Hindi News >>Home >>Odisha State

Weather Update: ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା! ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update:  ଯାଜପୁର, ଦେବଗଡ଼, ସମ୍ବଲପୁର, ଭଦ୍ରକ, କଟକ, ବାଲେଶ୍ବର, ସୁନ୍ଦରଗଡ଼, ବୌଦ୍ଧ, ମୟୁରଭଞ୍ଜ, କେନ୍ଦୁଝର ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 01, 2023, 09:06 AM IST

Weather Update: ଲଘୁଚାପ (low pressure) ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା (Rain) ଜାରି ରହିଛି । ଆଜି ମଧ୍ୟ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy rain) ହେବା ନେଇ ସମ୍ଭାବନା ରହିଛି । ବିଶେଷ କରି- ଯାଜପୁର, ଦେବଗଡ଼, ସମ୍ବଲପୁର, ଭଦ୍ରକ, କଟକ, ବାଲେଶ୍ବର, ସୁନ୍ଦରଗଡ଼, ବୌଦ୍ଧ, ମୟୁରଭଞ୍ଜ, କେନ୍ଦୁଝର ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେପଟେ ପ୍ରବଳ ବର୍ଷା ହେବା ନେଇ ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ(Yellow warning) ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏବେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ଯରେ ଏହା ଅଧିକ ଘନୀଭୂତ ହେବ । ଏହା ପରେ ଅବପାତରେ ପରିଣତ ହେବ ଲୋ ପ୍ରେସର (low pressure) । ଯାହା ଫଳରେ ବର୍ଷା ପରିମାଣ ବଢ଼ିବା ନେଇ ଆକଳନ କରାଯାଇଛି। ତେବେ ବୁଧବାର ଦିନ ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଭୂସ୍ଖଳନ ସହ କଚ୍ଚା ରସ୍ତା ଓ ଘର ଧସିଯିବା ନେଇ ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ସେପଟେ ସୋମବାର ଦିନ ୬ ଘଣ୍ଟାର ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ରାଜଧାନୀ ଭୁବେନେଶ୍ବର । ବସ୍ତି ଓ ତଳିଆ ଅଞ୍ଚଳରେ ରହୁଥିବା ପାଖାପାଖି ୭ ହଜାର ଲୋକ ଜଳବନ୍ଦୀ ହୋଇଯାଇଥିବା ବେଳେ ୫ ହଜରରୁ ଅଧିକ ଲୋକଙ୍କ ଘରେ ପାଣି ପଶିଥିବା କୁହାଯାଉଛି । ବର୍ଷା ପାଇଁ ସହରରେ ଅନେକ ଅଘଟଣ ମଧ୍ଯ ଘଟିଥିବା ଦେଖିବାକୁ ମିଳିଛି । କାରଗିଲ୍‌ ରୋଡ୍‌ରେ ପାଚେରୀ ଭୁଶୁଡ଼ି ପଳାଶପଲ୍ଲୀ-ପୋଖରୀପୁଟ୍‌ ରାସ୍ତାରେ ଯାତାୟାତା ବାଧାପ୍ରାପ୍ତ ହୋଇଥିବା ବେଳେ ଏହି ରାସ୍ତାରେ ଏକ ଗଛ ରାସ୍ତା ଉପରକୁ ଉପୁଡ଼ି ପଡ଼ିଥିଲା। ସେହିପରି ଚନ୍ଦ୍ରଶେଖରପୁରରେ ଗଛ ପଡ଼ି ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଏମ୍‌ସ୍‌ ଧର୍ମଶାଳାର ପାଚେରି ଭୁଶୁଡ଼ି ତିନି ଜଣ ଆହତ ହୋଇଛନ୍ତି। ୬ଟି ଜାଗାରେ ଗଛ ଉପୁଡ଼ି ଦୁଇଟି କାର୍‌ ଓ ୩ଟି ବାଇକ୍‌ ଭାଙ୍ଗି ଯାଇଛି। ରଥ ରୋଡ୍‌ କୃତ୍ରିମ ନଦୀର ଭ୍ରମ ସୃଷ୍ଟି କରିଥିବା ବେଳେ ବୈରାଗୀ ନଗରରେ ବନ୍ୟା‌ ପରିସ୍ଥିତି ଉପୁଜିଥିଲା। ପୂର୍ବରୁ ବିଏମ୍‌ସି (BMC) ୩୭ଟି ସମ୍ବେଦନଶୀଳ ଜାଗା‌ ଚିହ୍ନଟ କରିଥିବା ବେଳେ ଗତକାଲର ବର୍ଷାରେ ଏକାଧିକ ନୂଆ ଜାଗାରେ ପାଣି ଜମିଛି।

ଅନ୍ୟପଟେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ (Thunderstorm) ହୋଇଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଡ଼ିହିଡି ଥାନା କାଁପଡ଼ ଗାଁର ଜେମା ମଳିକ ବିଲରେ କାମ କରିବା ବେଳେ ବଜ୍ରପାତ ଘଟି ତାଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ବାସୁଦେବପୁର ବ୍ଲକ କିସ୍ମତ କୃଷପୁର ଗାଁର କୁଳମଣି ମଳିକ ଓ ତାଙ୍କ ପୁଅ ବିଲରୁ କାମ ସାରି ଫେରିବା ବାଟରେ ବଜ୍ରପାତ ହୋଇଥିଲା ଫଳରେ ବାପା ଓ ପୁଅ ଆହତ ହୋଇଛନ୍ତି । ସାବରଙ୍ଗ ତୋରଣ ପଦା ଗ୍ରାମର ଜଣେ ମହିଳା ବଜ୍ରପାତରେ ଆହତ ହୋଇଛନ୍ତି ।

 

Read More
{}{}