Hindi News >>Home >>Odisha State

Weather Update: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି!

Weather Update: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ (Monsoon)। ଫଳରେ ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ବର୍ଷା (Heavy rain) ହେଉଥିଲା। କିନ୍ତୁ ଦୁଇ ଦିନ ହେବ ପାଗ ଶୁଖିଲା ରହିଛି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ (imd) ଏକ ଆଶ୍ବସ୍ତିକଲା ପରି ଖବର ଦେଇଛି । ପୁଣି ବର୍ଷାରେ ଭିଜିବ ଓଡି଼ଶା । (୧୨ ସେପ୍ଟେମ୍ବର) ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 10, 2023, 08:30 AM IST

Weather Update: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ (Monsoon)। ଫଳରେ ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ବର୍ଷା (Heavy rain) ହେଉଥିଲା। କିନ୍ତୁ ଦୁଇ ଦିନ ହେବ ପାଗ ଶୁଖିଲା ରହିଛି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ (imd) ଏକ ଆଶ୍ବସ୍ତିକଲା ପରି ଖବର ଦେଇଛି । ପୁଣି ବର୍ଷାରେ ଭିଜିବ ଓଡି଼ଶା । (୧୨ ସେପ୍ଟେମ୍ବର) ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯାହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।  ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ୧୨ ତାରିଖ ବେଳେକୁ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।  ଏହି ସବୁ ଜିଲ୍ଲା ଗୁଡି଼କରେ ୭ରୁ  ୧୧ ସେମି ମଧ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି ।  ଏନେଇ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ (Yellow alert) ମଧ୍ୟ ଜାରି କରାଯାଇଛି। ସେହିପରି,୧୩ ତାରିଖ ବେଳକୁ ଉତ୍ତର  ଏବଂ ଦକ୍ଷିଣ ଓଡି଼ଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ସେହିପରି ୧୩ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

 

Also Read: Sunday Remedies: ରବିବାର ଦିନ କରନ୍ତୁ ଏହି ଉପାୟ, ଟଙ୍କାରେ ଭରି ଯିବ ଆପଣଙ୍କ ସିନ୍ଦୁକ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୮.୪ ମିମି ତୁଳନାରେ  ୬୦% କମ ରହିଛି । କେବଳ ସେତିକି ନୁହେଁ,   ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣ ରେ ରହିବା  ସହ ରାଜସ୍ଥାନର ଯଶେଲମେର ରୁ ବାହାରି ଅଜମେର, ଗୁନା, ମାଣ୍ଡଲା,   ପେନ୍ଦ୍ରାରୋଡ଼, ଝାରସୁଗୁଡା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ବଙ୍ଗୋପସାଗରରେ ଆସନ୍ତା ସପ୍ତାହ ଆରମ୍ଭରେ ଗୋଟିଏ ଓ ସପ୍ତାହ ଶେଷ ବେଳକୁ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। 

{}{}