Hindi News >>Home >>Odisha State

ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ

Worker dead: ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଇ ଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisement
ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ
Stop
Zee Odisha Desk|Updated: Aug 29, 2024, 03:23 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।। ମୃତକ ଜଣଙ୍କ ହେଲେ ଜଟଣୀ ଥାନା ଅନ୍ତର୍ଗତ ତୋଟାପଡ଼ା ପଦନପୁର ଗ୍ରାମର ପ୍ରତାପ ଦେହୁରୀ(୩୯)। ଅନ୍ୟ ୩ ଜଣଙ୍କର ପରିଚୟ ମିଳିପାରିନାହିଁ। 

ତେବେ ମୃତକ ଦେହୁରୀଙ୍କ ଘର ପଦନପୁରରେ ହୋଇଥିବା ବେଳେ ସେ ପ୍ରାୟ ୧୦ବର୍ଷ ହେଲା ଜଙ୍କିଆ ମୁଣ୍ଡାଆମ୍ବ a ଗ୍ରାମରେ ନିଜ ଶ୍ୱଶୁର ଘରେ ରହିଆସୁଥିଲେ। ଆଜି ସକାଳେ କାମ କରୁଥିବା ବେଳେ ବଜ୍ରାଘାତରେ ଅଚେତ ହୋଇଯାଇଥିଲେ। ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଇ ଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ଆହାତ ବ୍ୟକ୍ତିମାନେ ଚିକିତ୍ସାଧିନ ରହିଛନ୍ତି। 

Read More
{}{}