Hindi News >>Home >>Odisha State

Weather Report: ୨୧ରୁ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ...

Weather Report: ରାଜ୍ୟରେ ପ୍ରବଳ ରୌଦ୍ରତାପ ଜାରି ରହିଛି। ପ୍ରଥମଥର ପାଇଁ ଶୁକ୍ରବାର ତାପମାତ୍ରା ୪୪ ଡିଗ୍ରୀ ଟପିଛି। ବୌଦ୍ଧରେ ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଅସହ୍ୟ ତାତି ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେବାରେ ଲାଗୁଛି। 

Advertisement
Weather Report: ୨୧ରୁ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ...
Stop
Zee Odisha Desk|Updated: Apr 20, 2024, 06:43 AM IST

Weather Report: ରାଜ୍ୟରେ ପ୍ରବଳ ରୌଦ୍ରତାପ ଜାରି ରହିଛି। ପ୍ରଥମଥର ପାଇଁ ଶୁକ୍ରବାର ତାପମାତ୍ରା ୪୪ ଡିଗ୍ରୀ ଟପିଛି। ବୌଦ୍ଧରେ ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଅସହ୍ୟ ତାତି ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେବାରେ ଲାଗୁଛି। ଦିନତମାମ ଟାଣ ଖରାରେ ଭାଜି ହେଉଥିବା ରାତିରେ ବି ତାତିରୁ ନିସ୍ତାର ପାଉ ନାହାଁନ୍ତି ଲୋକେ।

ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ ପରବର୍ତୀ ୩ ଦିନ ମଧ୍ୟରେ  ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ  ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ।

ଏହାର ପ୍ରଭାବରେ  ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଥିବା ବେଳେ, ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ସହ ଅପ୍ରେଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ  ଉଷ୍ମ ଆଦ୍ର ପାଣିପାଗ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ତିନି ଦିନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୨ରୁ ୩ ଡିଗ୍ରି କମ୍‌ ରହିବାର ସମ୍ଭାବନା ରହିଛି। ଦକ୍ଷିଣ-ପୂର୍ବା ପବନ ହେତୁ ପାଗ ମେଘୁଆ ସହ ତାପମାତ୍ରା କମିବ। ଏପ୍ରିଲ ୨୨ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

{}{}