Hindi News >>Home >>Top 10 News

Top 10 News: ବିସ୍ଫୋରକ ବୟାନ ଦେଲେ ମନୀଷ ସିସୋଦିଆ ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ଅପରାହ୍ମର ୧୦ଟି ବଡ଼ ଖବର

Advertisement
Top 10 News: ବିସ୍ଫୋରକ ବୟାନ ଦେଲେ ମନୀଷ ସିସୋଦିଆ ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Stop
Soubhagya Ranjan Mishra|Updated: Aug 10, 2024, 03:59 PM IST

Top 10 News Today: 

01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ୱାୟନାଡରେ ପହଞ୍ଚି ଆକାଶ ମାର୍ଗରେ ଭୂସ୍ଖଳନ ତଥା ପ୍ରାକୃତିକ ବିପର୍ଯ୍ୟୟର ସ୍ଥିତି ପରଖିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । 'ଇରୁଭାଝିଞ୍ଜି ପୂଝା' ଦନୀର ଉତ୍ପତିସ୍ଥଳ ଯେଉଁ ନଦୀରେ ଅଧିକ ପାଣି ଆସିବାରୁ ଭୂସ୍ଖଳନ ସ୍ଥିତି ଉପୁଜିଥିଲା ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଦେଖିଛନ୍ତି । ସ୍ଥିତି ଅନୁଧ୍ୟାପ ପରେ ଭୂସ୍ଖଳନ ପୀଡିତ ତଥା ଅଞ୍ଚଳବାସୀଙ୍କ ପାଇଁ କିଛି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

02- ବାଂଲାଦେଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓବୈଦୁଲ ହାସନ ଇସ୍ତଫା ଦେଇଛନ୍ତି। ଶନିବାର ଢାକାରେ ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟ ଘେରି ରହିଥିଲେ । ବିଚାରପତିଙ୍କ ସହ ମୁଖ୍ୟ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ ବିକ୍ଷୋଭକାରୀ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଦେଶ ଛାଡିବା ପରେ ବର୍ତ୍ତମାନ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ନୂଆ ସରକାର ଗଠନ କରାଯାଇଛି।

03- ଭିଜିଲାନ୍ସ ଜାଲରେ ଆଉଜଣେ ଚର୍ଚ୍ଚିତ ସରକାରୀ ଅଫିସର । ତେଲେଙ୍ଗାନା ନିଜାମାବାଦ ମ୍ୟୁନିସିପାଲ କର୍ପୋରେସନର ଅଧୀକ୍ଷକ ତଥା ରାଜସ୍ୱ ଅଧିକାରୀ ଦାସାରି ନରେନ୍ଦ୍ର କୁମାରଙ୍କ ଘରେ ଭିଜିଲାନ୍ସ ଚଢାଉ କରିବା ପରେ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଛି । ନରେନ୍ଦ୍ର କୁମାରଙ୍କ ଘରୁ ବିଡ଼ା ବିଡ଼ା ନଗଦ ଟଙ୍କା ସହ ସୁନା ଜବତ ହୋଇଛି । ଏକ କାର୍ଟୁନ ବକ୍ସରୁ ନଗଦ ୩ କୋଟି ଟଙ୍କା ଜବତ ପରେ ଅଧିକ ଖୋଳତାଡ କରାଯାଉଛି । ଚଢାଉ ପ୍ରକ୍ରିୟା ଶେଷ ପରେ ସମସ୍ତ ସମ୍ପତ୍ତି ଏବଂ ଜବତ ଟଙ୍କାର ତାଲିକା ଆସିବ ।

04- ଶୁକ୍ରବାର ଦିନ ତିହାର୍ ଜେଲରୁ ବାହାରିବା ପରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ ଆଜି ନିଜ ଦଳର ସହକର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଆଜି ମୋ ପାଳି ପଡ଼ିଥିଲା, କାଲି ଆପଣଙ୍କ ପାଳି ମଧ୍ୟ ପଡ଼ିବ' । ଉଦବୋଧନ ସଭାରେ ମନୀଷ ସିସୋଦିଆଙ୍କ ହଜାର ହଜାର ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା ।

05- ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକାରୀ ହେବ ରେଲୱେର ୬ଟି ବୃହତ ଓ ମଧ୍ୟମ ପ୍ରକଳ୍ପ। ଦେଶରେ ସମୁଦାୟ ୮ଟି ବଡ଼ ଓ ମଧ୍ୟମ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିବା ସମୟରେ ସେ ଭିତରୁ ୬ଟି ପ୍ରକଳ୍ପ କେବଳ ଓଡ଼ିଶାର ରହିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅନ୍ୟପଟେ ଓଡ଼ିଶାକୁ ୬ଟି ରେଳ ପ୍ରକଳ୍ପ ମିଳିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ ଏବଂ କଳାହାଣ୍ଡି, ନବରଂଗପୁର, ମାଲକାନଗିରି, କେନ୍ଦୁଝର, ମୟୂରଭଂଜ ଜିଲ୍ଲାକୁ ଲାଭ ମିଳିବ ।

06- ବାଂଲାଦେଶୀଙ୍କ ଅନୁପ୍ରବେଶ ଉଦ୍ୟମ ଉପରେ ରୋକ ଲଗାଇବାକୁ ବର୍ଡର ସମେତ ସମୁଦ୍ରରେ କଡା ପ୍ରହରା ଦିଆଯାଉଛି । ପଶ୍ଚିମବଙ୍ଗ ସୀମାରେ ତାରବାଡ଼ ଲଗାଇବା ସହ ସୁରକ୍ଷାକୁ ବଢ଼େଇ ଦିଆଯାଇଛି। ଅନ୍ୟପଟେ ଗଂଜାମ ଜଳସୀମାରେ ପଇଁତରା ମାରୁଛନ୍ତି ଓଡ଼ିଶା ତଟରକ୍ଷୀ ପୋଲିସ। 

07- ଆଳୁ ଦରକୁ ନେଇ ଚିନ୍ତା ଯାଉନି । ସାଧାରଣ ଖାଉଟିଙ୍କ ପାଇଁ ଆଳୁ କିଣି ଖାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଳୁ କେଜି ପିଛା ଏବେ ମଧ୍ୟ ୪୫ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଖବର ଆସୁଛି । ଅନ୍ୟପଟେ ଆଜି ଭୁବନେଶ୍ବର ୟୁନିଟ-୧ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଗ୍ରାହକଙ୍କୁ କେଜି ପିଛା ୩୨ରୁ ୩୫ ଟଙ୍କାରେ ଆଳୁ ବିକିବାକୁ କୁହାଯାଇଛି ।

08- ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଓ ବଡ଼ବିଲ-ଚଣ୍ଡିଖୋଲ ରାସ୍ତାର ଉଭୟ ପାର୍ଶ୍ୱରେ ୬ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ସହ ଆଲାଇନମେଣ୍ଟ ଏବଂ ନିୟନ୍ତ୍ରିତ ଆକ୍ସେସ୍ ସ୍ଥାନଗୁଡ଼ିକର ଚୂଡ଼ାନ୍ତ ରୂପ କରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ବିସ୍ତୃତ ଉପସ୍ଥାପନା କରିବାକୁ ଏନ୍ଏଚ୍ଏଆଇକୁ ଅନୁରୋଧ କରାଯାଇଛି। 

09- ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମ୍ ପ୍ୟାରିସରୁ ଦେଶକୁ ଫେରିବା ପରେ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ଆଜି ହକି ଟିମର ସମସ୍ତ ଖେଳାଳି ଦିଲ୍ଲୀରେ ପହଞ୍ଚିବା ପରେ ବିମାନବନ୍ଦରରେ ସେମାନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। 

10- ସକ୍ରିୟ ମୌସୁମୀ ପ୍ରଭାବ ଏବଂ ଝାଡଖଣ୍ତ ଓ ସଂଲଗ୍ନ ଅଞ୍ଚଳରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡି଼ଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ।  ସେହିପରି ୧୧ ଓ ୧୨ ତାରିଖରେ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୩ ତାରିଖରେ ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Also Read- Surya Gochar Rashifal: ୨ଟି ସ୍ୱତନ୍ତ୍ର ଯୋଗ ବୃଷ, ସିଂହ ସହ ଏହି ରାଶିର ଜୀବନକୁ କରିବ ରୋମାଞ୍ଚକର

Also Read- Shukra Gochar: ୫ ରାଶିରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନର ମହାପ୍ରଭାବ, ଜାଣନ୍ତୁ କ'ଣ ଘଟିବ

Read More
{}{}