Hindi News >>Home >>Zee Odisha

Peanut consumption and liver damage making waves on other social media:ବାଦାମ ଖାଇଲେ ଯକୃତ ନଷ୍ଟ ହେବ ? ଏଭଳି ସୋସିଆଲ ମିଡିଆ ପୋଷ୍ଟ ପଢ଼ି ଯଦି ଚିନ୍ତିତ,ତେବେ ଜାଣନ୍ତୁ ସତ କ’ଣ

  ସୋସିଆଲ ମିଡିଆରେ ପ୍ରାୟ ପ୍ରତିଦିନ କିଛିନାକିଛି ଭାଇରାଲ ହୋଇଥାଏ । ହ୍ୱାଟସଆପ ୟୁନିଭର୍ସିଟିରୁ ପ୍ରକାଶିତ ଜ୍ଞାନବର୍ଦ୍ଧକ ପୋଷ୍ଟ ସବୁ ପଢି ଶିକ୍ଷିତ ଲୋକ ମଧ୍ଯ ମୁର୍ଖ ପାଲଟିଯାଆନ୍ତି । ସେହିଭଳି ଗୋଟିଏ ପୋଷ୍ଟ ନିକଟରେ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି । ଏହ

Advertisement
SOCIAL MEDIA
Stop
Zee Odisha Desk|Updated: Nov 20, 2023, 08:18 PM IST

Peanut consumption and liver damage making waves on other social media: 

ସୋସିଆଲ ମିଡିଆରେ ପ୍ରାୟ ପ୍ରତିଦିନ କିଛିନାକିଛି ଭାଇରାଲ ହୋଇଥାଏ । ହ୍ୱାଟସଆପ ୟୁନିଭର୍ସିଟିରୁ ପ୍ରକାଶିତ ଜ୍ଞାନବର୍ଦ୍ଧକ ପୋଷ୍ଟ ସବୁ ପଢି ଶିକ୍ଷିତ ଲୋକ ମଧ୍ଯ ମୁର୍ଖ ପାଲଟିଯାଆନ୍ତି । ସେହିଭଳି ଗୋଟିଏ ପୋଷ୍ଟ ନିକଟରେ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟ ଅନୁସାରେ ଅଧିକ ଚିନା ବାଦାମ ଖାଇଲେ ଯକୃତ ନଷ୍ଟ ହୋଇଯିବ । ଆପଣଙ୍କ ନଜରକୁ ଯଦି ଏଭଳି ପୋଷ୍ଟ୍ ଆସିଛି ଓ ଆପଣ ଯଦି ବାଦମପ୍ରେମୀ ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଏହା ଗୋଟିଏ ମୁର୍ଖତାପୂର୍ଣ୍ଣ ପୋଷ୍ଟ । ପ୍ରକୃତ କଥା ହେଲା ସବୁର ଅଧିକ ଖରାପ । ଅତି ଲେମ୍ବୁ ଚିପୁଡି଼ଲେ ଯେମିତି ପିତା ସେମିତି କୌଣସି ଖାଦ୍ୟ ଅଧିକ ଖାଇଲେ ତାହା ବିଷ ପାଲଟିଯାଏ । ବାଦାମ ସହିତ ମଧ୍ଯ ଏହି ନିୟମ ଲାଗୁ ହୁଏ । ତେଣୁ ବାଦମ ଖାଇଦେଲେ ଯକୃତ ଖରାପ ହୋଇଯିବ ବୋଲି ବାଦାମ ଖାଇବା ଛାଡନ୍ତୁ ନାହିଁ ।

ଯକୃତ ଓ ବାଦମ ମଧ୍ଯରେ ସମ୍ପର୍କ କ’ଣ ?

ଆଫ୍ଲାଟକ୍ସିନରେ ବୃଦ୍ଧି ଯକୃତ ଓ ଗଲ୍ଡ ବ୍ଲାଡର କ୍ୟାନସର କାରଣ ହୋଇଥାଏ ।  ଆଫ୍ଲାଟୋକ୍ସିନ୍ ହେଉଛି ଆସପର୍ଗିଲସ୍ ପ୍ରଜାତିର ଫଙ୍ଗସ୍ ଦ୍ୱାରା ଉତ୍ପାଦିତ ବିଷାକ୍ତ ପଦାର୍ଥ ଯାହା ତୀବ୍ର କିମ୍ବା କ୍ରନିକ୍ ଯକୃତର କ୍ଷତି ଘଟାଇବାର ଆଶଙ୍କା ଥାଏ  ଏବଂ ଯକୃତ ଏବଂ ଗଲ୍ ବ୍ଲାଡର କର୍କଟ ରୋଗର କାରଣ ହୋଇପାରେ । ତେବେ ଆଫ୍ଲାଟୋକ୍ସିନ୍ କାରଣରୁ ତୀବ୍ର ଯକୃତ ଆଘାତର ମାମଲା  ବୟସ୍କମାନଙ୍କଠାରେ କ୍ୱଚିତ୍ ରିପୋର୍ଟ କରାଯାଇଥାଏ, କିନ୍ତୁ ଦୀର୍ଘକାଳୀନ କ୍ରୋନିକ୍ ଏକ୍ସପୋଜର ଯକୃତ କର୍କଟ ରୋଗର କାରଣ ହୋଇଥାଏ ।

 

କାଜୁ, କପା, ଚିଲି ଲଙ୍କା, ମକା, ଗହମ, ମିଲେଟ, ଚିନା ବାଦମ, ଚାଉଳ, ତେଲ, ସୂର୍ଯ୍ୟମୁଖୀ ମଞ୍ଜି ଏବଂ ଅନେକ ମସଲା ଭଳି ବିଭିନ୍ନ ଫସଲକୁ ସଠିକ ଭାବେ ସଂରକ୍ଷଣ ନକରିବା ଦ୍ୱାରା ଓ ଆର୍ଦ୍ର ପରିବେଷରେ ରଖିବା ଦ୍ୱାରା ସେଥିରେ (ଆସପର୍ଗିଲସ୍) ସୃଷ୍ଟି ହୋଇଥାଏ । ଯାହା ଆଫ୍ଲାଟକ୍ସିନ ପ୍ରଦୂଷଣର କାରଣ ହୋଇଥାଏ । ତେବେ ବାଦାମ ଦୀର୍ଘଦୀନ ଧରି ଖାଇବା ଦ୍ୱାରା କିମ୍ବା ଅଧିକ ଖାଇଲେ ଆଫ୍ଲାଟୋକ୍ସିନ୍ ଏକ୍ସପୋଜର ମାଧ୍ୟମରେ ଯକୃତ ନଷ୍ଟ ହେବାର ଆଶଙ୍କା ବଢିବାର କୌଣସି ପ୍ରମାଣ ନାହିଁ । ଭଲ ଭାବେ ପ୍ୟାକ୍ ହୋଇଥିବା ବାଦମ ବ୍ୟବହାର ପାଇଁ ନିରାପଦ ହୋଇଥାଏ ।ବାସ୍ତବରେ, ନିକଟରେ ହୋଇଥିବା ମେଟା-ବିଶ୍ଳେଷଣରୁ ଜଣାପଡିଛି ଯେ ବାଦମ ଖାଇବା ଦ୍ୱାରା HDL କୋଲେଷ୍ଟ୍ରଲ ହ୍ରାସ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥିବାବେଳେ ଏହାର LDL, ଟ୍ରାଇଗ୍ଲାଇସରାଇଡ୍ ଏବଂ ଓଜନ ଉପରେ କୌଣସି ପ୍ରଭାବ ପଡିନଥିଲା ।

୨୦୧୩ରେ ୫୫–୭୯ ବର୍ଷ ବୟସର ୭୬୮୦ ଜଣ ସୁଇସ୍ ନାଗରିକ ଯେଉମାନେ ଆଫ୍ଲାଟୋକ୍ସିନର ସଂସ୍ପର୍ଶରେ କମ ଆସିଥିଲେ ସେମାନଙ୍କ ମଧ୍ଯରେ ବାଦାମ ବ୍ୟବହାରକୁ ହାରାହାରି ଦୈନିକ ୫ ଗ୍ରାମରୁ ୩୦ ଗ୍ରାମକୁ ବୃଦ୍ଧି କରାଯାଇଥିଲା । ପରେ ଦେଖାଯାଇଥିଲା ଯେ ସେମାନଙ୍କଠାରେ ପ୍ରଥମ ହୃଦଘାତ ଜନିତ ଆଶଙ୍କା ହ୍ରାସ ପାଇଛି ।

ସବୁଠାରୁ କୌତୁହଳପୂର୍ଣ୍ଣ ତଥ୍ୟ ହେଉଛି ଯେ,  ଆଫ୍ଲାଟୋକ୍ସିନ୍ ବାଦାମ ତୁଳନାରେ ମସଲା ଓ ଗୁଳ୍ମ ଯେମିତିକି ମିଲ୍କ ଥିଷ୍ଟଲରେ ଅଧିକ ଥାଏ । ଯାହାକୁ ସାଧାରଣତଃ  ଯକୃତ ରକ୍ଷକ ଭାବେ ପ୍ରଚାରିତ କରାଯାଇଥାଏ । ତେଣୁ ଦୈନିକ ୪୦ ଗ୍ରାମ ବାଦମ ଆପଣ ଆରମରେ ନିଃସଙ୍କୋଚରେ ଖାଇ ପାରିବେ ।

Read More
{}{}