Hindi News >>Home >>Top 10 News

Top 10 News: ସଂକ୍ଷେପରେ ପଢ଼ନ୍ତୁ ମଙ୍ଗଳବାର ସକାଳର ୧୦ଟି ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ଖବର...  

Advertisement
Morning Bulletin Top News Headlines from 23rd January 2024
Stop
Zee Odisha Desk|Updated: Jan 23, 2024, 08:59 AM IST
Top 10 News Headlines in Odia | 23rd Jan | Morning: 1. ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ୧୮୯୭ ମସିହାର ଆଜିର ଦିନରେ ନେତାଜୀ କଟକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନକୁ ଭାରତ ପରାକ୍ରମ ଦିବସ ଭାବେ ପାଳନ କରୁଛି। ଏଥିଲାଗି ଲାଲକିଲ୍ଲାରେ ଆୟୋଜିତ ସମାରୋହରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା କାର୍ଯ୍ୟକ୍ରମ ରହିଛି।
 
2. ଆଜି ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ତଥା ବୀର ଓଡ଼ିଆ ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ। ୧୮୦୯ ମସିହାର ଆଜିର ଦିନରେ  ସମ୍ବଲପୁରର ଖିଣ୍ଡାଠାରେ ଏହି ମହାନ ବୀରଙ୍କ ଜନ୍ମ ହୋଇଥିଲା। ସମ୍ବଲପୁରରେ ଇଂରେଜଙ୍କ ଦ୍ୱାରା ଶାସନ ପାଇଁ ବସାଯାଇଥିବା  ରାଜପରିବାରକୁ ସମୂଳେ ଉଚ୍ଛେଦ କରିବା ହେଉ ଅଥବା ୧୮୫୭ ବିଦ୍ରୋହରେ ବନ୍ଦୀ ଥିବା ଭାରତୀୟଙ୍କୁ ଜେଲରୁ ମୁକୁଳାଇବା ଭଳି କାର୍ଯ୍ୟରେ ସୁରେନ୍ଦ୍ର ସାଏ ବେଶ୍‍ ଖ୍ୟାତି ଅର୍ଜନ କରିଥିଲେ। ତତ୍‍କାଳୀନ ରାଜା, ଜମିଦାର ଏବଂ ବିଶେଷ କରି ପ୍ରଜାଙ୍କ ଯଥେଷ୍ଟ ସମର୍ଥନ ଲାଭ କରିଥିଲେ ସୁରେନ୍ଦ୍ର ସାଏ। ୨୩ ମେ ୧୮୮୪ରେ ତାଙ୍କର ବନ୍ଦୀ ଜୀବନରେ ଦେହାନ୍ତ ହୋଇଥିଲା।
 
3. ଆଜିଠାରୁ ଆରମ୍ଭ ହୋଇଛି ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ। ସକାଳ ୭ଟାରୁ ରାତି ସାଢେ ୧୧ଟା ଯାଏ ମନ୍ଦିର କପାଟ ସମସ୍ତଙ୍କ ପାଇଁ ଖୋଲିବ। କେବଳ ମଧ୍ୟାହ୍ନ ସମୟରେ ଦୁଇଘଣ୍ଟା ମନ୍ଦିର କପାଟ ବନ୍ଦ ରହିବ।  
 
4. ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର ଉଦ୍‍ଘାଟନ ହୋଇଛି। ଏହାଦ୍ୱାରା ୫୦୦ ବର୍ଷର ସଂଗ୍ରାମକୁ ସୁଫଳ ମିଳିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର କର୍ତ୍ତା ରୂପେ ଶ୍ରୀ ରାମଙ୍କ ପାଖରେ ନିଜର ୧୧ ଦିନର ଉପବାସ ବ୍ରତ ଭାଙ୍ଗିଥିଲେ। ଏହି ଉଦ୍‍ଘାଟନୀ ଉତ୍ସବରେ ଦେଶ ବିଦେଶରୁ ଆସିଥିବା ବିଭିନ୍ନ ଅତିଥି ଯୋଗ ଦେଇଥିଲେ। 
 
5. ମଥୁରାରେ ସାହି ଇଦ୍‍ଗାଁ ମସ୍‍ଜିଦରେ ସର୍ବେକ୍ଷଣ ହେବ କି ନା, ସେ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବରୁ ହାଇକୋର୍ଟ  କୋର୍ଟ ତତ୍ତ୍ୱାବଧାନରେ ସର୍ବେକ୍ଷଣ ଲାଗି ଅନୁମତି ଦେଇଥିଲେ। କିନ୍ତୁ ସୁପ୍ରିମ୍‍ କୋର୍ଟ ଏହି ଆଦେଶ ଉପରେ ରାକ୍‍ ଲାଗାଇଥିଲେ। 
 
6. ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀଠାରେ ନବ ନିର୍ମିତ ପରିକ୍ରମା ମାଗରେ ପ୍ରଦକ୍ଷଣ କରିବେ। ଜାନୁୟାରୀ ୧୭ ତାରିଖରେ ଏହି ସ୍ୱତନ୍ତ୍ର ମାର୍ଗ ଉଦ୍‍ଘାଟନ ହୋଇଥିଲା। ଶ୍ରୀମନ୍ଦିର ଚାରି ପଟେ ଏହି ସ୍ୱତନ୍ତ୍ର ମାର୍ଗ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ, ମନ୍ଦିରର ସୁରକ୍ଷା ତଥା ଏକ ଭବ୍ୟ ପରିବେଶ ସୃଷ୍ଟିରେ ସହାୟକ ହେଉଛି। ଏହାକୁ ପୁରୀର ନବ କଳେବର ବୋଲି ବି ଅନେକ କହୁଛନ୍ତି। 
 
7. ରାଜ୍ୟ କ୍ୟାବିନେଟ୍‍ ଗତକାଲି ଅନେକ ନିଶ୍ବତ୍ତି ନେଇଛି। ଏହିକ୍ରମରେ କଟକର ନରାଜଠାରେ ବିଶ୍ୱର ସର୍ବ ବୃହତ ବ୍ୟାଟେରୀ ନିର୍ମାଣ ୟୁନିଟ୍‍ ସ୍ଥାପନ ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଜେଏସ୍‍ଡବ୍ଲୁ ୪୦ ହଜାର କୋଟି ଯଙ୍କା ନିବେଶ କରିବ। ୧୧ ହଜାର ଲୋକଙ୍କୁ ନିଯୁକ୍ତି ମିଳି ବେବାଲି ଆଶା କରାଯାଇଛି। ଏହାସହ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ନୀତିକୁ କ୍ୟାବିନେଟ୍‍ ମଞ୍ଜୁର ଦେଇଛନ୍ତି। ଗବେଷଣା ଓ ଜୈବ ଶିଳ୍ପ ବିକାଶକୁ ଏହା ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଇଛି। 
 
8. କୃଷି ବିଭାଗ ରାଜ୍ୟରେ ଆସନ୍ତା ୧୦ ବର୍ଷରେ ୧୦ଗୁଣା କଫି ଉତ୍ପାଦନ ବଢ଼ାଇବା ଲାଗି ନୀତି ନିର୍ଦ୍ଧାରଣ କରିଛି। ଏହି ନରତିକୁ ରାଜ୍ୟ କ୍ୟାବିନେଟ୍‍ ମଞ୍ଜୁର ପ୍ରଦାନ କରିଛନ୍ତି। ସ୍ଥାୟୀ ଜୀବିକା ପାଇଁ କଫି ଚାଷ ଯୋଜନାରେ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଏବଂ ଗଜପତି ଜିଲ୍ଲାରେ କଫି ଚାଷ ହେବ। ୫୦ ହଜାରରୁ ଅଧିକ ଚାଷୀ ଏଥତିରେ ଉପକୃତ ହେବେ ବୋଲି ଆଶା କରାଯାଇଛି। 
 
9. ଆଗକୁ ନିର୍ବାଚନ। ଏ ଭିତରେ ସରକାର ଜିଲ୍ଲା ପ୍ରଶାସନ କ୍ଷେତ୍ରରେ ଅଦଳ ବଦଳ କରିଛନ୍ତି। ଏହିକ୍ରମରେ ୧୭ ଜିଲ୍ଲାକୁ ନୂଆ ଜିଲ୍ଲାପାଳ ମିଳିଛନ୍ତି। ମୋଟ ୩୮ ଜଣ ଆଇଏଏସ୍‍ ଅଧିକାରୀଙ୍କ ବଦଳି ହୋଇଥିବା ବେଳେ ୩ ମହା ନିଗର ନିଗମରେ ନୂଆ ଆୟୁକ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ରଞ୍ଜନ ଦାସଙ୍କୁ ଦାୟିତ୍ୱରୁ ହଟାଯାଇଛି ତାଙ୍କ ସ୍ଥାନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ନିଯୁକ୍ତି କରାଯାଇଛି। ସରକାର ଏହି ପଦବୀକୁ ଅତିରିକ୍ତ ସଚିବ ପାହ୍ୟା ଘୋଷଣା କରିଛନ୍ତି। ରାଜ୍ୟ ନିର୍ବାଚନ ଆୟୁକ୍ତ ଥିବା ୨୦୧୨ ମସିହା ଆଇଏଏସ୍‍ ବିଜୟ କୁମାର ଦାଶଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି। 
 
10. ରାଜ୍ୟରେ ଗଲା କିଛିଦିନ ହେଲା ଜଙ୍ଗଲରୁ ସହରମୁହାଁ ହୋଇଥିବା ହାତୀଙ୍କୁ ପୁଣି ଜଙ୍ଗଲ ଫେରାଇ ନେବା ଲାଗି ରାଜ୍ୟ ବନ ବିଭାଗ ତାମିଲନାଡ଼ୁ ବନବିଭାଗର ସହାୟତା ମାଗିଛି। ଏଥିଲାଗି ୪ଟି କୁମ୍‍କୀ ହାତୀ ମାହୁନ୍ତ ସହ ଦେବାକୁ ଅନୁରୋଧ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୨୩୦ଥର ମଣିଣ-ହାତୀ ଲଢ଼େଇ ହୋଇଥିବା ରେକର୍ଡ କରାଯାଇଛି।
Read More
{}{}