Hindi News >>Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Stop
Narmada Behera|Updated: Jul 11, 2024, 08:10 AM IST

HL1-ନିଟ ପ୍ରଶ୍ନପତ୍ର ଲିକ୍‌, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଛି।ଏନେଇ ମୋଦୀ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ଯେଉଁଥିରେ ସରକାର ଆଇଆଇଟି ମାଡ୍ରାସର ତଥ୍ୟକୁ ଦର୍ଶାଇ କହିଛନ୍ତି ଯେ ପରୀକ୍ଷାରେ ବଡ଼ ଅନିୟମିତତାର ପ୍ରମାଣ ମିଳିନାହିଁ ଏବଂ ପୁନଃ ପରୀକ୍ଷାକୁ ସମର୍ଥନ କରାଯାଉ ନାହିଁ। ତେବେ ସମଗ୍ର ଦେଶରେ NEET ପରୀକ୍ଷା ପାଇଁ ଆସିଥିବା ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ସମାଧାନ କରିବାକୁ ବାଧ୍ୟ ବୋଲି କେନ୍ଦ୍ର କହିଛି। ଏନେଇ ଜୁଲାଇର ତୃତୀୟ ସପ୍ତାହରେ କାଉନସେଲିଂ ଆରମ୍ଭ ହେବ।ସେପଟେ ଆଜି (ଗୁରୁବାର) ସୁପ୍ରିମକୋର୍ଟ NEET କାଗଜ ଲିକ୍ ମାମଲାର ଶୁଣାଣି କରିବାକୁ ଯାଉଛନ୍ତି।

HL2-ରାଜ୍ୟରେ ଏବେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ। ଯାହା ଫଳରେ ଜାରି ରହିଛି ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ରାଇଘର ଅଞ୍ଚଳରେ ସର୍ବାଧିକ  ବର୍ଷା ୬୦ ମିମି ରେକର୍ଡ଼ ହୋଇଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଜୁଳି, ଘଡ଼ଘଡି଼ ସାଙ୍ଗକୁ  ବର୍ଷା ନେଇ ସତର୍କତା ଜାରି ହୋଇଛି।  ପରେ ରାଜ୍ୟର ବିଭିନ୍ନ ସ୍ଥାନେ ବର୍ଷାର ବିସ୍ତୁତ ବଢିବ। ୧୪ ତାରିଖ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  

HL3-ଆଜି ଆଷାଢ଼ ଶୁକ୍ଲପକ୍ଷ ଷଷ୍ଠି ତିଥି । ଏହି ତିଥିରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି ରାତ୍ରରେ ଅନୁଷ୍ଠିତ ହେବ। ଜନ୍ମବେଦୀ ଗୁଣ୍ଡିଚାମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ଅଭିମାନିନୀ ମା ମହଲଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବେ। ମହାପ୍ରଭୁଙ୍କ ଦର୍ଶନ ନ ପାଇ ରାଗ ଜର୍ଜରିତା ମା ମହାଲଷ୍ମୀ ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେପଟେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳଧୂପ ପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ କରାଯିବ। ସେଥିପାଇଁ ରଥର ସାମାନ୍ୟ ମରାମତି କରାଯାଇଛି। ଅନ୍ୟପଟେ ଆସନ୍ତା ୧୪ ତାରିଖ ରବିବାର ନବମୀ ସଂଧ୍ୟା ଦର୍ଶନ ଉପଲକ୍ଷେ ସକାଳୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଆଡପମଣ୍ଡପରେ ଭକ୍ତ କରିପାରିବେ ଦର୍ଶନ। ସେପଟେ ଆଜି ମଧ୍ୟ ଶରଧାବାଲିରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

HL4-ବୁଧବାର ଦିନ ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ଯର ୯ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ଯ ସରକାର। ଏନେଇ ଗତକାଲି ରାଜ୍ଯ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିସନର ତଥା ସଚିବ ଥିବା ଆର୍ ଭିନିଲକ୍ରିଷ୍ଣାଙ୍କ ବଦଳି ହୋଇଛି। ତାଙ୍କୁ ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାବେ ନିଯୁକ୍ତି ମିଳିଛି।

HL5-  ନବ ଗଠିତ ମୋହନ ମାଝିଙ୍କ ସରକାରର ଦ୍ୱିତୀୟ କ୍ୟାବିନେଟ୍‍ ବୈଠକରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧିନେଇ ହୋଇଥିବା ନିଷ୍ପତ୍ତିକୁ ସୋଶାଲ ମିଡିଆରେ ସମାଲୋଚନା କରାଯାଇଛି। ପୂର୍ବର ବିଜେଡି ସରକାର ମାର୍ଚ୍ଚ ୧୪ ତାରିଖରେ ଏହି ନିଷ୍ପତ୍ତି ନେିଥିବା ନେଇ ସରକାରୀ ଚିଠି ସୋଶାଲ୍‍ ମିଡିଆରେ ଘୁରି ବୁଲୁଛି। ପୁରୁଣା ନିଷ୍ପତ୍ତିକୁ ଆଉଥରେ ସରକାର ଗ୍ରହଣ କରୁଛନ୍ତି ବୋଲି ଏଥିରେ କୁହାଯାଇଛି। ତେବେ ଏହି ନିଷ୍ପତ୍ତ ଅନୁସାରେ ରାଜ୍ୟରେ  ଅଣ କୁଶଳୀଙ୍କ ପାଇଁ ୪୫୦ଟଙ୍କା ସର୍ବନିମ୍ନ ମଜୁରୀ କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ପାଇଁ ୫୦୦ ଟଙ୍କା, କୁଶଳୀଙ୍କୁ ୫୫୦ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ୬୦୦ ଟଙ୍କା ମଜୁରି ଘୋଷଣା କରାଯାଇଛି। 

HL6- ମୋହନ ମାଝିଙ୍କ ସରକାର ପ୍ରଥମ ଦଫାରେ ୨୬ଟି ଶିଳ୍ପକୁ ସିଙ୍ଗଲ୍‍ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ୧୪ ଜିଲ୍ଲା ଉପକୃତ ହେବେ ଏବଂ ଏଠାରେ ୧୯ ହଜାର ୩୬୪ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମୁଦାୟ ୫୯୯୨.୯୨ କୋଟି ଟଙ୍କା ବିନିଯୋଗ ହେବ ବୋଲି କମ୍ପାନୀଗୁଡ଼ିକ ଦେଇଥିବା ପ୍ରସ୍ତାବରୁ ସ୍ପଷ୍ଟ ହୋଇଛି।

HL7-ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଜଳେଶ୍ବର ଆସନରୁ ପରାଜିତ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ହାଇକୋର୍ଟରେ ବିଜୟୀ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଏହି ମାମଲା ଦାୟର କରିଛନ୍ତି। ସେହିପରି ସୋର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମାଧବ ଧଡ଼ାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ପର୍ଶୁରାମ ଧଡ଼ା ହାଇାକାର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

HL8-ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟ ଶୁଣାଇ କହିଛନ୍ତି ଯେ ଛାଡ଼ପତ୍ର ପରେ ମୁସଲିମ ମହିଳା ମଧ୍ୟ ସିଆର୍‌ପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାକୁ ହକ୍‌ଦାର। ‌ସେ ଯେଉଁ ଧର୍ମାଲମ୍ବୀ ହେଲେ ମଧ୍ୟ ଏହି ଆଇନ୍ ସମସ୍ତଙ୍କ ପାଇଁ ସମାନ୍। ଏଥିରୁ କାହାରିକୁ ବଞ୍ଚିତ କରାଯାଇ ପାରିବ ନାହିଁ। ଭରଣ‌ପୋଷଣ କୌଣସି ଦାନ ନୁହେଁ, ଏହା ହେଉଛି ମହିଳାଙ୍କର ଅଧିକାର ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। କ୍ରିମିନାଲ ପୋସିଜିଓର କୋଡ୍‌ (ସିଆର୍‌ପିସି)ର ଧାରା ୧୨୫ ଅନୁଯାୟୀ ମୁସଲମାନ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାକୁ ଆବେଦନ କରିପାରିବେ। ସୁପ୍ରିମକୋର୍ଟ ବୁଧବାର ଏକ ଐତିହାସିକ ରାୟରେ ଏହା କହିଛନ୍ତି। ଧର୍ମ ନିର୍ବିଶେଷରେ ସବୁ ବିବାହିତ ମହିଳାଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

HL9-ଟି -୨୦ ବିଶ୍ୱକପ ୨୦୨୪ ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଛନ୍ତି। ବର୍ତ୍ତମାନ ବିସିସିଆଇ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ କୋଚ ହେବାର ଦାୟିତ୍ୱ ଦେଇଛି। ଗମ୍ଭୀର ବର୍ତ୍ତମାନ କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ, କିନ୍ତୁ ଏହାପୂର୍ବରୁ ସେ ଆଇପିଏଲରେ ମନ୍ତବ୍ୟ ଏବଂ ପରାମର୍ଶ ଦେଇ ବହୁତ ଆୟ କରି ସାରିଛନ୍ତି ଗମ୍ଭୀର। ଏହା ବ୍ୟତୀତ ସେ ଅନେକ କମ୍ପାନୀରେ ବିପୁଳ ପରିମାଣର ନିବେଶ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତୀୟ ଦଳର ନୂତନ ମୁଖ୍ୟ କୋଚଙ୍କ ନେଟ ଆୟ କ’ଣ ଏବଂ ତାଙ୍କର କେତେ ସମ୍ପତ୍ତି ଅଛି।

HL10- ଟି-୨୦ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ବିଜୟ ଧାରା ଜାରି ରଖିଛି। ବୁଧବାର ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୨୩ ରନରେ ଏକ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଜିମ୍ବାୱେ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୫୯ ରନ୍ ସ୍କୋର କରିପାରିବ। ଏହି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ଟି-୨୦ ଇଣ୍ଟରନ୍ୟାସନାଲରେ ଇତିହାସ ସୃଷ୍ଟି କରିଛି।

Read More
{}{}