Hindi News >>Home >>Odisha State

Weather Update: ଆଜି ବି ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ( heavy rain) ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ଜାରି (yellow alert) କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 07, 2023, 11:36 AM IST

Weather Update: ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା  ସହ ରାଜସ୍ଥାନର ବିକେନାର ରୁ ବାହାରି ଗୁନା, ମାଣ୍ଡଲା, ରାଏପୁର ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶ ର କଳିଙ୍ଗାପାଟନମ ରୁ ଦକ୍ଷିଣ ପୂର୍ବ ଦିଗରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ତଥା ବାୟୁମଣ୍ଡଳରେ ୨.୧କିମି ଉଚ୍ଚତା ଯାଏଁ ବ୍ୟାପିଛି । ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର । କିନ୍ତୁ ଜଡିତ ଘୂର୍ଣ୍ଣିବଳୟ ଆଜି ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏଁ  ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ( heavy rain) ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ଜାରି (yellow alert) କରାଯାଇଛି। ତେବେ, ଏହି ଜିଲ୍ଲା ଗୁଡି଼କ ହେଲା,  ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ । 

 

ଲଘୁଚାପ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ( rain) ରେକର୍ଡ କରାଯାଇଛି । ବାଲେଶ୍ୱର  ସହରରେ ସର୍ବାଧିକ ୧୧୭.୧ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ସହ ରାଜ୍ୟର ଆଉ ୧୩ଟି ସହରରେ ପ୍ରବଳ ବର୍ଷା ( heavy rain) ରେକର୍ଡ କରଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ  ମୌସୁମୀ ସକ୍ରିୟ ସହ ହାରାହାରି ୧୭.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦.୯ ମିମି ତୁଳନାରେ ୬୦ ପ୍ରତିଶତ ଅଧିକ ରହିଛି। ୧ ସେପ୍ଟେମ୍ବର ରୁ ଆଜି ୬ ସେପ୍ଟେମ୍ବର , ୨୦୨୩ ମଧ୍ୟରେ ରାଜ୍ୟରେ ୬୬.୨ ମିମି ବର୍ଷା ରେକର୍ଡ ହୋଇଛି।  ଯାହା ସ୍ୱାଭାବିକ ବର୍ଷା ୫୯.୪ ମିମି ତୁଳନା ରେ ୧୧%ପ୍ରତିଶତ ଅଧିକ ରହିଛି । ଏବଂ ବର୍ତ୍ତମାନ ରାଜ୍ୟରେ ମୌମୁମୀ ସକ୍ରିୟ ରହିଛି।

 

ଗତ ୨୪ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ସହ, ବର୍ତମାନ ସୁଦ୍ଧା ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ କୋରାପୁଟ ଜିଲ୍ଲାର ସିମିଲିଗୁଡାରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ କରାଯାଇଛି ଏବଂ ରାଜ୍ୟରେ ଅନ୍ୟ ୯ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୯ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଗତ ଜୁନ୍ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବମୋଟ ୮୧୫.୨ ମିମି ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ତୁଳନାରେ ୧୪% କମ୍‌ ଅଟେ। ତେବେ ରାଜ୍ୟର ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଅନ୍ୟ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ ହୋଇଛି।

{}{}