Hindi News >>Home >>Zee Odisha

Stock Market Crash:ବଜାରରେ ଆତଙ୍କ ଗୋଟିଏ ଦିନରେ ୧୩ ଲକ୍ଷ କୋଟିରୁ ଅଧିକ କ୍ଷତି

ଆଜି ସେୟାର ବଜାର ନିବେଶକଙ୍କୁ କାଙ୍ଗାଳ କରିଛି। ଗୋଟିଏ ଦିନରେ ଏତିକି କ୍ଷତି ହୋଇଛି ଯେ,ନିବେଶକ ତ୍ରାହିମାମ୍ ତ୍ରାହିମାମ୍ ଡାକୁଛନ୍ତି। ସକାଳ ୯.୧୫ ମିନିଟରେ ବଜାର  ଖୋଲିବା ସବ ଷ୍ଟକ ବଜାର ଦ୍ରୁତ ଗତିରେ ଖସିବାକୁ ଲାଗିଥିଲା । ଆଜି ସେନ୍ସେକ୍ସ ୧୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ବେଳେ ନିଫ୍ଟି ମଧ୍ୟ ୩୩୦ ପଏଣ୍ଟ ହ୍ରାସ ପାଇଛି। ଅପରାହ୍ନ ସାଢ଼େ ୩ଟା ବେଳକୁ ସେନ୍ସେକ୍ସ ୯୦୦ ପଏଣ୍ଟ ହ୍ରାସ ପାଇ ୭୨ ହଜାର ୭୬୧ ସ୍ତରରେ ବନ୍ଦ ହୋଇଥିଲା। 

Advertisement
SOCIAL MEDIA
Stop
Zee Odisha Desk|Updated: Mar 13, 2024, 06:07 PM IST

Stock Market Crash: 

ଆଜି ସେୟାର ବଜାର ନିବେଶକଙ୍କୁ କାଙ୍ଗାଳ କରିଛି। ଗୋଟିଏ ଦିନରେ ଏତିକି କ୍ଷତି ହୋଇଛି ଯେ,ନିବେଶକ ତ୍ରାହିମାମ୍ ତ୍ରାହିମାମ୍ ଡାକୁଛନ୍ତି। ସକାଳ ୯.୧୫ ମିନିଟରେ ବଜାର  ଖୋଲିବା ସବ ଷ୍ଟକ ବଜାର ଦ୍ରୁତ ଗତିରେ ଖସିବାକୁ ଲାଗିଥିଲା । ଆଜି ସେନ୍ସେକ୍ସ ୧୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ବେଳେ ନିଫ୍ଟି ମଧ୍ୟ ୩୩୦ ପଏଣ୍ଟ ହ୍ରାସ ପାଇଛି। ଅପରାହ୍ନ ସାଢ଼େ ୩ଟା ବେଳକୁ ସେନ୍ସେକ୍ସ ୯୦୦ ପଏଣ୍ଟ ହ୍ରାସ ପାଇ ୭୨ ହଜାର ୭୬୧ ସ୍ତରରେ ବନ୍ଦ ହୋଇଥିଲା। ଅନ୍ୟପକ୍ଷରେ ବେଳେ ନିଫ୍ଟି ୩୩୦ ପଏଣ୍ଟ ହ୍ରାସ ପାଇ୨୧ ହଜାର ୯୯୭ ପଏଣ୍ଟରେ ବନ୍ଦ ହୋଇଥିଲା।

ବଜାରରେ ବିଶୃଙ୍ଖଳା ଯୋଗୁଁ ନିବେଶକମାନେ ଗୋଟିଏ ଦିନରେ ୧୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବଜାରରେ ହ୍ରାସର କାରଣ ସ୍ମଲ୍ କ୍ୟାପ୍ ଇଣ୍ଡେକ୍ସ ଏବଂ ଆମେରିକାର ମୁଦ୍ରାସ୍ଫୀତି ତଥ୍ୟରେ ବ୍ୟାପକ ବିକ୍ରିକୁ ଦାୟୀ କରାଯାଉଛି। ଏହି ଭୟଙ୍କର ହ୍ରାସ ଯୋଗୁଁ ବଜାରର ଭାବନା ବଦଳିଯାଇଥିଲା ଏବଂ ବଡ଼ ବଡ଼ କମ୍ପାନୀର ସେୟାରରେ ଜବରଦସ୍ତ ବିକ୍ରି ହୋଇଥିଲା ।

ଆତଙ୍କର କାରଣ କଣ

କିଛିଦିନ ତଳେ ସେବି (SEBI)ମୁଖ୍ୟ ମିଡ୍ କ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ ଷ୍ଟକ୍ କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେବି ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି। ବୋଲି ସେ କହିଥିଲେ। ମିଡ୍କ୍ୟାପ୍ ଓ ସ୍ମଲକ୍ୟାପ୍ ଷ୍ଟକ୍ ରେ ଜାଲିଆତି ହେବାର ସଙ୍କେତ ମିଳିଥିବା କଥା ସେ କହିଥିଲେ।  ଖାଲି ସେତିକି ନୁହେଁ, ଏସ୍ ଏମ୍ ଇ ଆଇପିଓରେ ବିଶୃଙ୍ଖଳାର ମଧ୍ୟ ସଙ୍କେତ ମିଳୁଛି। ସେବି ମୁଖ୍ୟ ନିବେଶକମାନଙ୍କୁ ଏଥିପ୍ରତି ସତର୍କ ରହିବାକୁ କହିଛନ୍ତି। ସେବିର ଏହି ବୟାନ ପରେ ବଜାରର ଭାବନା ବଦଳିଯାଇଥିଲା ଏବଂ ୨ ଦିନ ପାଇଁ ସ୍ମଲ୍ କ୍ୟାପ୍ ସୂଚକାଙ୍କରେ ବିକ୍ରି ହୋଇଥିଲା। ସେହିପରି ଆଜି ମ୍ୟୁଚୁଆଲ ଫଣ୍ଡର ସ୍ମଲ୍ କ୍ୟାପ୍ ଏବଂ ମିଡ୍ କ୍ୟାପ୍ ଇଣ୍ଡେକ୍ସ ଇଣ୍ଡେକ୍ସର ବ୍ୟାପକ ବିକ୍ରି ଯୋଗୁଁ ବଜାର ରେ ମାନ୍ଦାବସ୍ଥା ଦେଖାଦେଇଛି। ଏହାବ୍ୟତୀତ ଆମେରିକାର ମୁଦ୍ରାସ୍ଫୀତି ଆକଳନ ଆଶାନୁରୂପ ନଥିଲା, ଯାହା ଭାରତୀୟ ଷ୍ଟକ ବଜାରକୁ ପ୍ରଭାବିତ କରିଥିଲା।

ପାଖାପାଖି ୧୩ ଲକ୍ଷ କୋଟି ଟଙ୍କାର କ୍ଷତି

ବୁଧବାର ଅପରାହ୍ନ ସୁଦ୍ଧା ବିଏସ୍ଇ ତାଲିକାଭୁକ୍ତ କଂପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ୧୨.୬୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୩୭୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କିଛି ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ଏହି ଷ୍ଟକ୍ ଗୁଡ଼ିକରେ ପ୍ରବଳ ବିକ୍ରି

ଆଦାନୀ ଏଣ୍ଟରପ୍ରାଇଜେସ୍, ପାୱାର ଗ୍ରିଡ୍, ଆଦାନୀ ପୋର୍ଟସ୍, ଏନଟିପିସି ଓ କୋଲ୍ ଇଣ୍ଡିଆର ସେୟାର ଆଜି ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହି ହ୍ରାସ ମଧ୍ୟରେ ଆଇଟିସିର ଷ୍ଟକ ରେ ୫ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳୁଛି । କୋଟାକ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସର ସେୟାର ରେ ବୃଦ୍ଧି ଦେଖିବାକୁ ମିଳିଛି ।

ଆଦାନୀ ସେୟାର ଭୁଶୁଡ଼ିବା କାରଣରୁ ଆଦାନୀ ଗ୍ରୁପ୍ର ମାର୍କେଟ କ୍ୟାସ ୯୦ ହଜାର କୋଟି ଟଙ୍କା ହ୍ରାସ ପାଇଛି ଏବଂ ଗୌତମ ଆଦାନୀ ୧୦୦ ବିଲିୟନ ଡଲାର କ୍ଲବରୁ ବାଦ୍ ପଡିଛନ୍ତି । ବୁଧବାର ସମସ୍ତ ଆଦାନୀ ସେୟାରରେ ହ୍ରାସ ଦେଖିବାକୁ ମିଳିଥିଲା, ଯେଉଁଥିମଧ୍ୟରୁ ସବୁଠାରୁ ବଡ଼ ଥିଲା ଆଦାନୀ ଗ୍ରୀନ୍ ଏନର୍ଜି ସେୟାର ୯ ପ୍ରତିଶତ ହ୍ରାସ ପାଇଛି। ଏହାବ୍ୟତୀତ ଆଦାନୀ ଟୋଟାଲ ଗ୍ୟାସ ୭%, ଆଦାନୀ ଏଣ୍ଟରପ୍ରାଇଜେସ୍ ୬%, ଆଦାନୀ ୱିଲମାର୍ ୪%, ଆଦାନୀ ପୋର୍ଟ ୫%, ଆଦାନୀ ଗ୍ରୀନ୍ ସଲ୍ୟୁସନ୍ ୪.୫% ଏବଂ ଆଦାନୀ ପାୱାର ୫% ହ୍ରାସ ପାଇଛି।

Read More
{}{}