Hindi News >>Home >>Odisha State

Weather News: ଉତ୍ତର ଭାରତରେ ଆହୁରି ଖସିବ ପାରଦ, ଆର୍ଲଟ ଜାରି କଲା IMD

Weather News: ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ଅନେକ ଉତ୍ତର ଭାରତୀୟ ରାଜ୍ୟ ଶୀତର ପ୍ରକୋପ ଅନୁଭବ କରୁଛନ୍ତି। ଗୋଟିଏ ପଟେ ଉତ୍ତର ଭାରତର ଅନେକ ରାଜ୍ୟ ପ୍ରବଳ ଶୀତ ଲହରୀ ଜାରି ରହିଛି। ଅନ୍ୟପକ୍ଷରେ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ ସମେତ ସମଗ୍ର ଉତ୍ତର ଭାରତରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି।

Advertisement
Weather News: ଉତ୍ତର ଭାରତରେ ଆହୁରି ଖସିବ ପାରଦ, ଆର୍ଲଟ ଜାରି କଲା IMD
Stop
Soubhagya Ranjan Mishra|Updated: Jan 13, 2024, 02:49 PM IST

Weather News: ତମାମ ଦେଶରେ ଏବେ ଶୀତ ଲହରୀ ଜାରି ରହିଛି। ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ଅନେକ ଉତ୍ତର ଭାରତୀୟ ରାଜ୍ୟ ଶୀତର ପ୍ରକୋପ ଅନୁଭବ କରୁଛନ୍ତି। ଗୋଟିଏ ପଟେ ଉତ୍ତର ଭାରତର ଅନେକ ରାଜ୍ୟ ପ୍ରବଳ ଶୀତ ଲହରୀ ଜାରି ରହିଛି। ଅନ୍ୟପକ୍ଷରେ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ ସମେତ ସମଗ୍ର ଉତ୍ତର ଭାରତରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ଦକ୍ଷିଣ ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶ ଏବଂ ବିହାର ସମେତ ଅନେକ ରାଜ୍ୟରେ ପାରଦ ୩ ରୁ ୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ଆଗାମୀ ଦିନରେ ମଧ୍ୟ ଆହୁରି ଅଧିକ ମାତ୍ରା ଅସହ୍ୟ ଥଣ୍ଡା ହେବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

ପାର୍ବତ୍ୟାଞ୍ଚଳରେ ତୁଷାରପାତ
ଆସନ୍ତା ଏକ ସପ୍ତାହ ମଧ୍ୟରେ ଗିଲଗିଟ ବାଲ୍ଟିସ୍ତାନ, ଜାମ୍ମୁ କାଶ୍ମୀରରେ ତୁଷାରପାତ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପର୍ବତରେ ତୁଷାରପାତ ହେତୁ ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ କୁହୁଡ଼ି ସହିତ ଥଣ୍ଡା ସମୟ ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିପାରେ। ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀର ଘନ କୁହୁଡ଼ି ରହିବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି। ସେହିପରି ୧୩ ତାରିଖରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଓ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। 

ହିମାଚଳ ପ୍ରଦେଶରେ ହୋଇପାରେ ତୁଷାରପାତ
ହିମାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଜାନୁଆରୀରେ ବାୟୁମଣ୍ଡଳ ଶୁଷ୍କ ରହିବା ନେଇ ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ ଚମ୍ବା, କିନୌର, ଲାହୌଲ ସ୍ପିତି, ସିମଲା ଭଳି ଉଚ୍ଚ ସ୍ଥାନରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ହିମାଳୟରେ ହାଲୁକା ବର୍ଷା ଓ ତୁଷାରପାତ ସମ୍ଭାବନା ରହିଛି। 

ପଞ୍ଜାବ ଓ ହରିଆଣାରେ ଥଣ୍ଡା ପବନ ଜାରି
ପାଣିପାଗ ବିଭାଗ ଅନୁଯାୟୀ ପଞ୍ଜାବ ଓ ହରିଆଣାରେ ସାମାନ୍ୟ ଖରା ବାହାରିଥିବା ସତ୍ତ୍ୱେ ଶୀତୁଆ ପବନ ଜାରି ରହିଛି। ଶୁକ୍ରବାର ଅମୃତସରରେ ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ, ଗୁରଦାସପୁରରେ ୩ ଡିଗ୍ରୀ, ଫରିଦକୋଟରେ ୨.୮ ଡିଗ୍ରୀ, ଭଟିଣ୍ଡାରେ ୨ ଡିଗ୍ରୀ, ବାରନାଲରେ ୩.୮ ଡିଗ୍ରୀ, ପଟିଆଲାରେ ୪.୪ ଡିଗ୍ରୀ, ଫତେହଗଡ଼ ସାହିବରେ ୪.୭ ଡିଗ୍ରୀ ଓ ଲୁଧିଆନାରେ ୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ହରିଆଣାର ନାରନୌଲରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହା ପରେ ଭୱାନୀରେ ୩.୯ ଡିଗ୍ରୀ, ହିସାରରେ ୫.୧ ଡିଗ୍ରୀ, ଅମ୍ବାଲାରେ ୬.୬ ଡିଗ୍ରୀ, କରନାଲରେ ୬.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Also Read- Alia Bhatt: ୱିଣ୍ଟର ଫ୍ୟାସନ୍ ଗୋଲ୍ସ ସେଟ୍ କଲେ ଆଲିଆ ଭଟ୍ଟ, ଚର୍ଚ୍ଚାରେ ଅଭିନେତ୍ରୀଙ୍କ ଲୁକ୍

Also Read- Cricket News: ହାତ ନଥିବା କ୍ରିକେଟର, ଯାହାଙ୍କର ବୋଲିଂ ଆଉ ବ୍ୟାଟିଂ ଆପଣଙ୍କ ହୋସ୍ ଉଡ଼ାଇ ଦେବ

{}{}