Hindi News >>Home >>Top 10 News

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Advertisement
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Stop
Soubhagya Ranjan Mishra|Updated: Nov 19, 2023, 03:56 PM IST

Top 10 News Headlines:

1- Ind VS Aus: ଆଜି ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚ ଗୁଜୁରାଟର ଅହମ୍ମଦାବଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯାଉଛି। ଏଥିରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିଛନ୍ତି। ବିଶ୍ୱକପ ଦୌଡ଼ରେ ଦୁଇ ଦଳ କଡ଼ା ପ୍ରଦର୍ଶନ କରିଛନ୍ତି। କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି ଭାରତ। ରିପୋର୍ଟ ଲେଖାଯିବା ବେଳକୁ ୨୫ ଓଭରରେ ଭାରତ ୩ଟି ବହୁମୂଲ୍ୟ ୱିକେଟ ହରାଇ ୧୩୧ ରନରେ ଖେଳ ଜାରି ରଖିଛି। ବିରାଟ ୪୯ ଓ କେଏଲ ରାହୁଲ ୨୫ ରନରେ ଖେଳ ଜାରି ରଖିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସୱେଲ, ମାଇକେଲ ଷ୍ଟାର୍କ ଓ ପାଟ କମିନ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

2- Fasting for World Cup 2023: କ୍ରିକେଟ୍ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଆଜି ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ମ୍ୟାଚ୍ ଖେଳାଯିବା ପୂର୍ବରୁ ସମଗ୍ର ଦେଶ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଯଜ୍ଞର ଆୟୋଜନ ମଧ୍ୟ କରାଯାଇଛି । ମୁଜାଫରନଗରର ୧୦ ଜଣ ଯୁବକ ଭାରତର ବିଜୟ କାମନା କରି ନିର୍ଜଳା ଉପବାସ ବ୍ରତ ପାଳନ କରିଛନ୍ତି।

3- Suryakiran Air Show: ବିଶ୍ୱକପ ୨୦୨୩ ଫାଇନାଲରେ ଟସ୍ ପରେ ବାୟୁସେନା ବିମାନର ଗର୍ଜନରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ କମ୍ପି ଉଠିଥିଲା । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ବାୟୁସେନା ବିମାନ ଷ୍ଟାଡିୟମ ଉପରେ ଦେଖାଯାଇଥିଲା । ଏହି ବାୟୁସେନା ବିମାନଗୁଡ଼ିକ ଅହମ୍ମଦାବାଦ ଆକାଶରେ ୧୫ ମିନିଟ୍ ପର୍ଯ୍ୟନ୍ତ ଷ୍ଟଣ୍ଟ ପ୍ରଦର୍ଶନ ଜାରି ରଖିଥିଲେ । ଏହି ସମୟ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍ ଏହି ଏୟାର ଶୋ' ପ୍ରଦର୍ଶନ କରିଥିଲେ । 

4- Bollywood Show: ଟିମ୍ ଇଣ୍ତିଆକୁ ଶୁଭେଚ୍ଛା ଜଣାଇବା ସହ ଚିଅର ଅପ୍ କରିବା ପାଇଁ ଷ୍ଟାଡିୟମରେ ସେଲିବ୍ରେଟିଙ୍କ ଭିଡ଼ ଦେଖିବାକୁ ମିଳିଛି । ସୋନୁସୁଦ କହିଛନ୍ତି ଯେ, 'ମୁଁ ଟିମ୍ ଇଣ୍ଡିଆର ବିଜୟକୁ ନେଇ ଶୁଭେଚ୍ଛା ଜଣାଉଛି। ଟିମ୍ ଇଣ୍ତିଆରେ ବହୁତ୍ ମହାନ ଖେଳାଳି ଅଛନ୍ତି, ତେଣୁ ବିଜୟ ନିଶ୍ଚିତ ଅଟେ । ଟିମ୍ ଇଣ୍ଡିଆର ବିଜୟ ପାଇଁ ପୁରା ଦେଶ ପ୍ରାର୍ଥନା କରୁଛି ଏବଂ ଯେତେବେଳେ କେହି ହୃଦୟରୁ ପ୍ରାର୍ଥନା କରନ୍ତି, ତାଙ୍କର ପ୍ରାର୍ଥନା ନିଶ୍ଚିତ ଭାବରେ ପୂରଣ ହୁଏ ବୋଲି କହିଛନ୍ତି ସୋନୁ ସୁଦ।' ସେହିପରି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲ, ରବନା ଟଣ୍ତନ ଟିମ୍ ଇଣ୍ଡିଆକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। 

5- Sanjay Gadhvi Passes Away: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ସଞ୍ଜୟ ଗଡ଼ଭିଙ୍କର ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ  ୫୭ ବର୍ଷ ହୋଇଥିଲା।  ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇ ଥିବା ଜଣାପଡି଼ଛି । ଯାହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ବଲିଉଡର କଳାକାର। ମିଳିଥିବା ସୂଚନା ଅନୁଯାୟୀ,  ଆଜି ସକାଳେ ସଞ୍ଜୟ ଗଡ଼ଭି ଲୋଖଣ୍ଡୱାଲା ଅଞ୍ଚଳରେ ମର୍ଣ୍ଣିଂ ଓ୍ବାର୍କ କରିବାକୁ ଯାଇଥିଲ। ସେତେବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ସଞ୍ଜୟଙ୍କୁ ନିକଟସ୍ଥ କୋକିଲାବେନ୍ ଅମ୍ବାନୀ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 

6- Miss Universe 2023: ନିକାରାଗୁଆର ଶାନିସ୍ ପାଲାସିଓ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଛନ୍ତି । ୯୦ ଟି ଦେଶର ପ୍ରତିଯୋଗୀମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତାରେ ଜିତିବା ପରେ ତାଙ୍କୁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧାଯାଇଥିଲା । ସେ ୭୨ ତମ ମିସ୍ ୟୁନିଭର୍ସ ହୋଇଛନ୍ତି । ଅନ୍ତିମ ରାଉଣ୍ଡରେ ସେ ମିସ୍ ଥାଇଲ୍ୟାଣ୍ଡ ଓ ମିସ୍ ଅଷ୍ଟ୍ରେଲିଆ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ମିସ୍ ୟୁନିଭର୍ସ ୨୦୨୨ ଆର.ବୋନି ଗାବ୍ରିଏଲ୍ ତାଙ୍କ ଉତ୍ତରାଧିକାରୀଙ୍କୁ ମୁକୁଟ ଦେଇଥିଲେ । ଭାରତର ଶ୍ୱେତା ଶାରଦା ଶ୍ରେଷ୍ଠ ୧୦ ରାଉଣ୍ଡରୁ ବାଦ ପଡିଥିଲେ ।

7- Silkyara Tunnel Rescue: ଉତ୍ତରକାଶୀର  ଟନେଲ୍‍ରେ ଏଯାଏ ଫଶି ରହିଛନ୍ତି ୪୧ ଶ୍ରମିକ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗଡ଼ିବା ଆରମ୍ଭ କରିଛି। ୧୪୦ ଘଣ୍ଟାରୁ ଅଧିକ ସମୟ ହେଲା ସେମାନଙ୍କୁ ଉଦ୍ଧାର କରିବା ପାଇଁ ମିଶନ ଚାଲିଛି କିନ୍ତୁ ତାହା ସଫଳ ହୋଇପାରୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ସମୀକ୍ଷା କରୁଛି। ଘଟଣାସ୍ଥଳରେ ଏହାର ଅଧିକାରୀମାନେ ପହଞ୍ଚି ଯାଞ୍ଚ କରିଛନ୍ତି। ଆଜିଠାରୁ ଟନେଲ୍‍ର ଉପର ପଟୁ ଗାତ କରାଯାଇ ଶ୍ରମିକମାନଙ୍କୁ ଏୟାରଲିଫ୍ଟିଂ କରାଯିବାକୁ ଉଦ୍ୟମ କରାଯିବ। 

8- Council of Minister Meet: ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ବିଧାନସଭା ଅଧିବେଶନ ପୂର୍ବରୁ ଏହି ବୈଠକ ଗୁରୁତ୍ୱ ବହନ କରୁଛି। କିଛି ପ୍ରସ୍ତାବ ଓ ବିଲ୍‍ ପାଇଁ ଏହି ବୈଠନ ମୋହର ଲଗାଇପାରେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଦ୍ୟା ୫ଟାରେ ଲୋକସେବା ଭବନଠାରେ ଏହି ବୈଠକ ଅନୁଷ୍ଠିତ ହେବ। 

9- Delhi Pollution: ଦିଲ୍ଲୀରେ ପ୍ରଦୂଷଣ କମିବା ପରେ ସୋମବାରଠୁ  ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ପ୍ରଦୂଷଣ କାରଣରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା। ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ୍ ସୋମବାରଠାରୁ ଖୋଲିବ। ସୂଚନା ମୁତାବକ ବର୍ତ୍ତମାନ ପ୍ରି-ସ୍କୁଲରୁ ଦ୍ୱାଦଶ ପର୍ଯ୍ୟନ୍ତ ଅଫଲାଇନ୍ କ୍ଲାସ୍ ହେବ । 

10- rainfall over odisha: ରାଜ୍ୟରେ ବଦଳିବ ପାଣିପାଗ। ଆସନ୍ତାକାଲିଠୁ ୨ ଦିନ ଭିତରେ କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।  ପଶ୍ଚିମା-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟର ୨୦ ଏବଂ ୨୧ ତାରିଖରେ କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରାଯାଇଛି। ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତୀ ସମୟରେ ରାତ୍ରି ତାପମାତ୍ରା ରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ରହିଛି । 

Also Read- World Cup 2023: ଭାରତର ବିଜୟ ପାଇଁ ୧୦ ଯୁବକ ରଖିଛନ୍ତି ନିର୍ଜଳା ଉପବାସ, ବିଶ୍ୱକପ ଆଣିବା ପରେ କରିବେ ଖାଦ୍ୟ ଗ୍ରହଣ

Also Read- IND Vs AUS World Cup 2023: ଛଠି ମା'ଙ୍କ ନିକଟରେ ଭାରତୀୟ ଦଳର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି କ୍ରିକେଟର ଇଶାନ କିଶାନଙ୍କ ମା'

{}{}