Hindi News >>Home >>Odisha State

Weather Update: ୧୮ରୁ ପୁଣି ବଢିବ ବର୍ଷା, ୮ ଜିଲ୍ଲାକୁ ଆଲର୍ଟ ଜାରି: ଫିକା ପଡିବ ଗଣେଷ ପୂଜା!

Weather Update:  ଲଘୁଚାପ ବଳୟ ଦୂରରେ ରହିଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଛି । ତେବେ ଶନିବାର ଓ ରବିବାର ଦିନ ପାଗ ଶୁଖିଲା ରହିବ । ଆସନ୍ତା ୧୮ ତାରିଖରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ  ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 16, 2023, 07:24 AM IST

Weather Update: ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ରହିଥିବା ଲଘୁଚାପ ବଳୟ ବର୍ତ୍ତମାନ ପୂର୍ବ ମଧ୍ଯପ୍ରଦେଶ ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଛି । ଏହା ଦୂରରେ ରହିଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଛି । ତେବେ ଶନିବାର ଓ ରବିବାର ଦିନ ପାଗ ଶୁଖିଲା ରହିବ । ଆସନ୍ତା ୧୮ ତାରିଖରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷାର (Rain) ପରିମାଣ ବଢିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ୧୯ ଦିନ ଗଣେଷ ପୂଜା ଥିବାରୁ ବର୍ଷା ଯୋଗୁଁ ପୂଜା ବଜାର ମନ୍ଦା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ସୋମବାର ଦିନ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିଭଳି ୧୯ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ(Yellow alert) ଜାରି କରାଯାଇଛି।

ତେବେ ଲଘୁଚାପ ପ୍ରଭାବରେ ଗତ ୪ ଦିନ ମଧ୍ୟରେ ରାଜ୍ୟରେ ୧୧୦.୫ ମି.ମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ତୁଳନାରେ ୨୩୧% ଅଧିକ ଅଟେ। ତେବେ ଏହି କିଛି ଦିନ ବର୍ଷା ପରେ ୨୮ ଜିଲ୍ଲାରେ ସ୍ବାଭାବିକଠାରୁ ଅତ୍ୟଧିକ ବର୍ଷା ଓ ଅବଶିଷ୍ଟ ୨ ଜିଲ୍ଲା ଯଥା ମୟୂରଭଞ୍ଜ ଓ ବାଲେଶ୍ବରରେ ସ୍ବାଭାବିକଠାରୁ ଟିକେ ଅଧିକ ବର୍ଷା ରେକର୍ଡ ହୋଇଛି। ଫଳରେ ରାଜ୍ୟ‌ରେ ୬% ନିଅଣ୍ଟ ବର୍ଷା ସ୍ଥିତି ଭରଣା ହୋଇପାରିଛି। ପ୍ରକାଶ ଥାଉ କି, ଗତ ଜୁନ୍‌ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୧୦୦୨.୩ ମିମି ବର୍ଷା ରେକର୍ଡ ହୋଇଯାଇଛି। ଯାହା, ସ୍ବାଭାବିକ ବର୍ଷା ତୁଳନାରେ ୫% କମ୍‌ ଅଟେ।

ଏହା ବି ପଢନ୍ତୁ-ବିନା ହେଲମେଟରେ ଗାଡି ଚଳାଉଥିଲେ ସାବଧାନ, ସାଧାରଣ ଲୋକ କରିବେ ଅଭିଯୋଗ

{}{}