Hindi News >>Home >>Top 10 News

Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Advertisement
Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର
Stop
Soubhagya Ranjan Mishra|Updated: Jun 27, 2024, 04:06 PM IST

Top 10 News Today: 

01- ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂଦେଓ । ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହ ଭେଟି ବିଭିନ୍ନ ପ୍ରସଂଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

02- ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ସଂସଦ ଭବନରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।  ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି । ଆମ ସରକାର ସମ୍ବିଧାନର ସୁରକ୍ଷା ପାଇଁ ବଦ୍ଧ ପରିକର ଏବଂ ଜଣେ ବି କେହି ସରକାରୀ ଲାଭରୁ ବଞ୍ଚିତ ନହେବା ଲକ୍ଷ୍ୟ ରହିଛି । ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ ରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ ।

03- NEET ପେପର୍ ଲିକ୍ ମାମଲାରେ ବିହାର ପାଟନାରୁ ଜଣଙ୍କୁ ଗିରଫ କରିଛି CBI । ଅନ୍ୟପଟେ ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ହେବ କହିଛନ୍ତି ରାଷ୍ଟ୍ରପତି। ନିରପେକ୍ଷ ଯାଞ୍ଚ ପାଇଁ ସରକାର ପ୍ରତିବଦ୍ଧ । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି। ପେପର ଲିକ୍ ରୋକିବାକୁ ସରକାର କଡ଼ା ଆଇନ ଆଣିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।

04- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ ମୃତ୍ୟୁ ହୋଇଛି । ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ବାଘୁଣୀ 'ସାରା' । ୨୦୦୬ ମସିହାରେ ବାନ୍ଧବଗଡ଼ରୁ 'ସାରା'କୁ ନନ୍ଦନକାନନ ଅଣାଯାଇଥିଲା । ବାଘୁଣୀ ସାରାର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୁପକ୍ଷ ଏବଂ ପର୍ଯ୍ୟଟକଙ୍କ ମହଲରେ ଦୁଃଖ ପ୍ରକାଶ ପାଇଛି ।

05- ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ଇଂଗିତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । କ୍ୟାମ୍ପସ ଇଲେକ୍ସନ ସମ୍ପର୍କରେ ବିଚାର ବିମର୍ଷ ଚାଲିଛି ବୋଲି ମଧ୍ୟ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ କହିଥିଲେ।

06- ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସ କନ୍ଦଳ ସାମ୍ନାକୁ ଆସିଛି । ‘ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ’ ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ ।  ଏଥିସହ ସେ କହିଛନ୍ତି ଯେ, ସେ ନିଜେ ଶୋଚନୀୟ ଭାବେ ପରାଜୟର ସାମ୍ନା କରିବା ସହ ଦଳ ମଧ୍ୟ ହାରିଛି । ଏଥିସହ ଜୟଦେବ ଜେନା କହିଛନ୍ତି ଯେ, ମୁଁ ପିସିସି ସଭାପତି ଥିବା ବେଳେ କଂଗ୍ରେସ ହାରିବା କାରଣରୁ ଇସ୍ତଫା ଦେଇଥିଲି ।

07- ଅଜଣା ରୋଗ କାରଣରୁ ଆଉ ୨ଜୀବନ ଯାଇଛି । ନାରାୟଣପାଟଣା ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି । ୨ ଛୁଆ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଜଣେ ନାରାୟଣପାଟଣା ମେଡିକାଲରେ ଏବଂ ଅନ୍ୟ ଜଣଙ୍କର MKCGରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଜଣା ରୋଗରେ ମୋଟ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ହୋଇଥିବା ସୂଚନା ମିଳିଛି ।

08- ବର୍ଷା କାରଣରୁ ଭୁବନେଶ୍ୱର ଜଳବନ୍ଦୀ ହେବା ସମ୍ପର୍କରେ ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ଅଭାବ ରହୁଥିବାରୁ ଲୋକେ ଜଳବନ୍ଦୀ ହେଉଛନ୍ତି ବୋଲି ସେ କହିଛନ୍ତି । ରାଜଧାନୀର ସମ୍ବେଦନଶୀଳ ସ୍ଥାନରେ ପମ୍ପ ସେଟ୍ ରହିଛି ବୋଲି ମେୟର ସୂଚନା ଦେଇଛନ୍ତି ।
ଜବରଦଖଲ ଉଚ୍ଛେଦ ସହ ନାଳ ସଫା କରାଯାଉଛି ତେଣୁ ପରିସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି।

09- ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବ । ବଡ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ଲଗାଇବେ ଶ୍ରୀଜାଉ । ସ୍ନାନ ପରେ ଜ୍ବରରେ ପୀଡିତ ଅଛନ୍ତି ମହାପ୍ରଭୁ । ଅଣସର ବାସରେ ରହିବା ପରେ ବର୍ତ୍ତମାନ ଉପଚାର ଚାଲିଛି । ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତନୀତି କରାଯାଉଛି । ବୈଦ୍ୟଙ୍କ ପରାମର୍ଶକ୍ରମେ ଜ୍ବର ପୀଡିତ ମହାପ୍ରଭୁଙ୍କୁ ପଥି ଦିଆଯାଉଛି ।

10- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କାରଣରୁ ଆସନ୍ତା ୪ ଦିନ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।  ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅନେକ ସମୟରେ ବର୍ଷା ହୋଇଛି । ବର୍ଷା କାରଣରୁ ଅସହ୍ୟ ଗରମରୁ ରକ୍ଷା ପାଇଛନ୍ତି ସାଧାରଣ ଲୋକ ।

Also Read- Amarnath Yatra 2024: ଅପେକ୍ଷାର ହେବ ଅନ୍ତ, ୨୯ ଜୁନରୁ ଦର୍ଶନଦେବେ ବାବା ଅମରନାଥ

Also Read- Budh Gochar 2024: ୨ ଦିନ ପରେ ବଦଳିଯିବ ମିଥୁନ ସହ ଏହି ରାଶିର ଭାଗ୍ୟ...

{}{}