Hindi News >>Home >>Top 10 News

Top 10 News Today: ପାଣ୍ଡିଆନଙ୍କ ବିରୋଧରେ ଇଡ଼ିରେ ଅଭିଯୋଗ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 8th June 2024: ବଢିଲା ବିଜୁ ଜନତା ଦଳର ଦ୍ୱିତୀୟ ପାୱାରଫୁଲ ନେତା ଭିକେ ପାଣ୍ଡିଆନଙ୍କ ଅଡ଼ୁଆ। ପାଣ୍ଡିଆନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ିରେ ଅଭିଯୋଗ ହୋଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

Advertisement
top 10 news headlines for 8 June 2024
Stop
Jagdish Barik|Updated: Jun 08, 2024, 10:02 PM IST

H1. Naveen Patnaik On Vk Pandian: ଭିକେ ପାଣ୍ଡିଆନକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିକେ ପାଣ୍ଡିଆନଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଭିକେ ପାଣ୍ଡିଆନ ହେଉଛନ୍ତି ଜଣେ କର୍ତ୍ତବ୍ୟନୀଷ୍ଠ ଅଫିସର । ସେ ପାଣ୍ଡିଆନ୍‌ଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନ୍ ଜଣେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି। ରାଜ୍ୟରେ ବାତ୍ୟା ସମୟରେ ସେ ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏହା ସହିତ ସେ ବିଭିନ୍ନ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇଥିବା ନବୀନ କହିଛନ୍ତି।

H2. Ramoji Rao died: ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୪.୫୦ ମିନିଟ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟିସ୍ଥିତ ବାସଭବନକୁ ଅଣାଯାଇଛି। ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। 

H3. Vk Pandian News: ବଢିଲା ବିଜୁ ଜନତା ଦଳର ଦ୍ୱିତୀୟ ପାୱାରଫୁଲ ନେତା ଭିକେ ପାଣ୍ଡିଆନଙ୍କ ଅଡ଼ୁଆ। ପାଣ୍ଡିଆନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ିରେ ଅଭିଯୋଗ। ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅଭିଯୋଗ ହୋଇଥିବାର ସୂଚନା ରହିଛି। ତେବେ ପାଣ୍ଡିଆନ ଯେତେବେଳେ କ୍ଷମତାଶାଳୀ ରହିଥିଲେ ସେତେବେଳେ ତାଙ୍କ ବିରୋଧରେ କେହି ମୁହଁ ଖୋଲିବାକୁ ସାହସ କରୁନଥିଲେ। ତେବେ କ୍ଷମତାରୁ ହଟିବା ପରେ ପାଣ୍ଡିଆନଙ୍କ ବିରୋଧରେ ଚାରିଆଡେ ବିରୋଧାଭାଷ ବଢିବାରେ ଲାଗିଛି। ଏପରିକି ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ଘୋର ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି।

H4. Narendra Modi oath-taking ceremony: ରବିବାର ଦିନ (୯ ଜୁନ୍) ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଏଥିପାଇଁ ୭ ଟି ପଡୋଶୀ ଦେଶର ରାଜ୍ୟ ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ୯ ଜୁନ୍ ପଥ ଗ୍ରହଣ ସମାରୋହରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସମେତ ପଡୋଶୀ ତଥା ସାତୋଟି ଭାରତ ମହାସାଗରୀୟ ଦେଶର ନେତାମାନେ ଯୋଗଦେବେ।

H5. Monsoon Arrives in Odisha: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ରହିଛି । ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିବା ସୂଚନା ମିଳିଛି । ବର୍ତ୍ତମାନ ତାତିରୁ ଖୁବ୍‌ଶୀଘ୍ର ଆଶ୍ୱସ୍ତି ମିଳିବ ବୋଲି ରାଜ୍ୟବାସୀ ଆଶା ପ୍ରକଟ କରିଛନ୍ତି ।

H6. Puri News: ପୁରୀ ଶ୍ରୀମନ୍ଦିର ନିକଟରୁ ଲାଇଟ୍ କାଢିନେବା ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ଆଜି ପୁଣିଥରେ ଲାଇଟ୍ ଲଗାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ  ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଲାଇଟ୍ କାଢ଼ି ନେଇ ଶ୍ରୀମନ୍ଦିରକୁ ଅନ୍ଧାର କରିବା ଚିନ୍ତାଜନକ ବିଷୟ ତେଣୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉ ।

H7. NEET UG Result: NEET ଫଳାଫଳରେ ହୋଇଥିବା ଅନିୟମିତତା ପରେ ସିବିଆଇ ତଦନ୍ତ ପାଇଁ ଉତ୍ତେଜନା ଓ ଦାବି ମଧ୍ୟରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ଦେବା ଫଳାଫଳରେ କୌଣସି ପରିବର୍ତ୍ତନ ଆଣିନାହିଁ। ପେପର ଲିକ୍ ଅଭିଯୋଗକୁ ମଧ୍ୟ ଏନଟିଆଇ ପ୍ରତ୍ୟାଖ୍ୟାନ କରିଛି।

H8. Leader of the Opposition in Lok Sabha: କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁଡିସି) ଏକ ପ୍ରସ୍ତାବ ପାରିତ କରି ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ କହିଛି। ସଂଗଠନର ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଶନିବାର ଦିନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ସିଡବ୍ଲ୍ୟୁସି ସର୍ବସମ୍ମତି କ୍ରମେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭୂମିକା ଗ୍ରହଣ କରିବାକୁ ନିବେଦନ କରିଛି। ସଂସଦ ଭିତରେ ଏହି ଅଭିଯାନର ନେତୃତ୍ୱ ନେବାକୁ ରାହୁଲ ଜୀ ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି।

H9. Puri Ratha Yatra Meeting News: ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେଖାଦେଇଛି ତତ୍ପରତା। ଆଗାମୀ ୨୨ତାରିଖ ଦିନ ଦେବ ସ୍ନାନ ପୂର୍ଣ୍ଣିମା ସହ ଜୁଲାଇରେ ରଥଯାତ୍ରା ,ବାହୁଡା ଯାତ୍ରା,ସୁନାବେଶ ଓ ନିଳାଦ୍ରୀ ବିଜେ ନୀତି ଶୃଙ୍ଖଳିତ ଭାବେ କରିବା ନେଇ ଆଲୋଚନା କରାଯାଇଛି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଦଇତାପତି ନିଯୋଗ ସହିତ ଏହି ଆଲୋଚନା କରାଯାଇଛି। ମହାପ୍ରଭୁଙ୍କର ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ଘୋଷଯାତ୍ରା ପଡୁଥିବା ହେତୁ ସେଦିନ କିପରି ସମସ୍ତ ନୀତି ସମାପନ କରାଯିବ ତା ଉପରେ ବୈଠକରେ ତର୍ଜମା କରାଯାଇଥିଲା। 

H10. Supreme Court: ଲୋକସଭା ୨୦୨୪ ନିର୍ବାଚନ ପାଇଁ ଭୋଟ୍ ଗଣତି ଦିନ ଜୁନ୍ ୪ ରେ ଷ୍ଟକ୍ ମାର୍କେଟରେ ହଠାତ୍ ହ୍ରାସ ଘଟିଥିଲା। ଏହା ନିବେଶକମାନଙ୍କ ପାଇଁ ବିପୁଳ କ୍ଷତି ଘଟାଇଲା। ବର୍ତ୍ତମାନ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ କେନ୍ଦ୍ର ସରକାର ଓ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) କୁ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

{}{}