Hindi News >>Home >>Top 10 News

Top 10 News Today: ଶୁକ୍ରବାର ୧୧ଟା ଯାଏଁ ଜଗା ଦର୍ଶନ ବନ୍ଦ, ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Advertisement
Top 10 News Today: ଶୁକ୍ରବାର ୧୧ଟା ଯାଏଁ ଜଗା ଦର୍ଶନ ବନ୍ଦ, ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର
Stop
Soubhagya Ranjan Mishra|Updated: Jun 20, 2024, 03:54 PM IST

Top 10 News Today:

01- ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ। ସର୍ବସମ୍ମତି କ୍ରମେ ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ଏନେଇ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି। ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଦଳର ବିଧାୟକ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

02- ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଚାର୍ଜଫ୍ରେମ୍‌ । କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ହେବା ପରେ ଚାର୍ଜଫ୍ରେମ୍‌ । ଅନୁଭବ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ହୋଇଛି । ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେଇଥିବା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା ।

03- ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ୬୬ତମ ଜନ୍ମଦିନ । ଏହି ଅବସରରେ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଦେଶବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି ।

04- ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ମାଓବାଦୀ । ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଛତିଶଗଡ଼ର ହୋଇଥିବା ନେଇ ସୂଚନା ମିଳିଛି । ୪ ବର୍ଷ ଧରି ମାଓ ସଂଗଠନ ପାଇଁ କାର୍ଯ୍ୟ କରିବା ସହ ବିଭିନ୍ନ ମାଓ କାର୍ଯ୍ୟକଳାପ ସହ ଜଡିତ ଥିଲେ ।

05- ଦିଲ୍ଲୀରେ ଏଥର ଅସହ୍ୟ ଗୁରୁଗୁଳି ଓ ତାତି ଅନୁଭବ ହେଉଛି। ଏହି ଅସହ୍ୟ ତାତି ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନିକ ସ୍ତରରୁ ଖବର ମିଳିଛି। ତେବେ ବାସ୍ତବିକ ଏହି ମୃତ୍ୟୁ ସଂଖ୍ୟା ଢେର ଅଧିକ ହେବ ବୋଲି ଆଶଙ୍କା କରାଯାଇଛି। ଆହୁରି ୧୪୦ରୁ ଅଧିକ ଲୋକ ଗରମରେ ପୀଡ଼ିତ ହୋଇ ବିଭିନ୍ନ ହସ୍‍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

06- ରାଜ୍ୟରେ ଡିପ୍‌ଥେରିଆ ରୋଗ ଆତଙ୍କ ଖେଲାଇଛି। ପୂର୍ବରୁ ରୋଗରେ ଆକ୍ରାନ୍ତ ହୋଇ ୫ଜଣଙ୍କର ଜୀବନ ଯାଇଥିବା ବେଳେ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଉ ଜଣଙ୍କର ପ୍ରାଣ ଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳକର ବ୍ରହ୍ମପୁରର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଦିପୁନା ମେଲେକା। ଏହା ପୂର୍ବରୁ ରାୟଗଡ଼ାର କାଶୀପୁରରେ ଡିପ୍‌ଥେରିଆ ସଂକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଦିନକୁ ଦିନ ଡିପ୍‌ଥେରିଆରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। 

07-  ଆସନ୍ତାକାଲି ପୂବାହ୍ନ ୧୧ଟା ଯାଏଁ ପୁରୀରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ବନ୍ଦ ରହିବ ଦର୍ଶନ । ଆଜି ରାତି ୧୨ଟା ଠାରୁ କାଲି ଦିନ ୧୧ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

08- ବାଲେଶ୍ୱରରେ ୪ ଘଣ୍ଟା କର୍ଫ୍ୟୁ କୋହଳ ପରେ ପୁଣି ଦିନ ୧୧ଟାରୁ କଟକଣା କଡ଼ାକଡ଼ି କରାଯାଇଛି। ଇଣ୍ଟରନେଟ୍ ସେବାକୁ ଆହୁରି ୪୮ ଘଣ୍ଟା ଅର୍ଥାତ୍ ଜୁନ୍ ୨୨ ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଜି ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ ଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଲୋକେ ଭିଡ଼ ଜମାଇଥିଲେ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲେଶ୍ୱରରେ ୫ କମ୍ପାନୀ ବିଏସ୍‌ଏଫ୍‌ ଫୋର୍ସ ମଧ୍ୟ ପହଞ୍ଚିଛନ୍ତି।

09- ରାଜ୍ୟରେ ପରିବା ଦର ବୃଦ୍ଧି କାରଣରୁ କଲବଲ ହେଉଛନ୍ତି ସାଧାରଣ ଖାଉଟି । ଅଧିକାଂଶ ପରିବା ଦର ଶତକ ପାଖାପାଖି ରହିଥିବାରୁ ବର୍ତ୍ତମାନ ଚିନ୍ତା ବଢିବାରେ ଲାଗିଛି । କୃଷି ବିଶେଷଜ୍ଞଙ୍କ କହିବା ମୁତାବକ, ରବି ଋତୁ ପରିବା ରାଜ୍ୟର ଚାହିଦା ମେଣ୍ଟାଉଛି । ବର୍ଷର ପ୍ରାୟ ୮ ମାସ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ସେଠାରେ କିଛି ସମସ୍ୟା ରହିଲେ ରାଜ୍ୟ ତ୍ବରିତ ଭାବେ ଏହା ଦ୍ବାରା ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ରାଜ୍ୟରେ ଅଧିକ ଉତ୍ପାଦନ ଏବଂ ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଗଲେ ସ୍ଥିତି ଉପରେ ନିୟନ୍ତ୍ରଣ ପାଇବାରେ ସହାୟକ ହେବ ।

10- ଆସନ୍ତା ଜୁନ ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପଟେ କିଛି ମାସ ଧରି ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଜୁନ୍‌ ୮ରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଦିନକ ପରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୨୬ ତାରିଖରୁ ବର୍ଷା ଆରମ୍ଭ ହୋଇପାରେ ।

Read More
{}{}