Hindi News >>Home >>Odisha State

Weather Update: ବସୁମତି ସ୍ନାନ ଦିନଠୁ ବଢିବ ବର୍ଷା !

Weather News: ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ହୋଇଛି ବୋଲି ପୂର୍ବାନୁମାନ କରାଯାଇଛି । 

Advertisement
Weather Update: ବସୁମତି ସ୍ନାନ ଦିନଠୁ ବଢିବ ବର୍ଷା !
Stop
Soubhagya Ranjan Mishra|Updated: Jun 14, 2024, 06:57 PM IST

ଭୁବନେଶ୍ୱର: ପ୍ରବଳ ଗରମ ତଥା ଗ୍ରୀଷ୍ମର ପ୍ରକୋପରୁ ଆରାମ ପାଇବେ ରାଜ୍ୟବାସୀ । କାରଣ ରଜ ସରିବ ବର୍ଷା ଆରମ୍ଭ ହେବ । ଜୁନ ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ୧୭ ତାରିଖ ଅର୍ଥାତ ସୋମବାର ଦିନ କନ୍ଧମାଳ, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବୋହିପାରେ ବୋଲି ଆକଳନ କରାଯାଇଛି ।

ଅନ୍ୟପଟେ ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ହୋଇଛି ବୋଲି ପୂର୍ବାନୁମାନ କରାଯାଇଛି । ଏଥିସହ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତିଙ୍କ ସୂଚନା ମୁତାବକ, ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି । ବିଶେଷ କରି ବରଗଡ଼, ସମ୍ୱଲପୁର, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ଅଧିକ ଗରମ ଅନୁଭୂତ ହୋଇପାରେ । କେବଳ ସେତିକି ନୁହେଁ ଜୁନ ୧୫, ୧୬ ଏବଂ ୧୭ ତାରିଖ ୩ଦିନ ଧରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ମୌସୁମୀ ମାଲକାନଗିରି ଛୁଇଁ ସାରିଥିବା ସମୟରେ ଆସନ୍ତା ୪ରୁ ୫ଦିନ ମଧ୍ୟରେ କୋରାପୁଟରେ ପହଞ୍ଚିପାରେ ବୋଲି ସୂଚନା ମିଳିଛି ।

Also Read- ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ

Also Read- ଭାରତୀୟ ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’

{}{}