Hindi News >>Home >>Top 10 News

Top 10 News Today: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜିମ୍ବାୱେ ବିପକ୍ଷରେ ଭାରତର ପରାଜୟ ଓ ଅନ୍ୟ ଖବର

Top 10 Headlines from 6th July 2024: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ପହଞ୍ଚିଛନ୍ତି। କହିରଖୁଛୁ ଯେ ୪ ଦିନିଆ ଓଡି଼ଶା ଗସ୍ତରେ ରାଷ୍ଟ୍ରପତି ଆସିଛନ୍ତି।  ରାଷ୍ଟ୍ରପତି ଏହି ଅବଧିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।  

Advertisement
Top 10 News Today
Stop
Jagdish Barik|Updated: Jul 06, 2024, 10:02 PM IST

Top 10 News Today: H1. President Droupadi Murmu arrives in Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ପହଞ୍ଚିଛନ୍ତି। ମହମହିମ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ଭୁବନେଶ୍ବର ମେୟର ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।  କହିରଖୁଛୁ ଯେ ୪ ଦିନିଆ ଓଡି଼ଶା ଗସ୍ତରେ ରାଷ୍ଟ୍ରପତି ଆସିଛନ୍ତି।  ରାଷ୍ଟ୍ରପତି ଏହି ଅବଧିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

H2. Union Budget 2024: ଜୁଲାଇ ୨୩ ରେ ନୂତନ ସରକାରଙ୍କ ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ। ଏହି ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ଏହା ଷଷ୍ଠ ଥର ପାଇଁ ହେବ, ଯେଦେବେଳେ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ।

H3. CM Majhi sweeps Bada Danda ahead of Rath Yatra 2024: ରାତି ପାହିଲେ ରଥଯାତ୍ରା। ଏଥିପାଇଁ ସବୁକିଛି ପ୍ରସ୍ତୁତ ସରିଛି। ଏହାପୂର୍ବରୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରଧାବାଲିରେ ପହଞ୍ଚି ସଫେଇ କରିଛନ୍ତି। ହାତରେ ଝାଡୁ ଧରି ସେ ସଫେଇ କରିଛନ୍ତି। ତାଙ୍କ ସହ ଉପସ୍ଥିତ ରହିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତି ପରିଡ଼ା ମଧ୍ୟ ସଫେଇ କରିଛନ୍ତି। 

H4.Puri Ratna Bhandar News: ଶ୍ରୀମନ୍ଦିରର ରତ୍ନଭଣ୍ଡାର କେବେ ଖୋଲିବ, ସେନେଇ ନିଷ୍ପତ୍ତି ଆଗାମୀ ୯ ତାରିଖରେ ନିଆଯିବ। ଆଜିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ଶ୍ରୀ ରଥ କହିଛନ୍ତି ଯେ, ଆଗାମୀ ୯ ତାରିଖରେ କମିଟିର ଦ୍ବିତୀୟ ବୈଠକ ସକାଳ ୧୦ଟାରେ ହେବ। ଡୁପ୍ଲିକେଟ୍ ଚାବି ଟ୍ରେଜେରିରେ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ବୈଠକରେ ୧୮ଜଣ ପ୍ରତ୍ୟକ୍ଷ ଉପସ୍ଥିତିରେ ରତ୍ନଭଣ୍ଡାର ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ସମସ୍ତ ନଥିପତ୍ର ଯାଞ୍ଚ କରାଯାଇଛି।

H5. Odisha Assembly session from July 22: ୧୭ ତମ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ୨୨ ଜୁଲାଇ ୨୦୨୪ ରେ ଆରମ୍ଭ ହେବ ଓ ଏହିଦିନ ରାଜ୍ୟପାଳ ରଘୁବର ଦାସ ନିଜର ପ୍ରଥମ ଅଭିଭାଷଣ ରଖିବେ। ୨୫ ଜୁଲାଇରେ ୨୦୨୪-୨୫ ବଜେଟର ଉପସ୍ଥାପନା ଓ ୨୪ ଜୁଲାଇରେ ଡେପୁଟି ବାଚସ୍ପତି ଚୟନ ପ୍ରମୁଖ କାର୍ଯ୍ୟକ୍ରମଗୁଡିକ ଅନ୍ତର୍ଭୁକ୍ତ ରହିଛି।

H6. Soldier Killed In Encounter In Kashmir's Kulgam: ଆଜି କାଶ୍ମୀରର କୁଲଗାମରେ ସୈନିକ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ସୌନିକଙ୍କୁ ସହିଦ ହୋଇଛନ୍ତି। ସୁରକ୍ଷା କର୍ମୀମାନେ ସୂଚନା ପାଇଥିଲେ ଯେ ଆତଙ୍କବାଦୀମାନେ କୁଲଗାମ ନିକଟ ମୋଦରଗାମରେ ଲୁଚି ରହିଥିଲେ। ଯାହା ପରେ ଏକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସମୟରେ ଏକ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୈନିକମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ସୈନିକମାନେ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲେ। ଏହି ଏନକାଉଣ୍ଟରରେ ଅନ୍ୟ ଜଣେ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି।

H7. NEET UG Counselling 2024: ନିଟ ୟୁଜି ୨୦୨୪ର କାଉନସେଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପେପର୍ ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ହେବାକୁ ଥିବା କାଉନସେଲିଂ ସ୍ଥଗିତ ରଖାଯାଇଛି।ଜାତୀୟ ପରୀକ୍ଷା ଏଜେନ୍ସି (NTA) କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। 

H8. PM Modi speaks to new UK PM Keir Starmer: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର ଷ୍ଟାରମରଙ୍କ ସହ ଫୋନଯୋଗେ କଥା ହୋଇଛନ୍ତି ଓ ତାଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିବା ଏବଂ ଲେବର ପାର୍ଟିର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଐତିହାସିକ ଭାରତ-ବ୍ରିଟେନ ସମ୍ପର୍କ ଓ ରଣନୀତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ଦୁଇ ନେତା ଆଲୋଚନା କରିଥିଲେ।

H9. Assam floods Update: ଆସାମରେ ବନ୍ୟା ପରିସ୍ଥିତି ଗୁରୁତର ରହିଛି। ଉତ୍ତର-ପୂର୍ବ ରାଜ୍ୟର ପ୍ରମୁଖ ନଦୀଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଓ ବନ୍ୟା ଦ୍ୱାରା ପ୍ରାୟ ୨୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିବ୍ରୁଗଡ଼ର ଅନେକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ରାଜ୍ୟର ୨୯ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ପରିସ୍ଥିତି ଏପରି ଯେ ଆସାମ ନିକଟ ଅତୀତରେ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି।

H10. India vs Zimbabwe 1st T20: ଶନିବାର ଦିନ ହରାରେରେ ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ହାରି ଯାଇଛି। ଆଇପିଏଲ୍ ଷ୍ଟାର ଖେଳାଳିଙ୍କ ଦ୍ୱାରା ସଜ୍ଜିତ ଟିମ୍ ଇଣ୍ଡିଆ ୧୧୬ ରନ୍ ସ୍କୋର କରିପାରି ନଥିଲା ଓ ୧୩ ରନରେ ମ୍ୟାଚ୍ ହାରିଯାଇଥିଲା। 

{}{}