Hindi News >>Home >>Odisha State

Manmohan Samal: ରାଜ୍ୟରେ ଏକାକୀ ଲଢିବ ବିଜେପି: ମନମୋହନ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଟ୍ୱିଟକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ଟାଣିଛି ମନମୋହନଙ୍କ ଏହି ଟ୍ୱିଟ। ରାଜ୍ୟରେ ବିଜେପି ଏକା ଲଢିବା ନେଇ ମନମୋହନ ସାମଲ ଇଙ୍ଗିତ କରିଛନ୍ତି। ସିଧାସଳଖ ମେଣ୍ଟକୁ ନେଇ କୌଣସି ବାର୍ତ୍ତା ନ ଦେ

Advertisement
Manmohan Samal: ରାଜ୍ୟରେ ଏକାକୀ ଲଢିବ ବିଜେପି: ମନମୋହନ
Stop
Zee Odisha Desk|Updated: Mar 22, 2024, 04:46 PM IST

Manmohan Samal: ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଟ୍ୱିଟକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଛେଦ ଟାଣିଛି ମନମୋହନଙ୍କ ଏହି ଟ୍ୱିଟ। ରାଜ୍ୟରେ ବିଜେପି ଏକା ଲଢିବା ନେଇ ମନମୋହନ ସାମଲ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି। 

ମନମୋହନ ତାଙ୍କ ଟ୍ୱିଟରେ ଡବଲ ଇଞ୍ଜିନ ସରକାରକୁ ପ୍ରଶଂସା କରିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ମଧ୍ୟ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।

ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ ।

କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ ।

ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ଶ୍ରୀ ସାମଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି।

 

ଏଠାରେ କହି ରଖୁ କି ରାଜ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଥିପାଇଁ ଉଭୟ ବିଜେଡ଼ି ଓ ବିଜେପି ଘନ ଘନ ବୈଠକ କରିଥିଲେ। ମେଣ୍ଟ ନିଷ୍ପତ୍ତି ପାଇଁ ରାଜ୍ୟ ବିଜେପିର ତୁଙ୍ଗନେତା, ସଭାପତି ମନମୋହନ ସାମଲ, ପ୍ରଭାରୀ, ସହପ୍ରଭାରୀ ଘନ ଘନ ଦିଲ୍ଲୀ ଗସ୍ତ କରିଥିଲେ। ଦଳର ହାଇକମାଣ୍ଡଙ୍କ ସହିତ ଘନ ଘନ ବୈଠକ ଅନୁଷ୍ଠିତ ହୋଇଥିଲା। ସେହିପରି ବିଜେଡ଼ି ମଧ୍ୟ ବିଗତ ଦୁଇ ତିନି ଧରି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବା ପାଇଁ ଅଙ୍କକଷା ଆରମ୍ଭ କରିଦେଇଛି। ଦୈନିକ ନିର୍ବାଚନ ମଣ୍ଡଳୀକୁ ନେଇ ଘନ ଘନ ବୈଠକ କରୁଛି। ଏଥି ମଧ୍ୟରେ ଦୁଇ/ତିନୋଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ନେଇ ବିଜେଡ଼ି କ୍ୟାମ୍ପ ସୂତ୍ରରୁ ସୂଚନା ରହିଛି। 

Read More
{}{}