Hindi News >>Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Stop
Narmada Behera|Updated: Aug 10, 2024, 07:56 AM IST

1-Potato Crisis Continues To Hit Odisha: ରାଜ୍ୟରେ ଏବେ ଆଳୁକୁ ନେଇ ରାଜନୀତି ସରଗରମ । ରୋଷେଇ ଘରର ମୁଖ୍ୟ ପରିବା ପାଲଟିଥିବା ଆଳୁ ଦର ଏବେ ଆକାଶ ଛୁଆଁ ହୋଇଥିବାରୁ ସାଧାରଣ ଲୋକଙ୍କ ପକେଟକୁ ବେଶ୍ ବାଧୁଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ନଛାଡିବା କାରଣରୁ ରାଜ୍ୟରେ ଏବେ ଆଳୁ ଚଢା ଦରରେ ବିକ୍ରୀ ହେଉଛି । କେଉଁଠି କେଜି ପିଛା ୫୦ରୁ ୬୦ ଟଙ୍କା ପୁଣି କେଉଁଠି ୭୦ ପାର୍ । ଓଡ଼ିଶା ସରକାରଙ୍କୁ ମଧ୍ୟ ଆଳୁ କାରଣରୁ ବିରୋଧୀ ଦଳ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ଉତ୍ତରପ୍ରଦେଶ ଏବଂ ପରେ ଆବଶ୍ୟକ ହେଲେ ପଞ୍ଜାବରୁ ଆଳୁ ଆସିବ ବୋଲି ସରକାରୀ ସୂତ୍ରରୁ କୁହାଯିବା ପରେ ମଧ୍ୟ ଏଯାବତ ଆଳୁକୁ ନେଇ ସମସ୍ୟା ଦୂର ହୋଇନି ।

2-Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବ ସହ ଝାଡଖଣ୍ତ ଓ ସଂଲଗ୍ନ ଅଞ୍ଚଳରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡି଼ଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ।  ସେହିପରି ୧୧ ଓ ୧୨ ତାରିଖରେ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୩ ତାରିଖରେ ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। 

3-Cabinet Approves 8 Big Railway Projects: କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର ୮ଟି ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛି। ପୂର୍ବ ଭାଗ ପାଇଁ ଏଗୁଡ଼ିକରେ ଅନେକ ପ୍ରକଳ୍ପ ଅଛି। ମହାରାଷ୍ଟ୍ର ପାଇଁ ଏକ ପ୍ରକଳ୍ପ ମଧ୍ୟ ଅଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି।

4-PM Narendra Modi to visit Wayanad: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୱାୟାନାଡର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ସମୟ ମଧ୍ୟରେ ସେ ରିଲିଫ ଓ ପୁନର୍ବାସ ପ୍ରୟାସର ସମୀକ୍ଷା କରିବେ। ୩୦ ଜୁଲାଇ ସକାଳେ କେରଳର ପାହାଡ଼ିଆ ୱାୟାନାଡ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ଘଟିବା ପରେ ମୃତ୍ୟୁ ସଂଖ୍ୟା ୨୨୬ ରେ ପହଞ୍ଚିଛି। ଏହି ଅଞ୍ଚଳର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ଓ ଆଜି ବିପର୍ଯ୍ୟୟ ସ୍ଥଳରେ ବହୁ ସଂଖ୍ୟକ ମୃତଦେହ ଖୋଜିପାରୁଥୁବା କୁକୁର ନିୟୋଜିତ କରାଯାଇ ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କୁ ଖୋଜା ଚାଲିଛି।

5-Manish Sisodia Bail: ସୁପ୍ରିମକୋର୍ଟଙ୍କ ଜାମିନ ପାଇବା ପରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରୁ ବାହାରିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତିରେ ଅଭିଯୁକ୍ତ ସିସୋଦିଆ ଗତ ୧୭ ମାସ ଧରି ତିହାର ଜେଲରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସେ ଜେଲରୁ ବାହାରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଆମ୍ ଆଦମି ପାର୍ଟିର ନେତା ଓ କର୍ମୀମାନେ ଜେଲ ବାହାରେ ଉପସ୍ଥିତ ଥିଲେ। 

6-Waqf (Amendment) Bill 2024: ୱାକଫ ଆକ୍ଟ ସଂଶୋଧନ ବିଲ୍ ପାଇଁ ମିଳିତ ସଂସଦ କମିଟି (ଜେପିସି) ଘୋଷଣା କରାଯାଇଛି। ଏଥିରେ ଲୋକସଭାର ୨୧ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ସାମିଲ ହେବେ। ଆସାଦୁଦ୍ଦିନ ଓୱେସି, ନିଶିକାନ୍ତ ଦୁବେ, ତେଜସ୍ୱୀ ସୂର୍ଯ୍ୟ, ଜଗଦମ୍ବିକା ପାଲ, ଇମ୍ରାନ ମାସୁଦ, ଗୌରବ ଗୋଗାଇ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ମିଳିତ ସଂସଦ କମିଟିରେ ସମୁଦାୟ ୩୧ ଜଣ ସଦସ୍ୟ ରହିବେ। କମିଟି ଏହି ବିଲ୍ ସମୀକ୍ଷା କରିବ। ଗୁରୁବାର ଦିନ କେନ୍ଦ୍ର ସରକାର ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ ।

7-କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, କୁଟୁମ୍ବ ଯୋଜନାରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ଦିଆଯିବ। ଏନେଇ  ଖୁବ୍ ଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ। ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ ହୋଇଛି। ଏହାକୁ  ମଧ୍ୟ ସ୍ବାଗତ କରାଯାଇଛି। ଏହାଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦିଆଯିବ ବୋଲି ମତ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଘୋଷଣାକୁ ଐତିହାସିକ ପଦକ୍ଷେପ ବୋଲି  କୁହାଯାଉଛି।

8-Parliament Monsoon Session: ସଂସଦର ଚଳିତ ମୌସୁମୀ ଅଧିବେଶନ ଖୁବ୍ ସରଗରମରେ ଚାଲିଛି। ସଂସଦରେ ରାଜ୍ୟସଭା କାର୍ଯ୍ୟ ଚାଲିଥିବା ବେଳେ ଅଧ୍ୟକ୍ଷ ଜଗଦୀପ ଧନଖଡ ଓ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜୟା ବଚ୍ଚନ ଅଧ୍ୟକ୍ଷଙ୍କ ସ୍ୱର କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜୟା ବଚ୍ଚନ କହିଥିଲେ (Jaya Bachchan Statement)ଯେ 'ମୁଁ ଜଣେ କଳାକାର। ମୁଁ ଶାରୀରିକ ଭାଷା ବୁଝିପାରୁଛି । ମୁଁ ଅଭିବ୍ୟକ୍ତି ବୁଝିପାରୁଛି । ସେ କହିଲେ ଯେ ମୁଁ ଦୁଃଖିତ ଯେ, ଆପଣଙ୍କ ସ୍ୱର ଠିକ୍ ନୁହେଁ। ଏହା ଗ୍ରହଣୀୟ ନୁହେଁ।

9- Mohan Bhagwat: ଶୁକ୍ରବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ଆଜି ଓ ଆସନ୍ତାକାଲି ପୁରୀରେ ସଂଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମଧ୍ୟ ଶ୍ରୀଯୁକ୍ତ ମୋହନ ଭାଗବତ ଯୋଗଦେବେ ।

10-Big Statement of Neeraj Chopra Mother: ସୁନାପୁଅ ନୀରଜ ଚୋପ୍ରାଙ୍କ ସଫଳତା ପରେ ମାଆ ସରୋଜ ଦେବୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ପୁଅର ସଫଳତା ପରେ ମାଆ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ନ୍ୟୁଜ୍ ଏଜେନ୍ସି  ANIକୁ ପ୍ରତିକ୍ରିୟା ଦେଇ ସରୋଜ କହିଛନ୍ତି ଯେ, କଠିନ ପରିଶ୍ରମ କରି ନୀରଜ ସଫଳତା ହାସଲ କରିଛନ୍ତି । ସେ ଆହତ ହୋଇ ମଧ୍ୟ ଖେଳଭ୍ୟାସ ଜାରି ରଖିଥିଲେ । ସବୁ ଖେଳାଳିଙ୍କ ପାଇଁ ଦିନେ ସଫଳତାର ଦିନ ଆସିବ ସେଥିପାଇଁ କଠିନ ପରିଶ୍ରମ ଆବଶ୍ୟକ ବୋଲି ନୀରଜଙ୍କ ମାଆ କହିଛନ୍ତି । ପାକିସ୍ତାନୀ ଖେଳାଳି ଅରସଦ ନଦୀମ ସ୍ୱର୍ଣ୍ଣ ହାସଲ ଜାଣି ନୀରଜଙ୍କ ମାଆ କହିଛନ୍ତି ଯେ, ସେ ମଧ୍ୟ ମୋ ପୁଅ ପରି ତେଣୁ ନୀରଜ ପାଇଁ ମୁଁ ଯେତିକି ଖୁସି ନଦୀମଙ୍କ ପାଇଁ ମଧ୍ୟ ସେତିକି ଖୁସି ।

Read More
{}{}