Hindi News >>Home >>Odisha State

state news : ଇନ୍ସପେକ୍ଟର ଆଇପିଏସଙ୍କ ପ୍ରେମରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

state news : ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସରେ ଉତ୍ପାତ କଲେ ବରିଷ୍ଠ ଆଇପିଏସ୍ ଅଧିକାରୀ। ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ମାରପିଟ କରିବା ସହିତ ଘରର ଆସବାବ ପତ୍ର ଭଙ୍ଗାରୁଜା କଲେ। କାହିଁକି ପଢନ୍ତୁ....

Advertisement
state police
Stop
Zee Odisha Desk|Updated: Jul 28, 2024, 11:05 AM IST

state news : ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସରେ ଉତ୍ପାତ କଲେ ବରିଷ୍ଠ ଆଇପିଏସ୍ ଅଧିକାରୀ। ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ମାରପିଟ କରିବା ସହିତ ଘରର ଆସବାବ ପତ୍ର ଭଙ୍ଗାରୁଜା କଲେ। ଏବଂ ଜିଦ୍ ଧରିଲେ, ବିବାହିତା ଇନ୍ସପେକ୍ଟରଙ୍କୁ ବାହା ହେବାକୁ । ଏମିତି ଏକ ଘଟଣା ରାଜଧାନୀ ପୁଲିସ୍ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।ଏପରି  ଘଟଣା ପହଞ୍ଚିଛି କ୍ୟାପିଟାଲ୍ ଥାନାରେ । ହେଲେ ଏହି ମାମଲାକୁ ଚପାଇ ଦେବାକୁ ବଡ଼ ସ୍ତରରେ ଆରମ୍ଭ ହୋଇଯାଇଛି ଭିତିରିଆ ଉଦ୍ୟମ।

ସୂଚନା ଅନୁଯାୟୀ ଆଇପିଏସ୍ ଅଧିକାରୀଙ୍କ ବୟସ ପ୍ରାୟ ୫୦ ବର୍ଷ ଓ ସେ ବିବାହିତ।ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି।ଛୁଆଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି। ଇନ୍ସପେକ୍ଟର ଜଣଙ୍କ କ୍ରାଇମବ୍ରାଞ୍ଚ୍ ଅଧିନରେ ଏକ ଶାଖାରେ କାମ କରନ୍ତି।ଆଇପିଏସ୍ ଅଧିକାରୀ ଓ ଇନ୍ସପେକ୍ଟରଙ୍କ ମଧ୍ୟ ୫ ବର୍ଷ ହେଲା ଗୋପନ ପ୍ରେମ ଚାଲିଥିଲା। ଇନ୍ସପେକ୍ଟରଙ୍କ ପ୍ରେମରେ ସବୁ  ଭୁଲି ଯାଇଥିଲେ ଆଇପିଏସ୍ । ପ୍ରେମରେ ସବୁ ଲୋକଲଜ୍ଜା ଭୁଲି ଶନିବାର ରାତି ପ୍ରାୟ ୯ଟା ବେଳେ ସେ ଛୁଟିରେ ଆସିଥିଲେ ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସକୁ ଲୁଚିକରି ଦେଖା କରିବାକୁ। ଏ ସମୟରେ ତାଙ୍କୁ ବାହାହେବା ପାଇଁ ଜିଦ୍ ଧରିଥିଲେ। ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ। ସେହି ସମୟରେ ଇନ୍ସପେକ୍ଟରଙ୍କ ସ୍ବାମୀ ଆସି ଘରେ ପହଞ୍ଚିଥିଲେ। ଇନ୍ସପେକ୍ଟର ସ୍ୱାମୀଙ୍କ ସହ ଆଇପିଏସ୍‌ଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

 ପ୍ରଥମେ ଆଇପିଏସ୍ ଅଧିକାରି ହାତ ଉଠାଇ ଧମକ ଦେଇଥିଲେ। ଉଭୟଙ୍କ ମଧ୍ୟରେ ବହୁତ୍ ଜୋରେ ମାରପିଟ ହୋଇଗଲା। ସ୍ଥିତି ଏପରି ହେଲା ଯେ,କଥା ଯାଇ ଥାନରେ ପହଞ୍ଚିଲା। ଥାନା ଅଧିକାରୀଙ୍କୁ ଦେଖି ଏସିପି ଇନ୍‌ପେକ୍ଟର ଲୁଚି ଯିବାକୁ ଚେଷ୍ଟା କରିଲେ।ପରେ  ବହୁ କଷ୍ଟରେ ପୁଲିସ୍ ବୁଝାଇ ସୁଝାଇ ପରିସ୍ଥିତିକୁ ଶିଥିଳ କରାଯାଇଥିଲା।ମାରପିଟ୍‌ରେ ଇନ୍ସପେକ୍ଟରଙ୍କ ସମୀଙ୍କ ମୁହଁ ଫାଟି ଯାଇଥିଲା । ପୁଲିସ୍ ତାଙ୍କୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ସେ ଏତଲା ଦେବାକୁ ଚାହୁଁଥିବା ବେଳେ ପୁଲିସ୍ ତାଙ୍କୁ ବୁଝାସୁଝା କରି ମାମଲା ଚାପି ଦେବାକୁ ଉଦ୍ୟମ କରିଥିଲା I ସେପଟେ ଆଇପିଏସ୍ ଜଣଙ୍କ ମଦ ନିଶାରେ ଏମିତି କରିଥିବା କ୍ୟାପିଟାଲ୍ ଥାନା ପୁଲିସ୍ ରହିଛି।

Read More
{}{}