୍ୟୁ ହେବା ପରେ ରକ୍ତ ନମୁନା ପରୀକ୍ଷଣ ହୋଇ ଜାପାନିଜ ଏନ୍‍ସେଫାଲାଇଟସ ଭୂତାଣୁ ସଂକ୍ରମଣ ସ୍ପଷ୍ଟ ହୋଇଥିଲା। 

8. Diphtheria spreading to neighboring districts: କନ୍ଧମାଳରେ ଡିପଥେରିଆ ଭୟ
ରାୟଗଡ଼ା, କୋରାପୁଟ, କଳାହାଣ୍ଡି ପରେ କନ୍ଧମାଳରେ ଏବେ ଡିପଥେରିଆ ରୋଗ ଭୟ ସୃଷ୍ଟି କରିଛି। ଏଥିଲାଗି ଜିଲଲ୍ଲାର ମୁଖ୍ୟ ଡାକ୍ତରଖାନା ପକ୍ଷରୁ ରୋଗୀଙ୍କ ଚିକିତ୍ସା ଲାଗି ଆବଶ୍ୟକ ଔଷଧ ଓ ଚିକିତ୍ସା ସୁବିଧା ରଖାଯାଇଛି।  କୋରାପୁଟରେ ୫୧ଜଣ ଶିଶୁଙ୍କୁ ଏକାନ୍ତବାସରେ ରଖାଯାଇଛି। 

9. OTET from Aug 9: ଅଗଷ୍ଟ ୯ରେ ଶିକ୍ଷକ ନିଯୁକ୍ତି ପରୀକ୍ଷା
ଶିକ୍ଷକ ନିଯୁକ୍ତି ଲାଗି ପ୍ରାଥମିକ ଯୋଗ୍ୟତା ପରୀକ୍ଷା ଭାବେ ପରିଚିତ ଓଟିଇଟି ପରୀକ୍ଷା ଅଗେ୍ଟ ୯ ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଏହି ପରୀକ୍ଷା ପରିଚାଳନା କରାଯିବ। ଏଥିଲାଗି ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ସୋମବାରଠୁ ଆରମ୍ଭ ହେବ ଫର୍ମ ପୂରଣ। 

10. Dillip Ray Complains against Sarda Naik: ଶାରଦା ନାୟକ ବିରୋଧରେ ଜାଲି ନଥିପତ୍ର ଅଭିଯୋଗ
ରାଉରକେଲାରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ବିରୁଦ୍ଧରେ ନଥିପତ୍ର ଜାଲି ଅଭିଯୋଗ ଆଣିଛନ୍ତି ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଦିଲ୍ଲୀପ ରାୟ। ଲୋକପ୍ରତିନିଧି ଆଇନ ଅନୁସାରେ ଶ୍ରୀ ନାୟକ ସମ୍ପୂର୍ଣ୍ଣ ବିବରଣୀକୁ ସତ୍ୟପାଠରେ ଦାଖଲ କରି ନାହାନ୍ତି ବୋଲି ଶ୍ରୀ ରାୟ ଦର୍ଶାଇଛନ୍ତି। ପୂର୍ବରୁ ଏ ପ୍ରସଙ୍ଗରେ ଆଉ ଏକ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା।

{}{}