Hindi News >>Home >>Top 10 News

Top 10 News Today: ଦିଲ୍ଲୀ ଗସ୍ତରେ ଅଛନ୍ତି ଭିକେ ପାଣ୍ଡିଆନ୍; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 6th June 2024: ଦିଲ୍ଲୀ ଗସ୍ତରେ ଅଛନ୍ତି ଭିକେ ପାଣ୍ଡିଆନ୍। ଆଜି ସନ୍ଧ୍ୟାରେ ବିଜେଡି ପ୍ରେସ ମିଟ୍ କରି ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଗସ୍ତରେ ଥିବା ସୂଚନା ଦେଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

Advertisement
Top 10 News Headlines Odisha 6th June 2024
Stop
Jagdish Barik|Updated: Jun 06, 2024, 09:54 PM IST

H1. Pradeep Kumar Jena on BSKY Card: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, "ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍‌କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲ ଗୁଡ଼ିକ ଅବହେଳା କରିପାରିବେ ନାହିଁ, କି ଡିସ୍‌ଚାର୍ଜ କରିପାରିବେ ନାହିଁ।  ବିଏସ୍‌କେଓ୍ବାଇ କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ ନାହିଁ। ନୂଆ ନିଷ୍ପତ୍ତି ନ ଆସିବା ଯାଏ ଏହି ସେବା ବଳବତ୍ତର ରହିବ। କିଛି ଅସୁବିଧା ହେଲେ ହେଲ୍ପଲାଇନ୍‌ ନମ୍ବର ୧୦୪ରେ କଲ କରି ଜଣାଇ ପାରିବେ। କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।"

H2. Odisha BJP: ଓଡ଼ିଶାର ନବ ନିର୍ବାଚିତ ବିଜେପି ସାଂସଦ ମାନଙ୍କୁ ଦିଲ୍ଲୀ ଡାକରା ଆସିଛି। ଆଜି ୨୦ଜଣ ବିଜେପି ସାଂସଦ ଦିଲ୍ଲୀ ଯାଇଛନ୍ତି। ଏହି ନେତା ମାନଙ୍କୁ ଆସନ୍ତାକାଲି ଦିଲ୍ଲୀରେ ବିଜେପିର ସଂସଦୀୟ ଦଳର ବୈଠକ ବସିବା ନେଇ ସ୍ଥିର ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ସମସ୍ତ ସାଂସଦ ପ୍ରାର୍ଥୀ। ଅନ୍ୟପଟେ ସାଂସଦଙ୍କ ସମେତ ଦଳର ଅନେକ ଶୀର୍ଷକ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି।

H3. CMO Odisha: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୩ ପୂର୍ବତନ ଆଇଏଏସ୍‍ ଅଧିକାରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଆର ବାଲାକ୍ରିଷ୍ଣନ୍‍, ସୁରେଶ ମହାପାତ୍ର ଏବଂ ଉପେନ୍ଦ୍ର ତ୍ରିପାଠୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ଇସ୍ତଫାପତ୍ର ମଧ୍ୟ ଗ୍ରହଣ କରାଯାଇଥିବା ସାଧାରଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

H4. VK Pandian in Delhi: ବିଜୁ ଜନତା ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ତଥା ଦ୍ୱିତୀୟ ଷ୍ଟାର ପ୍ରଚାରକ ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ ଭୁବନେଶ୍ୱରରୁ ଦିଲ୍ଲୀ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ, ନିର୍ବାଚନ ଗଣତି ଚାଲିଥିବା ଦିନ ବିଳମ୍ବିତ ସନ୍ଧ୍ୟାରେ ସେ ଘରୋଇ ବିମାନ ଯୋଗେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ସେଠାରେ କିଛି ଗଣମାଧ୍ୟମ କାର୍ଯ୍ୟାଳୟ ମଧ୍ୟ ସେ ବୁଲିଥିବା ସୂଚନା ମିଳିଛି। ଏପରିକି ସୋଶାଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ୍‍ ହେଉଛି। ତେବେ ବିଜେଡି ପ୍ରେସ ମିଟ୍ କରି ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଗସ୍ତରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି।

H5. Tihar Jail Gang War: ଦିଲ୍ଲୀର ତିହାର ଜେଲରେ ପୁଣି ଥରେ ରକ୍ତାକ୍ତ ସଂଘର୍ଷ ଦେଖାଦେଇଛି। କଏଦୀମାନଙ୍କ ଗ୍ୟାଙ୍ଗକୁ ନେଇକି ପରସ୍ପର ମଧ୍ୟରେ ସଂଘର୍ଷ ହୋଇଛି। ଯେଉଁଥିରେ ଗୋଗି ଗ୍ୟାଙ୍ଗର ଜଣେ ସଦସ୍ୟ  ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତ କଏଦୀଙ୍କୁ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦିଲ୍ଲୀ ପୋଲିସ ଟିମ୍ ମଧ୍ଯ ହସ୍ପିଟାଲରେ ପହଞ୍ଚି କଏଦୀଙ୍କୁ ପଚରାଉଚରା କରିଥିଲା। ଏହି ମାମଲାରେ ହରିନଗର ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜିକୃତ ହୋଇଛି।

H6. Kangana Ranaut Slapped By CISF Guard: ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ଆସନ ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ସିଏସଏଫ ମହିଳା ରାକ୍ଷୀଙ୍କୁ ଚାପୁଡ଼ା ମାରିଛନ୍ତି। କୁହାଯାଉଛି ଯେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କଙ୍ଗନା ଦେଇଥିବ ବୟାନରେ କୁଲବିନ୍ଦର କୌର ରାଗିକି ରହିଥିଲେ, ସେଥିପାଇଁ ସେ ବିଜେପି ସାଂସଦଙ୍କୁ ଚାପୁଡ଼ା ମାରିଥିଲେ। ବର୍ତ୍ତମାନ ଅଭିଯୁକ୍ତ ମହିଳା ସିଆଇଏସ୍ଏଫ୍ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଏସ୍ଏଫ୍ ଡିଜି ତାଙ୍କୁ ନିଲମ୍ବନ କରିଛନ୍ତି। 

H7. Gopal Rai On INDIA alliance: ଦିଲ୍ଲୀର ସମସ୍ତ ସାତୋଟି ଆସନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟି କଂଗ୍ରେସ ସହ ମେଣ୍ଟ ଶେଷ କରିବାକୁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଏକ ବୈଠକ ପରେ ବରିଷ୍ଠ ଆମ୍ ଆଦମୀ ଦଳର ନେତା ଗୋପାଳ ରାୟ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସହିତ ମିଳିତ ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ ଥିଲା, ବିଧାନସଭା ନିର୍ବାଚନରେ ଏକାଠି ରହିବେ ନାହିଁ।

H8. Chandrababu Demands for Cabinet Berths: ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ବିଜୟୱାଡା ଠାରେ ଦଳର ନବନିର୍ବାଚିତ ସଂସଦୀୟ ଦଳଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଦଳର ନେତାଙ୍କ ପାଇଁ ପାଞ୍ଚଟି କ୍ୟାବିନେଟ ମନ୍ତ୍ରୀ ଓ କେନ୍ଦ୍ରରେ ଗଠନ ହେବାକୁ ଥିବା ନୂତନ ସରକାରରେ ସହଯୋଗୀ ଜନସେନାଙ୍କ ପାଇଁ ଦୁଇଟି ପଦବୀ ପ୍ରଦାନ କରିବାକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି। 

H9. Rahul gandhi On Stock Market: ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେୟାର ବଜାର ଉପରେ ଦେଇଥିବା ବୟାନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଲୋକଙ୍କୁ ନିବେଶ କରିବାକୁ କାହିଁକି ପରାମର୍ଶ ଦେଇଥିଲେ? ସମଗ୍ର ମାମଲାକୁ ଏକ ଘୋଟାଲା ବୋଲି ବର୍ଣ୍ଣନା କରି ରାହୁଲ ଗାନ୍ଧୀ ମଧ୍ୟ ଜେପିସି ତଦନ୍ତ ଦାବି କରିଛନ୍ତି।

H10. Canada Parliamentary Panel report: ଭାରତ ଉପରେ ପୁଣି ଏକ ସଂଗୀନ ଅଭିଯୋଗ ଲଗାଇଛି କାନାଡ଼ା। ଦେଶର ଗଣତନ୍ତ୍ର ପାଇଁ ଭାରତ ଦ୍ବିତୀୟ ବଡ଼ ବିଦେଶୀ ବିପଦ ବୋଲି କାନାଡ଼ାର ଉଚ୍ଚସ୍ତରୀୟ ସଂସଦୀୟ କମିଟି କ‌ହିଛି। ତେବେ ଏହି କମିଟି ଚୀନକୁ ଏକ ନମ୍ବର ବିପଦ ବୋଲି କହିଛି। ଏହା ପୂର୍ବରୁ ଋଷକୁ ଦ୍ବିତୀୟ ବଡ଼ ବିପଦ ବୋଲି ଦର୍ଶାଇଥିଲା କାନାଡ଼ା। ୨୦୧୯ରେ ଭାରତକୁ ତୃତୀୟ ବିପଦ ପ୍ରବଣ ରାଷ୍ଟ୍ର ତାଲିକାରେ ରଖିଥିଲା।

{}{}