Hindi News >>Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Stop
Narmada Behera|Updated: Jul 30, 2024, 08:09 AM IST

1-ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଲେଖାନୁଦାନ ପ୍ରସ୍ତାବ ଆଗତ କରିବେ।  ଏହି ଲେଖାନୁଦାନର ପରିମାଣ ୯୫ ହଜାର କୋଟି ଟଙ୍କାର ବୋଲି ଜଣାପଡିଛି। ଲଖାନୁଦାନ ଉପରେ ବୁଧବାର ଆଲୋଚନା ହେବାକୁ ଥିବା ବେଳେ ଆଜି  ବିଲ୍ ବିଧାନସଭାରେ ଆଗତ କରିବେ।

2-ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପୋଲାଭରମ ନେଇ ଆଲୋଚନା କରିଛୁ। 'ଆଗାମୀ ଦିନରେ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତାବ ଦେଇଛି। 'ପ୍ରସ୍ତାବରେ ସେ ଏକମତ ହୋଇଛନ୍ତି, ଆଗାମୀ ଦିନରେ ନିଶ୍ଚିତ ଆଲୋଚନା ହେବ।

3ଆଳୁ ସମସ୍ୟା ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଁ ଚିଠି ଲେଖିବାରେ ବିଶ୍ବାସ କରେ ନାହିଁ। ଦିଲ୍ଲୀରେ ମୁଁ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି । ଆଲୋଚନା ସମୟରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ। ପରିସ୍ଥିତି ସ୍ବଭାବିକ ହେବା ଆରମ୍ଭ କରିଛି । ଖୁବଶୀଘ୍ର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

4- ପୁଣି ଟ୍ରେନ୍ ଦୁର୍ଘଟଣା।  ଝାଡ଼ଖଣ୍ଡ ଚକ୍ରଧରପୁରରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ହାଓଡ଼ା-ମୁମ୍ବାଇ ମେଲ୍ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏକ୍ସପ୍ରେସ୍ ଟ୍ରେନର ୧୦ଟି କୋଚ୍ ଲାଇନଚ୍ୟୁତ୍ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

5-ପାକିସ୍ତାନରେ ଜମି ବିବାଦକୁ କେନ୍ଦ୍ର କରି ୪୩ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନ(Pakistan)ର ଖାଇବର ପଖ୍ତୁନଖୱାର କୁରମ ଜିଲ୍ଲାରେ ଜମି ବିବାଦରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୁରାମର ପାରା ଚିନାର୍ ର ଉପାନ୍ତ ଅଞ୍ଚଳ ବୁସେହରାରେ।  ସୋମବାର ସକାଳେ ଏଠାରେ ହୋଇଥିବା ସଂଘର୍ଷରେ ଅତି କମରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।
ରବିବାର ରାତିରେ ହୋଇଥିବା ମାରପିଟରେ ଆଉ ୮ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। 

6-୨୦୨୯ ରଥଯାତ୍ରା ପୂର୍ବରୁ ପୁରୀ ପୋଲିସ୍ ନିୟନ୍ତ୍ରଣ କକ୍ଷରେ ସିସି ଟିଭି କ୍ୟାମେରା ଲଗାଉଥିବା ବେଳେ  ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ଜୀବନ ଚାଲିଯିବା ଘଟଣାରେ ରାଜ୍ୟ ମାନବ ଅଧିକାର କମିଶନଙ୍କ (ଓଏଚଆରସି) ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଆଜି ହାଜର ହେବେ।  ମୃତ ଯୁବକଙ୍କ ପରିବାରକୁ କ୍ଷତି ପୂରଣ ମିଳିବ କି ନାହିଁ ସେ ସଂକ୍ରାନ୍ତରେ ଜବାବ୍ ରଖିବାକୁ ଏହି ନୋଟିସ୍ ରେ କୁହାଯାଇଛି।  ୨୦୨୩ ରଥଯାତ୍ରା ପୂର୍ବରୁ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ ଉପରେ  ସିସିଟିଭି ଲଗାଇବା ବେଳେ କଟକର ଯୁବକ ରାକେଶ ବେହେରା ସିସିଟିଭି କ୍ୟାମେରା ଲଗାଇବା ବେଳେ ଉପରେ ଯାଇଥିବା ଉପରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ  ଆସି ମୃତ୍ୟୁ ମୁଖରେ ପଡିଥିଲେ।  

7-ରାଜ୍ୟରେ ଜାରି ରହିଛି ବର୍ଷା। ଆଗକୁ ଆସୁଛି ଆଉ ଏ-କ ଘୂର୍ଣ୍ଣିବଳୟ। ପାଣିପାଗ ବିଭାଗରୁ ମିଳିଥିବା ତାଜା ସୂଚାନ ଅନୁସାରେ, ଆସନ୍ତା ୩୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଘୂର୍ଣ୍ଣିବଳୟ ପ୍ରଭାବରେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ବାଲେଶ୍ୱର,ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । 

8-ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏକ ଚର୍ଜସିଟ୍‌ ଦାଖଲ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବ୍ୟାପକ ଯାଞ୍ଚ ପରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି; ଯେଉଁଥିରେ ବହୁ ଆର୍ଥିକ ହେର୍‌ଫେର୍‌ ହୋଇଥିବା କୁହାଯାଉଛି। ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟଙ୍କ ବିରୋଧରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା।

9- ଆରମ୍ଭ ହୋଇଯାଇଛି ବର୍ଷା ଦିନ। ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି । ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୧୧୫ ଥିଲାବେଳେ ଚଳିତ ମାସ ୨୭ ତାରିଖ ସୁଦ୍ଧା ୨୧୧ରେ ପହଞ୍ଚିଛି । ତେବେ ଏଥିରୁ ସ୍ପଷ୍ଟ ଯେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଉପରମୁହାଁ ହୋଇଛି । ଏବେ ଏହା ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଛି ।

10- ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ବନ୍ଧୁକଚାଳନା‌ରୁ ଆଉ ଏକ ପଦକ ଅଳ୍ପକେ ହାତଛଡ଼ା ହୋଇଯାଇଛି। ସୋମବାର ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ଫାଇନାଲ୍‌ରେ ଅର୍ଜୁନ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାତଛଡ଼ା କରିଛନ୍ତି। ଏହି ୨୫ ବର୍ଷୀୟ ଅର୍ଜୁନ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରି ୧୦.୭, ୧୦.୨ ଓ ୧୦.୫ ପଏଣ୍ଟ ଅର୍ଜନ କରି ଚତୁର୍ଥ ସ୍ଥାନରେ ରହିଥିଲେ। 

Read More
{}{}