Hindi News >>Home >>Top 10 News

Top 10 News Today: ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର, ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Advertisement
Top 10 News Today: ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର, ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର
Stop
Soubhagya Ranjan Mishra|Updated: Jun 22, 2024, 04:01 PM IST

Top 10 News Today:

01- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୩୫ ଗରା ଜଳରେ ଜଗନ୍ନାଥଙ୍କ, ୩୩ ଗରା ଜଳରେ ବଳଭଦ୍ରଙ୍କର, ୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନ ଅନୁଷ୍ଠିତ ହୋଇଛି । ଶୃଙ୍ଖଳିତ ଦର୍ଶନ ତଥା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୃତୟନ କରାଯାଇଛି। ପୁରୀରେ ୪ ଜଣ ଏସପି ରାଙ୍କର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ରୁ ଅଧିକ ସବ୍‌ ଇନସପେକ୍ଟର ମୃତୟନ ହୋଇଛନ୍ତି। ସମୁଦାୟ ୬୮ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି। 

02-  ଇଡ୍‌କୋକୁ ରିପୋର୍ଟ ତଲବ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ରାଜ୍ୟରେ ଶିଳ୍ପ କ୍ଷେତ୍ରର ଷ୍ଟାଟସ, କେତେ ଜମି ବିକାଶ ହୋଇଛି ଏନେଇ ତଥ୍ୟ ମାଗିଛନ୍ତି । କେଉଁ ସଂସ୍ଥାକୁ କେତେ ଜମି ଦିଆଯାଇଛି, କେତେ ଶିଳ୍ପ ହୋଇଛି, କେତେ ଶିଳ୍ପ ବନ୍ଦ ହୋଇଛି, କେଉଁ କାରଣରୁ କେଉଁ ଶିଳ୍ପ ହୋଇନି ଏ ସମ୍ପର୍କରେ ପ୍ରଶ୍ନ କରିଛନ୍ତି । ଇଡ୍‌କୋରୁ ରିପୋର୍ଟ ଆସିବା ପରେ ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

03- ସିମୁଳିଆ ଥାନା ଗରସଙ୍ଗ ଗାଁରେ ପୁଅର ନୃଶଂସ କାଣ୍ଡ । ଜନ୍ମକଲା ବାପା-ମା’ଙ୍କୁ ହତ୍ୟା ପରେ ପୋତିଦେଲା ପୁଅ। ବାରି ପଛପଟୁ ଦୁର୍ଗନ୍ଧ ବାହାରିବାରୁ ବଢ଼ିଲା ସନ୍ଦେହ। ଭାଇକୁ ଦୁଇ ଭଉଣୀ ସନ୍ଦେହ କରିବାରୁ ମାଟି ଖୋଳା ଚାଲିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବାହାର କରୁଛି ପୋଲିସ। ସୂଚନା ଅନୁସାରେ, ଗରସଙ୍ଗ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରେ ବାପା-ମା ଓ ପୁଅ ରହୁଥିଲେ। ମାତ୍ର ୪ଦିନ ହେବ ମା ଓ ବାପା ଉଭୟ ନିଖୋଜ ହୋଇଯାଇଥିଲେ। ଦୁଇ ଭଉଣୀ ସେମାନଙ୍କୁ ଖୋଜାଖୋଜି କରିଥିଲେ ବି ସେମାନଙ୍କର ପତ୍ତା ମିଳିନଥିଲା। ତେବେ ଭାଇ ମଧ୍ୟ ଘରେ ନଥିବା ଦୁଇ ଭଉଣୀ ଦେଖିଥିଲେ। ତାଙ୍କୁ ଫୋନ କଲେ ସୁଦ୍ଧା ସେ ଉଠାଇ ନଥିଲେ। ଏନେଇ ସନ୍ଦେହ ବଢିଥିଲା।

04- ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଦିଆଗଲା ବଡ଼ ଦାୟିତ୍ୱ। ଶ୍ରୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓଏସଇପିଏ) ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। 

05- ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା OTET ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଆସନ୍ତା ୨୪ ତାରିଖରୁ OTET ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଜୁନ୍ ୨୪ରୁ ଜୁଲାଇ ୫ ତାରିଖ ମଧ୍ୟରେ ଆବେଦନ କରିପାରିବେ।

06- ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। ସକାଳେ ଦୋକାନବଜାର ଖୋଲିଛି। ହାଟବଜାରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ସକାଳ ୫ରୁ ଦିନ ୨ଟା ଯାଏ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଥିବା ହେତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାସହିତ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ସେବା ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍‌ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

07- ବାରିପଦା ବସ୍‌ ଷ୍ଟାଣ୍ଡରୁ ପୁଣି ଗଡିବ ବସ୍‌ । ମୟୂରଭଞ୍ଜ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଧାନ ହେବା ପରେ ସନ୍ଧ୍ୟା ୭ଟାରୁ ସ୍ବାଭାବିକ ଭାବେ ବସ୍‌ ଚଳାଚଳ ହେବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ଦୁଇ ଗୋଷ୍ଠୀ ମାରପିଟ ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସକାଳୁ ବାରିପଦା ବସଷ୍ଟାଣ୍ଡରୁ ବସ ଚଳାଚଳ ନହେବା କାରଣରୁ ଯାତ୍ରୀମାନେ ଅସୁବିଧାର ଶିକାର ହୋଇଥିଲେ । ଗତକାଲି ଘଟଣାରେ ଉଭୟ ପକ୍ଷର ୧୦ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ସୂଚନା ମିଳିଛି ।

08- ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଜଳ ସଂପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ନଦୀବନ୍ଧଗୁଡିକୁ ଅଧିକ ସୁଦୃଢ଼ କରିବା ଓ ସଜାଗ ରହିବାକୁ ନିର୍ଦ୍ଦେଶ ମିଳିଛି । 

09- ବାରିପଦାରେ ବାଣ ଭିଡ଼ୁଥିବା ବେଳେ ଅଘଟଣ ଘଟିଛି । ଆଜବେଷ୍ଟସ୍ ଉଡିଯିବା ସହ ଜଣଙ୍କର ମୃତ୍ୟୁ ହୋଇଛି । ବୈସିଙ୍ଗା ଥାନା ବଡ଼ଗୋପାଳପୁର ଗାଁରେ ବାଣ ବିସ୍ଫୋରଣ ହୋଇଛି । ବାଣ ଭିଡ଼ୁଥିବା ବ୍ୟକ୍ତି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

10- ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ୩ଟି ଜିଲ୍ଲାରେ ପ୍ରବଳ ବର୍ଷିା ସମ୍ଭାବନା ରହିଛି । କିଛି ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି । ୨୪ ଘଣ୍ଟା ଭିତରେ କନ୍ଧମାଳ, ଗଞ୍ଜାମ ଏବଂ ଗଜପତିରେ ପ୍ରବଳ ବର୍ଷା ହେବାନେଇ ଆକଳନ କରାଯାଇଛି । ଏଥିସହ ୨୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ହାଲୁକା ବର୍ଷା ଲାଗିରହିବା ସହ ୨୬ରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି କୁହାଯାଇଛି ।

Also Read- Surya Gochar 2024: ଆଗାମି ୧୩ ଦିନ ପର୍ଯ୍ୟନ୍ତ ୩ ରାଶି ରହିବେ ଭାଗ୍ୟବାନ, ମିଳିବ ସୂର୍ଯ୍ୟଙ୍କ ଆଶୀର୍ବାଦ

{}{}