Hindi News >>Home >>Odisha State

Odisha Weather Update: ଟ୍ବିନ୍ ସିଟିରେ ବଦଳିଲା ପାଗ, ତିନିଟା ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

Odisha Weather Update: ଭୁବନେଶ୍ୱର: ରାଜଧାନୀ (Bhubaneswar) ସହର ସମେତ କଟକରେ(Cuttack) ହଠାତ୍‍ ପାଗ ପରିବରତ୍ତନ ହୋଇଛି। ଆକାଶ ମେଘାଚ୍ଛନ୍ନ ହେବା ସହ ଘଡ଼ଘଡ଼ି (Thunderstorm) ଓ ବିଜୁଳି ଛନକା ସୃଷ୍ଟି ହୋଇଛି। (IMD) ପାଣିପାଗ ବିଭାଗ ମଧ୍ୟ ବାଦଲକୁ ଅନୁଧ୍ୟାନ କରି ଆଜି ଅପରାହ୍ଣ ତିନିଟା ଯାଏ ପୀତ ସତର୍କତା ବା ୟେଲୋ ଓ୍ୱାର୍ଣ୍ଣିଂ (yellow alert) ଜାରି କରିଛନ୍ତି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 07, 2023, 03:30 PM IST

Odisha Weather Update: ଭୁବନେଶ୍ୱର: ରାଜଧାନୀ (Bhubaneswar) ସହର ସମେତ କଟକରେ(Cuttack) ହଠାତ୍‍ ପାଗ ପରିବରତ୍ତନ ହୋଇଛି। ଆକାଶ ମେଘାଚ୍ଛନ୍ନ ହେବା ସହ ଘଡ଼ଘଡ଼ି (Thunderstorm) ଓ ବିଜୁଳି ଛନକା ସୃଷ୍ଟି ହୋଇଛି। (IMD) ପାଣିପାଗ ବିଭାଗ ମଧ୍ୟ ବାଦଲକୁ ଅନୁଧ୍ୟାନ କରି ଆଜି ଅପରାହ୍ଣ ତିନିଟା ଯାଏ ପୀତ ସତର୍କତା ବା ୟେଲୋ ଓ୍ୱାର୍ଣ୍ଣିଂ (yellow alert) ଜାରି କରିଛନ୍ତି। ଏଣୁ ଲୋକେ ସତର୍କ ହୋଇ ତାଙ୍କ କାର୍ଯ୍ୟସ୍ଥଳକୁ ଯିବା ଏବଂ ବାହାରେ କାମ କରିବାରୁ ବାରଣ ରହିବାକୁ ପାଣିପାଗ (IMD) ବିଭାଗ କହିଛି। 

 

ମୌସୁମୀ ଦୁର୍ବଳ ହୋଇଥିଲେ ମଧ୍ୟ ବଙ୍ଗାପସାଗରରେ ଲଘୁଚାପ ହେତୁ ରାଜ୍ୟରେ ବର୍ଷା  (RAIN) ଗଲା ତିନିଦିନ ହେଲା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୮୩.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।  ଅପରାହ୍ଣ ତିନିଟା ଯାଏ ଭୁବନେଶ୍ୱର, କଟକ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଦେବଗଡ଼, ଢେଙ୍କାଳାନା, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

 

ଆସନ୍ତା କାଲି ୮ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବାକୁ ଥିବାବେଳେ, ୧୨ ତାରିଖ ଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ସମ୍ଭାବନା ରହିଛି ବୋଲି ବିଭାଗ ଜଣାଇଛି। ଅପରପକ୍ଷେ ଏବେ ଦୁର୍ବଳ ହୋଇଥିବା ଲଘୁଚାପ ଗଲା ୭ ଦିନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା କରାଇଛି। ଏହାର ପରିମାଣ ହାରାହାରି ୮୪.୬ ମିଲିମିଟର। ଫଳରେ ସ୍ୱଭାବିକଠାରୁ ସେପ୍ଟମ୍ବର ମାସରେ ୩୬ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଜଣାଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ।

 

{}{}