Hindi News >>Home >>Zee Odisha

These habits draining your smartphone: ଏହି ଅଭ୍ୟାସ ଛାଡ଼ନ୍ତୁ, ନଚେତ୍ ଫୋନ୍ ବ୍ୟାଟେରୀ ଖରାପ ହେବା ସହ ଜଳିଯିବ

  ଆଜିକାଲି ଲୋକମାନେ ନିଜଠୁ ଅଧିକ ନିଜ ସ୍ମାର୍ଟଫୋନକୁ ଭଲ ପାଉଛନ୍ତି । ଏହି ଚକ୍କରରେ ଫୋନ ବ୍ୟାଟେରୀ ତ ଖରାପ ହେଉଛି ତାସହ ସ୍ବାସ୍ଥ୍ୟ ବି । ଫୋନ ବ୍ୟାଟେରୀର କ୍ଷମତା ଅଧିକ ଥିଲେ ସୁଦ୍ଧା କିଛି ଖରାପ ଅଭ୍ୟାସ କାରଣରୁ ଫୋନ ବ୍ୟାଟେରି ଜଲଦି ଖରାପ ହେଉଛି । ଏମିତି କି ବ୍ୟାଟେରୀ ବ୍ଲାଷ୍ଟ ହେବାର ମଧ୍ୟ ଅ

Advertisement
SOCIAL MEDIA
Stop
Zee Odisha Desk|Updated: Nov 17, 2023, 08:12 PM IST

These habits draining your smartphone: 

ଆଜିକାଲି ଲୋକମାନେ ନିଜଠୁ ଅଧିକ ନିଜ ସ୍ମାର୍ଟଫୋନକୁ ଭଲ ପାଉଛନ୍ତି । ଏହି ଚକ୍କରରେ ଫୋନ ବ୍ୟାଟେରୀ ତ ଖରାପ ହେଉଛି ତାସହ ସ୍ବାସ୍ଥ୍ୟ ବି । ଫୋନ ବ୍ୟାଟେରୀର କ୍ଷମତା ଅଧିକ ଥିଲେ ସୁଦ୍ଧା କିଛି ଖରାପ ଅଭ୍ୟାସ କାରଣରୁ ଫୋନ ବ୍ୟାଟେରି ଜଲଦି ଖରାପ ହେଉଛି । ଏମିତି କି ବ୍ୟାଟେରୀ ବ୍ଲାଷ୍ଟ ହେବାର ମଧ୍ୟ ଅଧିକ ସମ୍ଭବନା ରହିଛି । ଆସନ୍ତୁ ଜାଣିବା ଫୋନ ବ୍ୟାଟେରୀକୁ ନେଇ କେଉଁ ସବୁ ଅଭ୍ୟାସ ଆପଣ ଛାଡ଼ିବା ଉଚିତ୍ ।

ଅଧିକ ଚାର୍ଜ କରିବା

ଫୋନକୁ ଅଦିକ ସମୟ ଚାର୍ଜ କରିବା ଦ୍ବାରା ବ୍ୟାଟେରୀ ଉପରେ ଅଧିକ ଚାପ ପଡ଼ିଥାଏ । ଏଥିପାଇଁ ଫୋନ ଚାର୍ଜ ହୋଇଯିବା ପରେ ଚାର୍ଜର କାଢ଼ି ନେବା ଉଚିତ୍ । ତେବେ ଅଭିଜ୍ଞ ମାନେ ଏକଥା ମଧ୍ୟ କୁହନ୍ତି ଯେ ବ୍ୟାଟେରିକୁ ୧୦୦ ପ୍ରତିଶତ ଜାର୍ଜ ବଦଳରେ ୯୫ ପ୍ରତିଶତ କରିବା ଉଚିତ୍ । ଏହାସହ ବାରମ୍ବାର ବ୍ୟାଟେରୀ ଚାର୍ଜ କରିବାରୁ ମଧ୍ୟ ନିବୃତ ରହିବା ଉଚିତ୍ ।

ବ୍ୟାଟେରୀକୁ ଅଧିକ ଗରମ କରିବା

ବ୍ୟାଟେରୀକୁ ଅଧିକ ଗରମ ରଖିବା ଦ୍ବାରା ବ୍ୟାଟେରୀରେ ଚାପ ପଡ଼ିଥାଏ । ଏବଂ ଏହା କମ୍ ଦିନରେ ଖରାପ ହୁଏ । ଏହା ଏତେ ଭୟଙ୍କର ଯେ ଏହାଦ୍ବାରା ବ୍ୟାଟେରୀରେ ନିଆଁ ମଧ୍ୟ ଲାଗି ଯାଇପାରେ । ଏହାଛଡ଼ା ଅଧିକ ଚାର୍ଜ କରିବା ଦ୍ବାରା ମଧ୍ୟ ଫୋନ ଗରମ ହୋଇଥାଏ । ଯାହାଦ୍ବାରା ଫୋନ କମ୍ ଦିନରେ ଖରାପ ହୁଏ ।

ଅଧିକ ଓ୍ବାଟ ଚାର୍ଜରର ବ୍ୟବହାର

ଫୋନକୁ ଜଲଦି ଚାର୍ଜ କରିବା ପାଇଁ ଆମେ ଅଧିକ ଓ୍ବାଟର ଚାର୍ଜର ବ୍ୟବହାର କରିଥାଉ । କିନ୍ତୁ ଏହା ଅଧିକ ଭୟଙ୍କର ହୋଇଥାଏ । ଏହାଦ୍ବାରା ବ୍ୟାଟେରୀରେ ଚାପ ପଡିଥାଏ । ଏବଂ ଏହା କ୍ଷତି ପହଂଚାଇଥାଏ । ସେତିପାଇଁ ଯେଉଁ ଫୋନର ଯେଉଁ ଚାର୍ଜର ତାହା ବ୍ୟବହାର କରିବା ଉଚିତ୍ ।

ଚାର୍ଜ ସମ୍ପୂର୍ଣ୍ଣ ସରିବା ପର୍ଯ୍ୟନ୍ତ ଫୋନକୁ ଚଳାଇବା

ଫୋନରୁ ସମ୍ପୂର୍ଣ୍ଣ ଚାର୍ଜ ସରିବା ପର୍ଯ୍ୟନ୍ତ ଚଳାଇବା ଦ୍ବାରା ବ୍ୟାଟେରୀ ଶୀଘ୍ର ଖରାପ ହୁଏ । ତେଣୁ ସବୁବେଳେ ଚାର୍ଜ ୨୦-୮୦ ପ୍ରତିଶତ ଭିତରେ ରଖିବା ଉଚିତ୍ ।

ଅଧିକ ଆପ୍ଲିକେସନ ଚଳାଇବା

ଅଧିକ ଆପ୍ଲିକେସନ ଚଳାଇବା ଦ୍ବାରା ମଧ୍ୟ ବ୍ୟାଟେରୀ ସରିଆସେ । ଅଧିକନ୍ତୁ ଯେତେବେଳେ ବ୍ୟାକଗ୍ରାଉଣ୍ଡରେ ଆପ୍ଲିକେସନ ଚାଲିଥାଏ । ଦରକାରଠୁ ଅଧିକ ଆପ୍ଲିକେସନର ବ୍ୟବହାର ଫୋନର କାର୍ଯ୍ୟ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଯାହା ବ୍ୟାଟେରୀ ଉପରେ ମଧ୍ୟ ପ୍ରଭାବ ପକାଏ ।

ଫୋନକୂ ଅଧିକ ବ୍ରାଇଟନେସରେ ରଖିବା

ବ୍ରାଇଟନେସରେ ଫୋନକୁ ରଖିବା ଦ୍ବାରା ବ୍ୟାଟେରୀ ସରେ । ଏଭଳି କ୍ଷେତ୍ରରେ ଫୋନକୁ ଅଟୋ ବ୍ରାଇଟନେସ ମୋଡ଼ରେ ରଖିବା ଉଚିତ୍ ।

ବ୍ୟାଟେରୀ ସେଭର ଆପ୍

ଅନେକ ସମୟରେ ବ୍ୟାଟେରୀ ସେଭର ଆପ୍ ବ୍ୟବହାର ଦ୍ବାରା ମଧ୍ୟ ବ୍ୟାଟେରୀ ଉପରେ ପ୍ରଭାବ ପଡ଼ିଥାଏ । କାରଣ ବ୍ୟାକଗ୍ରାଉଣ୍ଡରେ ତାହା ଚାଲିଥାଏ । ଚାର୍ଜ ସରାଏ । ଏବଂ ଫୋନର କାର୍ଯ୍ୟ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଏ ।

 

 

Read More
{}{}