Hindi News >>Home >>Odisha State

SitalaSasthi : ନନ୍ଦପଡାର ପତରପେଣ୍ଡି ସମ୍ପନ୍ନ

କନ୍ୟାପକ୍ଷ ରାଜି ହେଲା ପରେ ସପ୍ତଋଷୀଙ୍କ ଉପସ୍ଥିତିରେ  ଦେବୀ ପାର୍ବଚୀଙ୍କୁ ବେଲ ପତ୍ର,ଫୁଲ ଏବଂ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୁ ହିସାବରେ ବାଛିଛନ୍ତି ବରପିତା । ଏହା ସହ ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି ।

Advertisement
SitalaSasthi : ନନ୍ଦପଡାର ପତରପେଣ୍ଡି ସମ୍ପନ୍ନ
Stop
Prabhudatta Moharana|Updated: Jun 07, 2024, 06:45 AM IST

SitalaSasthi : ସମ୍ବଲପୁରଛ ଆରମ୍ଭ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଆଜି ନନ୍ଦପଡ଼ାର ଦେବାଧିଦେବ ମହାଦେବ ଓ ଜଗଜ୍ଜନନୀ ମାଁ ପାର୍ବତୀଙ୍କର ପତରପେଣ୍ଡି ବା ନିର୍ବନ୍ଧ  ଅନୁଷ୍ଠିତ ହୋଇଯାଇଛି ।   ସମ୍ବଲପୁର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ରାତିରେ  ସମ୍ପନ୍ନ ହୋଇଯାଇଛି । ସଂଧ୍ୟା ପ୍ରାୟ 7ଟା ସମୟରେ ଦେବ ବେଦ ମହାଦେବଙ୍କ ମନ୍ଦିରରେ ରିତି ନିତୀ ଅନୁଯାୟୀ ପୁଜାର୍ଚ୍ଚନା ହୋଇଥିଲା । ଏହା ପରେ ବରପିତା ଓ ସପ୍ତଋଷୀ ବାହାରିଥିଲେ ମହାଦେବଙ୍କ ପାଇଁକନ୍ୟା ଅନ୍ୱେଷଣରେ । ଏକ ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର  ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର । ଏହା ପରେ କନ୍ୟା ଖୋଜି ଖୋଜିବରପକ୍ଷ ପହଂଚିଥିଲେ ସମ୍ବଲପୁର  ସୁମନ୍ତ ପଣ୍ଡାଓ  ନିତିପ୍ରିୟା ଦେବୀ ଙ୍କ ଘରେ । ସେଠାରେ ପହଂଚିବା ପରେ ବରପକ୍ଷଙ୍କୁ କନ୍ୟା ଘର ତରଫରୁ ସ୍ୱାଗତକରାଯାଇଥିଲା । 

ଏଠାରେ ବରପକ୍ଷ କନ୍ୟାପକ୍ଷଙ୍କୁ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବାର ସୂଚନା ପାଇ ଆସିଥିବାର ବରପିତା କହିଥିଲେ । ଏହା ପରେ କନ୍ୟାପକ୍ଷ ସାମ୍ନାରେ ବରର ଗୁଣଗାନ କରିଥିଲେ ସାଙ୍ଗରେ ଆସିଥିବା ସପ୍ତଋଷି । ସମ୍ପୂର୍ଣ୍ ଲୋକାଚାରରେ  ଆଡମ୍ବର ପୂର୍ଣ୍‌ଭାବେ ଏହାର ଆୟୋଜନ ଆରମ୍ଭ ହୋଇଛି ।   କନ୍ୟାପକ୍ଷ ରାଜି ହେଲା ପରେ ସପ୍ତଋଷୀଙ୍କ ଉପସ୍ଥିତିରେ  ଦେବୀ ପାର୍ବଚୀଙ୍କୁ ବେଲ ପତ୍ର,ଫୁଲ ଏବଂ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୁ ହିସାବରେ ବାଛିଛନ୍ତି ବରପିତା । ଏହା ସହ ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି ।

Read More
{}{}