Hindi News >>Home >>Odisha Politics

Revanth reddy: ତେଲେଙ୍ଗାନା ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ,କଲେଜରେ କଂଗ୍ରେସ ନେତାଙ୍କ ଝିଆରୀ ପ୍ରେମରେ ପଡିଥିଲେ ରେବନ୍ତ ରେଡ୍ଡୀ

କଂଗ୍ରେସ ପାଇଁ ତେଲେଙ୍ଗାନା ଜିତିଛନ୍ତି ରେବନ୍ତ ରେଡ୍ଡି । ରେବନ୍ତ ରାଜ୍ୟ କଂଗ୍ରେସ ସଭାପତି ଭାବରେ କେସିଆରଙ୍କ ୧୦ ବର୍ଷର ଶାସନର ଅନ୍ତ କରିବାକୁ ଯାହା କରିବାର ଥିଲା ତାହା କରିଥିଲେ । ଯେଉଁଥିପାଇଁ କଂଗ୍ରେସ ତେଲେଙ୍ଗାନାରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି । ରେବନ୍ତଙ୍କୁ ତାଙ୍କ ପରିଶ୍ରମର ପୁରସ୍କାର ସ୍ୱରୁପ  କଂଗ୍ରେସ ହାଇ

Advertisement
SOCIAL MEDIA
Stop
Zee Odisha Desk|Updated: Dec 06, 2023, 08:29 PM IST

Revanth Reddy Love: କଂଗ୍ରେସ ପାଇଁ ତେଲେଙ୍ଗାନା ଜିତିଛନ୍ତି ରେବନ୍ତ ରେଡ୍ଡି । ରେବନ୍ତ ରାଜ୍ୟ କଂଗ୍ରେସ ସଭାପତି ଭାବରେ କେସିଆରଙ୍କ ୧୦ ବର୍ଷର ଶାସନର ଅନ୍ତ କରିବାକୁ ଯାହା କରିବାର ଥିଲା ତାହା କରିଥିଲେ । ଯେଉଁଥିପାଇଁ କଂଗ୍ରେସ ତେଲେଙ୍ଗାନାରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି । ରେବନ୍ତଙ୍କୁ ତାଙ୍କ ପରିଶ୍ରମର ପୁରସ୍କାର ସ୍ୱରୁପ  କଂଗ୍ରେସ ହାଇକମାଣ୍ଡ ତାଙ୍କ ଉପରେ ବିଶ୍ୱାସ ପ୍ରକାଶ କରି ରାଜ୍ୟର କ୍ଷମତା ଅର୍ପଣ କରିବାକୁ ନିଷ୍ପତି ନେଇଛନ୍ତି । ଗୁରୁବାର ଅର୍ଥାତ ଡିସେମ୍ବର ୭ ତାରିଖରେ ରେବନ୍ତ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ହେବେ ତେଲେଙ୍ଗାନାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ତେଲେଙ୍ଗାନା ଗଠନ ପରଠାରୁ ପୂର୍ବତନ ଟିଆରଏସ ବା ବର୍ତ୍ତମାନର ବିଆରଏସ କ୍ଷମତାରେ ଥିଲା । କେସିଆର ଯାହାର ମୁଖ୍ୟ ଥିଲେ ।

କେସିଆର କ୍ରମାଗତ ଭାବେ ଦୁଇ ଦୁଇଥର ନିର୍ବାଚନ ଜିତିଥିଲେ । ଏଥରକ ସେ ତୃତୀୟ ଥର ପାଇଁ ସରକାର ଗଠନ କରି ହ୍ୟାଟ୍ରିକ କରିବେ ବୋଲି ଆଶା କରିଥିଲେ । କିନ୍ତୁ ରେବନ୍ତ ତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି ।  ଗୁରୁବାର ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିବେ। ରେବନ୍ତଙ୍କ ସଂଘର୍ଷ ଓ କେସିଆରଙ୍କୁ ଚ୍ୟାଲେଞ୍ଜର କାହାଣୀ ତ’ ଆପଣ ଅନେକ ପଢି ସାରିବେଣି । ଏବେ ଆସନ୍ତୁ ଜାଣିବା ରେବନ୍ତ କେମିତି ଜଣେ କଂଗ୍ରେସ ନେତାଙ୍କ ଝିଆରି ପ୍ରେମରେ ପଡିଥିଲେ…

ରେବନ୍ତ ରେଡ୍ଡୀଙ୍କ ପ୍ରେମ କାହାଣୀ

ରେବନ୍ତ ରେଡ୍ଡୀଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ଆକର୍ଷଣୀୟ । କୁହାଯାଏ ଯେ ନାଗାର୍ଜୁନସାଗର ଡ୍ୟାମ ନିକଟରେ ନୌକା ବିହାର କାଳରେ ସେ ଗୋଟିଏ ଝିଅ ପ୍ରେମରେ ପଡ଼ିଥିଲେ । ପରେ ଝିଅଟି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଝିଆରି ବୋଲି ସେ ଜାଣିବାକୁ ପାଇଥିଲେ । ସେହି ଝିଅର ନାମ ହେଉଛି ଗୀତା ରେଡ୍ଡୀ । ଯିଏକି କଂଗ୍ରେସର ବରିଷ୍ଠ ନେତା ଜୟପାଲ ରେଡ୍ଡୀଙ୍କ ଝିଆରି ଥିଲେ ।  ଗୀତାଙ୍କୁ  ପାଇବା ପାଇଁ ରେବନ୍ତଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା କାରଣ ସେହି ସମୟରେ ରେବନ୍ତ ଓସମାନିଆ ବିଶ୍ୱବିଦ୍ୟାଳୟରୁ ଫାଇନଆର୍ଟସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରୁଥିଲେ।ରେବନ୍ତ ଗୀତାଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଗୀତାଙ୍କ ପରିବାର ଏଥିରେ ସହମତ ନଥିଲେ। ତେବେ ପରେ ଗୀତାଙ୍କ ପରିବାର ବିବାହ ପାଇଁ ରାଜି ହୋଇଥିଲେ । ୧୯୯୨ରେ ରେବନ୍ତ ଗୀତାଙ୍କୁ ବିବାହ କରିଥିଲେ ।ଏହା ପରେ ରେଡ୍ଡୀ ରାଜନୀତିରେ ପ୍ରବେଶ କରିଥିଲେ। ରେବନ୍ତ ଏବଂ ଗୀତାଙ୍କର ଝିଅର ନାମ ହେଉଛି  ନିମିଶା ।୨୦୧୫ରେ ନିମିଶାଙ୍କ ବିବାହ  ରେଡ୍ଡୀ ଆଣ୍ଡ୍ ରେଡ୍ଡୀ ମୋଟର୍ସ ମାଲିକ ଜି ଭେଙ୍କଟ ରେଡ୍ଡୀଙ୍କ ପୁଅ ସତ୍ୟନାରାୟଣ ରେଡ୍ଡୀଙ୍କ ସହିତ ହୋଇଥିଲା ।

ABVP ରୁ ଆରମ୍ଭ ହୋଇଥିଲା ରାଜନୈତିକ କ୍ୟାରିୟର

ରେବନ୍ତଙ୍କ ଜନ୍ମ 8 ନଭେମ୍ବର 1969 ରେ ଆନ୍ଧ୍ରପ୍ରଦେଶର ମହାବୁବନଗରରେ ହୋଇଥିଲା ।  ଛାତ୍ର ଜୀବନରୁ ସେ  ରାଜନୀତି ଆରମ୍ଭ କରିଥିଲେ। ଏବିଭିପିରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରେ ଯୋଗ ଦେଇଥିଲେ। ୨୦୦୯ ମସିହାରେ ସେ ଆନ୍ଧ୍ରପ୍ରଦେଶର କୋଡଙ୍ଗାଲ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚନରେ ଜିତିଥିଲେ। ୨୦୧୪ରେ ସେ ଟିଡିପିର ଗୃହ ନେତା ଭାବରେ ନିର୍ବାଚିତ ହୋଇଥିଲେ।

୨୦୨୧ରେ କଂଗ୍ରେସର ରାଜ୍ୟ ସଭାପତି

ତିନି ବର୍ଷ ପରେ ଅର୍ଥାତ୍ 2017 ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାର ବର୍ଷକ ପରେ ଅର୍ଥାତ ୨୦୧୮ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ସେ ଟିଆରଏସ ପ୍ରାର୍ଥୀଙ୍କୁ ହରାଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ତାଙ୍କୁ ମାଲକଜଗିରିରୁ ଟିକେଟ ଦେଇଥିଲା। ସେ ଏହି ନିର୍ବାଚନରେ ଜିତି ସାଂସଦ ହୋଇଥିଲେ। ୨୦୨୧ରେ କଂଗ୍ରେସ ତାଙ୍କୁ ଏକ ବଡ ଦାୟିତ୍ୱ ଦେଇଥିଲା ଏବଂ ତାଙ୍କୁ ତେଲେଙ୍ଗାନା କଂଗ୍ରେସର ରାଜ୍ୟ ସଭାପତି କରିଥିଲା।

ରାହୁଲଙ୍କ ଖାସ

ରାହୁଲଙ୍କ ଭାରତ ଯୋଡ ଯାତ୍ରା କାଳରେ ସେ ବେସ ଲୋକପ୍ରିୟ ହୋଇଥିଲେ । ରାହୁଲ ମଧ୍ଯ ତାଙ୍କ ସାଙ୍ଗଠନିକ ଦକ୍ଷତା ଦ୍ୱାରା ପ୍ରଭାବିତ ହୋଇଥିଲେ । ୨୦୨୧ରେ ରାଜ୍ୟ କଂଗ୍ରେସ ମୁଖ୍ୟ ହେବା ପରେ ବିଶେଷ କରି ଗତ ଏକ ବର୍ଷ ଧରି ସେ କେସିଆରଙ୍କ ବିରୋଧରେ ଜୋରଦାର ଆକ୍ରମଣ ଆରମ୍ଭ କରିଥିଲେ । ଯାହାର ଫଳ ହେଉଛି କେସିଆରଙ୍କ ପତନ ।କୁହାଯାଏ ଯେ,ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଥିବା ବେଳେ କେସିଆରଙ୍କ ନିକଟତର ହୋଇଥିବା ରେବନ୍ତ ଏକ ମାମଲାରେ ଜେଲକୁ ଯିବା ପରେ ଦଳ ତାଙ୍କୁ କୌଣସି ସାହାଯ୍ୟ କରିନଥିଲା । ଜେଲରେ ହିଁ ରେବନ୍ତ କୁଆଡେ କେସିଆରଙ୍କୁ କ୍ଷମତାରୁ ହଟାଇବା ପାଇଁ ପ୍ରତିଜ୍ଞା ନେଇଥିଲେ ।

Read More
{}{}