Hindi News >>Home >>Zee Odisha

Stress can causes of stomach pain: ସୁସ୍ଥ ମଣିଷକୁ ଅସୁସ୍ଥ କରିଦିଏ ଚିନ୍ତା,70 ପ୍ରତିଶତ ପେଟ ରୋଗ ପଛର ଭିଲେନ୍ 'ଚିନ୍ତା' !

  ଚିନ୍ତା କେବଳ ମାନସିକ ସ୍ତରରେ ମଣିଷକୁ ଦୁର୍ବଳ କରେନି ବରଂ ଶାରୀରିକ କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଇ ଥଏ । ସବୁଠୁ ଅଧିକ ପେଟ ସମସ୍ୟା କରାଏ । ଲକ୍ଷ୍ୟ ରଖିଥିବେ ଯଦି ଆପଣ ଦୁଃଖୀ ଥାଆନ୍ତି ତାହେଲେ ସେ ସମୟରେ ଆପଣଙ୍କୁ ଭୋକ ଲାଗେ ନାହିଁ । ଯଦି କୌଣସି ପରୀକ୍ଷା ଥାଏ ତାହେଲେ ତା ପୂର୍ବରୁ ପେଟ ଖରାପ ହୁଏ । ପେ

Advertisement
SOCIAL MEDIA
Stop
Zee Odisha Desk|Updated: Nov 24, 2023, 08:57 PM IST

Stress can causes of stomach pain: 

ଚିନ୍ତା କେବଳ ମାନସିକ ସ୍ତରରେ ମଣିଷକୁ ଦୁର୍ବଳ କରେନି ବରଂ ଶାରୀରିକ କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଇ ଥଏ । ସବୁଠୁ ଅଧିକ ପେଟ ସମସ୍ୟା କରାଏ । ଲକ୍ଷ୍ୟ ରଖିଥିବେ ଯଦି ଆପଣ ଦୁଃଖୀ ଥାଆନ୍ତି ତାହେଲେ ସେ ସମୟରେ ଆପଣଙ୍କୁ ଭୋକ ଲାଗେ ନାହିଁ । ଯଦି କୌଣସି ପରୀକ୍ଷା ଥାଏ ତାହେଲେ ତା ପୂର୍ବରୁ ପେଟ ଖରାପ ହୁଏ । ପେଟ ଦରଜ ଲାଗେ । ଯାହା ଆମ ମନ ସହ ପେଟର ସମ୍ପର୍କକୁ ଦର୍ଶାଏ । ଏହାକୁ ଏବେ ବ୍ରିଟେନର ଏକ ଡ଼କ୍ଟର ପ୍ରମାଣିତ କରିଛନ୍ତି । ବ୍ରିଟିଶ ବିଶେଷଜ୍ଞଙ୍କ ମତନୁସାରେ ପେଟ ଦରଜ କିମ୍ବା ଅନ୍ୟ କୌଣସି ପେଟ ସମସ୍ୟା ଦେଖାଦେବା ୭୦ ପ୍ରତିଶତ ଚିନ୍ତା ଜନିତ କାରଣରୁ  ହୋଇଥାଏ ।

ଚିନ୍ତା କାରଣରୁ ପେଟରେ ଅଧିକ ଏସିଡ୍ ହୋଇଥାଏ । ଯେଉଁ କାରଣରୁ ସମସ୍ୟା ହୁଏ । ଚିନ୍ତା କାରଣରୁ ପେଟ ଦରଜ ହେବା, ବିନ୍ଧା ହେବା, ଗ୍ୟାସ ଏବଂ ପେଟ ଖରାପ ହେବା ଭଳି ସମସ୍ୟା ହୁଏ । ମଣିଷର ଖାଦ୍ୟନଳୀର ତଳଭାବ ବା ଯାହାକୁ ଅନ୍ତୁବୁଜୁଳା କୁହାଯାଏ, ତାହା ଚିନ୍ତା ଏବଂ ଭାବନା ପ୍ରତି ସମ୍ବେଦନଶୀଳ ହୋଇଥାଏ । ଏଥିପାଇଁ ଚିନ୍ତା ହେବା ଦ୍ବାରା ସବୁଠୁ ଅଧିକ ପ୍ରଭାବ ବମ ପେଟ ଉପରେ ପଡ଼ିଥାଏ ।

ଚିନ୍ତାଠୁ ଦୂରେି ରହିବା ପାଇଁ ଏହି ଉପାୟ ଆପଣାନ୍ତୁ ।

ଚିନ୍ତା କାରଣରୁ ପେଟରେ ଦରଜ ହେଉଥିଲେ ତୁଳସୀ ଚା ପିଅନ୍ତୁ । ଏହାଦ୍ବାରା ଚିନ୍ତା କମ୍ ହେବ ଏବଂ ପେଟ ଦରଜ ବି ଭଲ ହେବ ।

ସେଓ ସିରପ ପିଅନ୍ତୁ । ଯଦି ଅଧିକ କଡ଼ା ଲାଗେ ତାହେଲେ ମହୁ ପକାଇ ପିଇ ପାରିବେ ।

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ, ଆରାମ କରନ୍ତୁ, ଏହା ଦ୍ବାରା ମଧ୍ୟ ଫରକ ଜାଣି ପାରିବେ ।

ପୁଦୀନା କାଢ଼ା ପିଅନ୍ତୁ, ଏସିଡ଼ିଟି ରୁ ଆରାମ ମିଳିବ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।

 

Read More
{}{}