Hindi News >>Home >>Top 10 News

Top 10 News Today: ବିଜେଡିକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today: ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Advertisement
Top 10 News Today: ବିଜେଡିକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Stop
Soubhagya Ranjan Mishra|Updated: May 27, 2024, 09:59 PM IST

Top 10 News Today:

01- ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ବିଜେଡି ଉପରେ ବର୍ଷିଛନ୍ତି । ନବୀନ ବାବୁଙ୍କର ଓଡ଼ିଶା ଚାଷୀଙ୍କ ଚିନ୍ତା ନାହିଁ କହିବା ସହ ଖରାପ ବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ନୋବେଲ ମିଳିବା ଉଚିତ ବୋଲି ହେମନ୍ତ କହିଛନ୍ତି । ବିଜେପି ସରକାର ରାଜ୍ୟରେ ଆସିଲେ ଶ୍ରୀମନ୍ଦିରର ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ ଏବଂ ରନ୍ନ ଭଣ୍ଡାର ଖୋଲାଯିବ । ଏଥିସହ ପ୍ରତି ମହିଳାଙ୍କୁ ୫୦ ହଜାର ମିଳିବ ବୋଲି ବକ୍ତବ୍ୟରେ କହିଛନ୍ତି ।

02- ସୋମବାର ଅପରାହ୍ନ ସମୟରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ କେହି ଦୁର୍ବୁତ୍ତ ଅଜଣା ନମ୍ୱରରୁ ଧମକପୂର୍ଣ୍ଣ କଲ୍ କରିଥିଲା । ଫୋନ୍ ରିସିଭ୍ କରିବା ପରେ ଶୁଣିବାକୁ ମିଳିଥିଲା ଯେ, ତାଜ ହୋଟେଲ ଏବଂ ମୁମ୍ବାଇ ବିମାନବନ୍ଦରରେ ବୋମା ଲଗାଯାଇଛି । ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ଟିମ୍ ତୁରନ୍ତ ତାଜ ହୋଟେଲ ଏବଂ ବିମାନବନ୍ଦରର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସକୁ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ । ବିମାନବନ୍ଦର ଏବଂ ତାଜ ହୋଟେଲ ଭିତରେ ମୁମ୍ବାଇ ପୋଲିସ ଛାନଭିନ୍ ଜାରି ରଖିଛି । ତେବେ ସନ୍ଦେହଜନକ କଲ୍ କେଉଁଠୁ ଆସିଛି ତାହା ମଧ୍ୟ ସେମାନେ ଜାଣିବାକୁ ପ୍ରୟାସ କରୁଛନ୍ତି ।

03- ଭାରତ ଏବଂ ପାକିସ୍ଥାନ ସୀମା ତଥା ଜୈସଲମେର ବର୍ଡରେ ନିୟୋଜିତ ଜଣେ ବିଏସଏଫ ଯବାନ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନଙ୍କ ନାମ ଅଜୟ କୁମାର ବୋଲି ଜଣାପଡିଛି। କୁହାଯାଉଛି ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ତାଙ୍କୁ ମୃତ୍ୟୁ ହୋଇଛି । ବର୍ତ୍ତମାନ ସାରା ଦେଶରେ ଅତ୍ୟଧିକ ଉତ୍ତାପ ଉନୁଭୂତ ହେଉଥିବା ସମୟରେ ମରୁଭୂମି ସୀମାରେ ତାପମାତ୍ରା ୫୫ ଡିଗ୍ରୀରୁ ଅଧିକ ହୋଇଯାଇଛି । ଏହି କାରଣରୁ ବିଏସ୍ଏଫ୍ ଯବାନମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

04- ମାତ୍ର ୫ ବର୍ଷ ମଧ୍ୟରେ ୨୩ ଗୁଣା ବଢ଼ିଯାଇଛି କଟକ ଚୌଦ୍ୱାର ବିଜେଡି ବିଧାୟକ ସୌଭିକ୍ ବିଶ୍ବାଳଙ୍କ ସମ୍ପତ୍ତି । ଏଡିଆର ରିପୋର୍ଟରେ ଦେଖିବାକୁ ମିଳିଛି ଏପରି ତଥ୍ୟ । ୨୦୧୯ରେ ୨୦ ଲକ୍ଷ ୬୮ ହଜାର ଟଙ୍କା କିନ୍ତୁ ୨୦୨୪ ମସିହାରେ ସମ୍ପତ୍ତି ବୃଦ୍ଧି ପାଇଁ ୫ କୋଟି ୪ ଲକ୍ଷ ଟଙ୍କା ହୋଇଥିବା ପ୍ରକାଶ ପାଇଛି । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ବଢିବାରେ ଲାଗିଛି । ସେହିପରି ରାଉରକେଲା ବିଧାୟକ ଶାରଦା ନାୟକଙ୍କ ସଂପତ୍ତି ୮ ଗୁଣ ବଢ଼ିଛି ବୋଲି ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି । ୨୦୧୯ ମସିହାରେ ଶାରଦାଙ୍କ ମୋଟ ସମ୍ପତ୍ତି ୧୩.୩ ଲକ୍ଷ ଥିବା ସମୟରେ ବର୍ତ୍ତମାନ ୧ କୋଟି ୭ ଲକ୍ଷରେ ପହଞ୍ଚିଛି ।

05- ଲ୍ୟାଣ୍ଡ ଫଲ୍ ପରେ ଦୁର୍ବଳ ହେଲା ବାତ୍ୟା ରେମାଲ । କିନ୍ତୁ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ଏବଂ ପବନ ପ୍ରଭାବରେ ବଡ଼ ବଡ଼ ଗଛ ଭାଙ୍ଗିବା ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଉଡାଇନେଇଛି । ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କ୍ଷୟକ୍ଷତିର ଯାଞ୍ଚ କରାଯାଉଛି । ରାସ୍ତାରୁ ଗଛ ହଟାଯିବା ସହ ରିଲିଫ୍ କାର୍ଯ୍ୟ ସୂଚାରୁ ରୁପେ କରାଯାଉଛି ।

06- ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଆଜି ଏକ ପ୍ରେସମିଟ୍‌ କରି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ଉପସଭାପତି ପୀତାମ୍ବର ଆଚାର୍ଯ୍ୟ । ସେ କହିଥିଲେ ଯେ, ମିଥ୍ୟା ମୋକଦ୍ଦମାରେ ଫସାଇ ପ୍ରଶାନ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ଡିଏସ୍‌ କୁଟ୍ଟେ ଚକ୍ରାନ୍ତ କରିଛନ୍ତି ତେଣୁ କଲ୍‌ ରେକର୍ଡ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି । ରାତି ଅଧରେ ଉଠାଇ ନେଇ ଥାନାରେ ତଳେ ବସାଇ ପୋଲିସ ଅପରାଧୀ ଭଳି ନିର୍ଯାତନା ଦେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

07- ଡଲାର ତୁଳନାରେ ଟଙ୍କାର ମୂଲ୍ୟ ତଳକୁ ଖସିଛି। ସୋମବାରଦିନ ୪ ପଇସା ଖସିବାରୁ ୧ ଆମେରିକୀୟ ଡଲାରର ମୂଲ୍ୟ ପ୍ରାୟ ୮୩ଟଙ୍କା ୧୪ ପଇସା ହୋଇଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ଏହାର ଏକ ପ୍ରଭୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

08- ନୂଆପଡା ଖଡିଆଳ ବନଖଣ୍ଡରେ ହାତୀ ଗଣନା କାର୍ଯ୍ୟକ୍ରମ ଚାଲିଛି । ବନଖଣ୍ଡର ୫ଟି ରେଞ୍ଜର ୯୫ଟି ବିଟରେ ହାତୀ ଗଣନା କରାଯାଉଛି । ହାତୀକୁ ଦେକିବା ସହ ପାଦ ଚିହ୍ନ, ମଳର ସାମ୍ପଲକୁ ନେଇ ଗଣନା ହେଉଛି ବୋଲି କୁହାଯାଇଛି ।

09- କୋଟଗଡ଼ ଥାନା ଅନ୍ତର୍ଗତ ବାଡ଼ିପଙ୍ଗା ଗାଁରେ ଯୁବକଙ୍କୁ ନକ୍ସଲ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହ କରି ଘରୁ ଡାକିନେଇ ହତ୍ୟା କରିଥିବା ସୂଚନା ମିଳିଛି । ଯୁବକଙ୍କ ମୃତଦେହ ନିକଟରେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ମାଓ ପୋଷ୍ଟର ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

10- ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ଦକ୍ଷିଣ-ପଣ୍ଚିମ ମୌସୁମୀ ବାୟୁ। ଏନେଇ ଭାରତ ପାଣିପାଗ ବିଭାଗ ସୂଚନା ଦେଇଛି।  ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁପାରେ ବୋଲି କୁହାଯାଇଛି। ଅନ୍ୟପଟେ କାଲିଠୁ ତାତି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କିନ୍ତୁ ତାତି ବଢିଲେ ମଧ୍ୟ ୫ ଦିନ ମଧ୍ୟରେ ହିଟୱେଭ୍ ସମ୍ଭାବନା ନାହିଁ । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

Also Read- Jalore News: ଅସହ୍ୟ ତାତିରେ ସାଧୁଙ୍କ ଅଗ୍ନି ତପସ୍ୟା, ୪୧ ଦିନ ଚାଲିବ ସାଧନା

{}{}