Hindi News >>Home >>Odisha State

Weather Upadate: ଟାଣ ଖରାରେ କଲବଲ ରାଜ୍ୟବାସୀ, ଏହି ଦିନଠାରୁ ବଦଳିବ ପାଗ

Weather Upadate: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଏହି ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ସହ ହାଲୁକା ବର୍ଷା ହେଉଛି।

Advertisement
Weather Upadate: ଟାଣ ଖରାରେ କଲବଲ ରାଜ୍ୟବାସୀ, ଏହି ଦିନଠାରୁ ବଦଳିବ ପାଗ
Stop
Zee Odisha Desk|Updated: Mar 07, 2024, 08:25 AM IST

Weather Upadate: ରାଜ୍ୟରେ ମୁଣ୍ତ ଫଟା ଖରା ଯୋଗୁଁ କଲବଲ ରାଜ୍ୟବାସୀ । ସ୍ଥିତି ଏପରି ହେଉଛି ଯେ ଦିନ ୧୦ ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ସେପଟେ ଉପକୂଳ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଏହି ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ସହ ହାଲୁକା ବର୍ଷା ହେଉଛି।

ସୂଚନା ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବ‌ର୍ତ୍ତନ ହେବନାହିଁ। ସେପଟେ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ୧୧ ତାରିଖ ବେଳକୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ବିଭାଗ ପକ୍ଷରୁ ଆକଳନ କରଯାଇଛି । ଏବେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା କିଛି ସ୍ଥାନରେ ସାମାନ୍ୟ ଅଧିକ ରହୁଛି। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

#୧୧ସହର ରେ ସର୍ବୋଚ୍ଚ ଦିନ ତାପମାତ୍ରା #୩୬ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ,#ଗଜପତି ରେ ସର୍ବାଧିକ #୩୮ଡ଼ିଗ୍ରୀ #ବଲାଙ୍ଗୀର ୩୬.୯ ଡ଼ିଗ୍ରୀ #ଝାରସୁଗୁଡା ୩୬.୮ ଡ଼ିଗ୍ରୀ#ମାଲକାନଗିରି ୩୬.୭ ଡ଼ିଗ୍ରୀ #ଟିଟଲାଗଡ ୩୬.୫ ଡ଼ିଗ୍ରୀ pic.twitter.com/2vS2QUF6a3

ବୁଧବାର ରାଜ୍ୟର ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରୀରୁ ଅଧିକ ରହିଥିଲା । ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବାବେଳେ ବଲାଙ୍ଗୀରରେ ୩୬.୯, ଝାରସୁଗୁଡ଼ାରେ ୩୬.୮, ମାଲକାନଗିରି ୩୬.୭, ଟିଟିଲାଗଡ଼ରେ ୩୬.୫, ସୋନପୁର, ରାୟଗଡ଼ା ଓ ଭବାନୀପାଟଣାରେ ୩୬.୨, ନୟାଗଡ଼, ବୌଦ୍ଧ ଓ ତାଳଚେରରେ ୩୬ ଡିଗ୍ରୀ ରହିଥିଲା।

 

{}{}