Hindi News >>Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର   

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Stop
Narmada Behera|Updated: Jul 31, 2024, 08:30 AM IST

ଷ୍ଟାଫ୍ ସିଲେକ୍ସନ୍‍ କମିଶନଙ୍କ ନୂଆ ନିର୍ଦ୍ଦେଶ, କେରଳରେ ୨ ଓଡ଼ିଆଙ୍କ ପତ୍ତା ମିଳୁନି ଏବଂ ଅନ୍ୟ ଖବର

1.Kerla Landslide,151 Dead, 11 still not found: କେରଳର ଓ୍ୱାଇନାଡ଼ଠାରେ ଭୂସ୍ଖଳନ ଯୋଗୁ ପ୍ରାୟ ୧୫୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିପର୍ଯ୍ୟୟରେ ୧୨୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୧ଜଣଙ୍କ ପତ୍ତା ମିଳୁ ନଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ କେରଳ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଉଦ୍ଧାର ଏବଂ ନିଖୋଜଙ୍କୁ ଖୋଜିବା କାର୍ଯ୍ୟ ଜାରି ରଖିଛନ୍ତି। 

2.4 Odias affected: କେରଳ ଭୂସ୍ଖଳନରେ ୪ଜଣ ଓଡ଼ିଆ ପ୍ରଭାବିତ ହୋଇଛନ୍ତି। ଏଥିରେ ଦୁଇଜଣଙ୍କ ପତ୍ତା ମିଳିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ରହିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ କେରଳ ପ୍ରଶାସନ ସହ ନିରନ୍ତର ସମ୍ପର୍କ ରଖାଯାଇ ତଥ୍ୟ ସଂଗ୍ରହ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 

3. Staff Selection Commission:ରାଜ୍ୟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଦ୍ୱାରା ପରିଚାଳିତ ସଂଯୁକ୍ତ ସ୍ନାତ୍ତକ ନିଯୁକ୍ତି ପରୀକ୍ଷା ( ସିଜିଏଲ୍‍ଆରଇ) ୨୦୨୩ରେ ମୁଖ୍ୟ ଲିଖିତ ପରୀକ୍ଷା ଶେଷ ହେବା ପରେ ଗଣିତ ଏବଂ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଦେବାକୁ ଯୋଗ୍ୟ ହେବେ। ସେମାନଙ୍କୁ ଏହି ପରୀକ୍ଷା ଦ୍ୱୟର ଫଳାଫଳ ଅନୁସାରେ ପଦବୀ ନିଯୁକ୍ତି ଲାଗି ପସନ୍ଦ ଦେବା ଲାଗି ଯୋଗ୍ୟ ବିବେଚିତ କରାଯିବ। କମିଶନଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରି ଏହା କୁହାଯାଇଛି। 

4.BJD focused Vote Bank Politics: ବିଜୁ ଜନତା ଦଳ କେବଳ ଭୋଟ ବ୍ୟାଙ୍କ ରାଜନୀତି କରୁଥିଲେ। ବିନା ଅର୍ଥ ଆବଣ୍ଟନରେ ଅନେକ ଯୋଜନା ଘୋଷଣା କରିଥିଲେ। ଏହା କେବଳ ନିର୍ବାଚନକୁ ଆଖିଆଗରେ ରଖି କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି। ବିଧାନସଭାରେ ବିରୋଧୀ ଦଳର ନେତାମାନଙ୍କ ଦ୍ୱାରା ରଖାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଛି ବିଜେଡି। 

5.Low Pressure Rain in Odisha, Flood fears: ଝାଡ଼ଖଣ୍ଡ ଠାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଲଘୁଚାପରେ ପରିଣତ ହୋଇଥିବାରୁ ଆଜିଠାରୁ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବିଶେଷକରି ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ସହ ଅନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ଲାଗି ରହିବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ଜଳ ପତନ ବୃଦ୍ଧି ସମ୍ଭାବନା ରହିଛି ବୋଲି ଆଶଙ୍କା ପ୍ରକାଶ କରାଯାଇଛି। 

6.CS Reviewed Flood Situation: ସମ୍ଭାବ୍ୟ ବନ୍ୟା ପରିସ୍ଥିତି ତଥା ହୀରାକୁଦ ଜଳ ଭଣ୍ଡାରର ୨୦ ଗେଟ୍‍ ଖୋଲା ରହିବାକୁ କେନ୍ଦ୍ରକରି ରାଜ୍ୟରେ ବନ୍ୟା ପରିସ୍ଥିତି ଆଶଙ୍କା କରିଛି ରାଜ୍ୟ ପ୍ରଶାସନ। ଏଣୁ ଜିଲ୍ଲା ପ୍ରଶାସନକୁ ଏ ଦିଗରା ସତର୍କ ରହିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ନଦୀବନ୍ଧକୁ ସୁଦୃଢ଼ କରିବା ଏବଂ ଦୁର୍ବଳ ଅଞ୍ଚଳରେ ସତର୍କତା ରକ୍ଷା ପାଇଁ  ନିର୍ଦ୍ଦେଶ ଦିଆଯାଇଛି। 

7.Rail Fencing in Odisha: ରାଜ୍ୟରେ ଦ୍ରୁତଗାମୀ ଟ୍ରେନ ଚଳାଚଳକୁ ସୁରକ୍ଷିତ ରଖିବା ଲାଗି ରେଳଲାଇନ୍‍ କଡ଼ରେ ବାଡ଼ ଦିଆଯିବ। ଏଥିଲାଗି ପ୍ରଥମେ ଖୋର୍ଦ୍ଧାରୋଡ୍‍-ପୁରୀ ଏବଂ ଭଦ୍ରକ-ପଲାସା ଖଣ୍ତଡର ସମସ୍ତ ରେଳ ଲାଇନରେ ନିରାପତ୍ତା ବାଡ଼ ଦେବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ୨୭୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ପୂର୍ବତଟ ରେଳବାଇ ସୂଚନା ଦେଇଛି। ଏହି ସମ୍ପନ୍ନ ହେଲେ ଏହିସବୁ ରାସ୍ତାରେ ୧୩୦ କିଲୋମିଟର ବେଗରେ ଟ୍ରେନ ଚାଲିଲେ ମଧ୍ୟ ଦୁର୍ଘଟଣା ଆଶଙ୍କା କମ୍‍ ରହିବ। 

8.No Compromise if Minor Drives: ରାଜ୍ୟରେ ଆଜିଠାରୁ ଡ୍ରାଇଭିଂ ଲାଇସେନ୍ସ ତନଖି କଡ଼ାକଡ଼ି କରାଯିବ। ବିଶେଷକରି ସ୍କୁଲ୍‍ ପଢ଼ୁଥିବା ପିଲା ତଥା ୧୬ ବର୍ଷରୁ କମ୍‍ ପିଲାଙ୍କ ପାଇଁ ଏହା ଅତ୍ୟନ୍ତ କଡ଼ାକଡ଼ି କରାଯିବ। ଯେଉଁମାନେ ଏପରି ପିଲାଙ୍କୁ ଗାଡ଼ି ଚଳାଇବା ଲାଗି ଦେଇଥିବେ ସେମାନଙ୍କ ଗାଡ଼ିର ପଞ୍ଜିକରଣ ବାତିଲ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। 

9.Strict Biometric attendance in Finance Department: ଅର୍ଥ ବିଭାଗର କର୍ମଚାରୀଙ୍କ ଲାଗି ଉପସ୍ଥାନ ନିୟମକୁ କଡ଼ାକଡ଼ି କରାଯାଇଛି। ସମସ୍ତ କର୍ମଚାରୀଙ୍କୁ  ସର୍ବ ନିମ୍ନ ୭ଘଣ୍ଟା ୩୦ ମିନିଟ ଅଫିସରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏଥିଲାଗି ବାୟୋମାଟ୍ରିକ୍‍ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁମାନେ୪ଘଣ୍ଟାରୁ କମ୍‍ ସମୟ ଅଫିସରେ ରହିବେ ତାହାକୁ ଛୁଟି ଆକାରରେ ଗ୍ରହଣ କରାଯିବ। ଆଉ ଯେଉଁ ମାନେ ସେଢ଼େ ସାତଘଣ୍ଟାରୁ କମ୍‍ ତଥା ୪ଘଣ୍ଟାରୁ ଅଧିକ କାର୍ଯ୍ୟ କରିଥିବେ ସେମାନଙ୍କ ପାଇଁ ଅଧା ଦିନର ଉପସ୍ଥାନ ଭାବେ ଗଣତିକରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

10.Olympic Today: ପ୍ୟାରିସ ଅଲମ୍ପିକରେ ଭାରତକୁ ଦୁଇଟି ବର୍ଗ ଶୁଟିଂରେ ସଫଳତା ମିଳିଛି। ଏହିକ୍ରମରେ ଭାରତର ମେଡାଲ ତାଲିକା ୨ ହୋଇଛି। ଗତକାଲି ୧୦ ମିଟର ରାଇଫଲ ଶୁଟିଂ ପ୍ରତିଯୋଗୀତାରେ ଭାରତୀୟ ଯୋଡ଼ି ମନ ଭାକର ଏବଂ ସରୋବଜତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ମନୁ ଭାକର ୧୦ ମିଟର ପିସ୍ତଲ ଶୁଟିଂରେ ବ୍ରୋଞ୍ଜ ଜିତିଥିଲେ।

 

Read More
{}{}