Hindi News >>Home >>Odisha State

Bhubaneswar News: ରାଜଧାନୀରେ ବର୍ଷା ଆରମ୍ଭରୁ ଡେଙ୍ଗୁ ଭୟ, ଏବେ ସୁଧା ୩୪ ଜଣ ରୋଗୀ ଚିହ୍ନଟ

Bhubaneswar News:  ଭୁବନେଶ୍ବରରେ ଲଗାତାର ଦୁଇ ଦିନ ହେବ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ଷା ଠିକଣା ସମୟରେ ହୋଇଛି। କିନ୍ତୁ ବର୍ଷା ପୂର୍ବରୁ ଡେଙ୍ଗୁ (Dengue) ତଥା ଅନ୍ୟାନ୍ୟ କୀଟବାହିତ ରୋଗ ପାଇଁ ବିଏମ୍‌ସି ଯେଉଁ ପ୍ରସ୍ତୁତି କରିବା କଥା, ତାହା କରିନାହିଁ। ଡେଙ୍ଗୁ ତଥା ମଶା ପାଇଁ ବିଏମ୍‌ସି ଆରମ୍ଭ କରିଥିବା ଡ୍ରାଏ ଡେ’ କଥା ଭୁଲି ଯାଇଛି। 

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Surya Narayana Mohanty|Updated: Jun 25, 2023, 03:21 PM IST

Bhubaneswar News: ଓଡ଼ିଶାରେ ମୌସୁମୀ ବର୍ଷା (Monsoon Rain) ଆରମ୍ଭ ହୋଇଛି। ଭୁବନେଶ୍ବରରେ ଲଗାତାର ଦୁଇ ଦିନ ହେବ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ଷା ଠିକଣା ସମୟରେ ହୋଇଛି। କିନ୍ତୁ ବର୍ଷା ପୂର୍ବରୁ ଡେଙ୍ଗୁ (Dengue) ତଥା ଅନ୍ୟାନ୍ୟ କୀଟବାହିତ ରୋଗ ପାଇଁ ବିଏମ୍‌ସି ଯେଉଁ ପ୍ରସ୍ତୁତି କରିବା କଥା, ତାହା କରିନାହିଁ। ଡେଙ୍ଗୁ ତଥା ମଶା ପାଇଁ ବିଏମ୍‌ସି ଆରମ୍ଭ କରିଥିବା ଡ୍ରାଏ ଡେ’ କଥା ଭୁଲି ଯାଇଛି। ପୂର୍ବ ବର୍ଷ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ୱାର୍ଡ ଉପରୁ ମଧ୍ୟ ବିଏମ୍‌ସିର ନଜର ହଟିଗଲାଣି। ସଚେତନତା ମଧ୍ୟ ବନ୍ଦ ହୋଇଯାଇଛି। ବର୍ଷା ପୂର୍ବରୁ ଯେଉଁ ପ୍ରସ୍ତୁତି ହେବା କଥା, ତାହା ଆରମ୍ଭ ମଧ୍ୟ ହୋଇନାହିଁ। ଏଣେ ଚଳିତବର୍ଷ ଜୁନ୍‌ ୨୦ ସୁଦ୍ଧା ଖୋର୍ଧା ଜିଲ୍ଲାରେ ୪୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ଏହି ସଂଖ୍ୟା ୫୭ରେ ପହଞ୍ଚିଲାଣି। ସରକାରୀ ତଥ୍ୟ ମୁତାବକ ଜିଲ୍ଲାର ଏହି ୫୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ଭୁବନେଶ୍ବର ତଥା ବିଏମ୍‌ସି ଅଞ୍ଚଳର ବାସିନ୍ଦା। ଗୋଟିଏ ପଟେ ଅପ୍ରସ୍ତୁତ ବିଏମ୍‌ସି (bmc) ଓ ଅନ୍ୟପଟେ କ୍ରମବର୍ଦ୍ଧିଷ୍ଣୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି।

ବିଶେଷଜ୍ଞଙ୍କ ମତରେ ମଶାର ଜୀବନଚକ୍ର ହେଉଛି ଦୁଇ ସପ୍ତାହ ବା ୧୪ଦିନ। ଏହି ସମୟ ଭିତରେ ମଶା ଅଣ୍ଡା ଦିଅନ୍ତି ଓ ସେଥିରୁ ଛୁଆ ବାହାରିଥାନ୍ତି। ଦୁଇ ଦିନର ବର୍ଷାରେ ବିଭିନ୍ନ ଖାଲି ସ୍ଥାନରେ ବର୍ଷା ପାଣି ଜମି ରହିଥିବା ସ୍ଥାନରୁ ମଶାଙ୍କ ବଂଶ ବଢ଼ିବା ସହ ଜୁଲାଇ ମାସ ସୁଦ୍ଧା ମଶା ଭୁବନେଶ୍ବରବାସୀଙ୍କୁ କଲବଲ କରିବା ଆକଳନ କରାଯାଉଛି। ଏହାକୁ ଆଖି ଆଗରେ ରଖି ନାଳରେ ମଶା ତେଲ ପକାଇବା, ମଶାଖିଆ ମାଛ ଛାଡ଼ିବା ଓ ବୁଦା ସଫାର ଆବଶ୍ୟକତା ରହିଛି। ଏ ସବୁ ଏ ଯାଏଁ ହୋଇ ନାହିଁ। କେବଳ ନାଳ ସଫା କରିବା ଓ ବୁଦା କାଟିବା ଉପରେ ବିଏମ୍‌ସି ଫୋକସ୍‌ କରିଛି। ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାଙ୍କୁ ନାଳ ସଫା କରିବା ଓ ବୁଦା କାଟିବାକୁ ତାଗିଦ୍‌ କରାଯାଇଛି। ୨୫ ତାରିଖ ଡେଡ୍‌ଲାଇନ୍‌ ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ସଫା ନ ହୋଇଥିଲେ, ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଛି।

Also Read: HBD Karisma Kapoor: ଜାଣନ୍ତୁ କରିସ୍ମାଙ୍କ ବିଷୟରେ ଏହି ୫ଟି ଖାସ୍ କଥା...

Also Read: Prakruti Mishra: ପ୍ରକୃତିଙ୍କ ଗ୍ଲାମରସ୍ ଲୁକ୍, ଦେଖନ୍ତୁ ଫଟୋ...

କିନ୍ତୁ ଡେଙ୍ଗୁ ତଥା ମଶାଙ୍କ ବଂଶ ନିପାତ ପାଇଁ ପୂର୍ବ ବର୍ଷମାନଙ୍କରେ ବିଏମ୍‌ସି ଯେଉଁ ବ୍ୟବସ୍ଥା କରିଥିଲା, ତାହା କରିନାହିଁ। ଗତବର୍ଷ ଜୁନ୍‌ ୨୨ ତାରିଖରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍‌ସିରେ ଏକ ବୈଠକ ବସିଥିଲା। ଡେଙ୍ଗୁ ଓ ମଶା କଲବଲ କରୁଥିବାରୁ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ସେଥିରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ‘ଡ୍ରାଏ ଡେ’। ସପ୍ତାହର ପ୍ରତ୍ୟେକ ରବିବାର ଓ ଗୁରୁବାର ଡ୍ରାଏ ଡେ’ ପାଳନ କରାଯାଉଥିଲା। ସ୍ବାସ୍ଥ୍ୟ କର୍ମୀ, ବିଏମ୍‌ସିର ସ୍ବଚ୍ଛ ସାଥୀ, ସ୍ବେଚ୍ଛାସେବୀଙ୍କ ସହଯୋଗରେ ମଶା ଉତ୍ସକୁ ନଷ୍ଟ କରିବା ଅଭିଯାନ ଆରମ୍ଭ ହୋଇଥିଲା। ସେଥିରେ ସ୍ଥାନୀୟ କର୍ପୋରେଟରଙ୍କ ସମେତ ବିଏମ୍‌ସିର ବରିଷ୍ଠ ଅଧିକାରୀ ବି ଘର ଘର ବୁଲି ଲୋକଙ୍କୁ ସଚେତନ କରୁଥିଲେ। ଘର ଛାତ ଉପରେ ଯଦି କୌଣସି ପାତ୍ର, ପଇଡ଼ ଖୋଳ କିମ୍ବା ଟାୟାରରେ ପାଣି ଜମୁଥିଲା, ତାହାକୁ ଓଲଟାଇ ପାଣି ଖାଲି କରୁଥିଲେ। ମଶା ଧୂଆଁ ଓ ତେଲ ପକାଇବା ଜୋରଦାର କରିବା ସହ ଡ୍ରୋନ୍‌ ଜରିଆରେ ମଶା ଔଷଧ ସିଞ୍ଚନ କରିଥିଲା। ଗୋଷ୍ଠୀ ସହଭାଗିତା ଜରିଆରେ ଡେଙ୍ଗୁ ଶୃଙ୍ଖଳ ଭାଙ୍ଗିବାକୁ ପଦକ୍ଷେପ ନିଆଯାଇଥିଲା। ସଚେତନତା ରଥ ବୁଲାଇବା ସହ ବିଦ୍ୟାଳୟରେ ସଚେତନତା କରିବାକୁ ନିଷ୍ପତ୍ତି ହୋଇଥିଲ‌ା। କମିସନର ବିଜୟ ଅମୃତା କୁଲା‌ଙ୍ଗେ କେନ୍ଦ୍ରୀୟ ବିଦ୍ୟାଳୟ-୪ରେ ସଚେତନତା ସୃଷ୍ଟି କରିଥିଲେ।

ଗତବର୍ଷ ରାଜଧାନୀର ୧୦ରୁ ଅଧିକ ୱାର୍ଡରେ ଡେଙ୍ଗୁ ସଂକ୍ରମଣ ବଢ଼ିଥିଲା। ସେଥିମଧ୍ୟରୁ ୩, ୮, ୧୩, ୩୪ ଓ ୩୫ ନଂ ଭଳି ୫ଟି ୱାର୍ଡ ଅଧିକ ସମ୍ବେଦନଶୀଳ ଥିଲା। ପ୍ରତିଦିନ ଏହି ୫ ୱାର୍ଡରୁ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହେଉଥିଲେ। ଏଣୁ ଏହି ଅଞ୍ଚଳକୁ ବିଏମ୍‌ସି କଡ଼ା ନଜରରେ ରଖିଥିଲା। ଲକ୍ଷଣ ପ୍ରକାଶ ପାଇବା ପରେ ପରେ କିଭଳି ନମୁନା ପରୀକ୍ଷା ହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା। ୨୦୨୧-୨୨ରେ ଏକ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ରୁ ଊର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇଥିଲା। ଯଦିଓ ବିଏମ୍‌ସି ଏହି ଡେଙ୍ଗୁ ମୃତ୍ୟକୁ ସ୍ବୀକାର କରିନଥିଲା। କିନ୍ତୁ ଚଳିତବର୍ଷ ବର୍ଷା ପୂର୍ବରୁ ଏ ନେଇ ପ୍ରସ୍ତୁତି ନ ଥିବାରୁ ଡେଙ୍ଗୁ ବେକାବୁ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏ ନେଇ ଗତ କର୍ପୋରେସନ ବୈଠକରେ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

{}{}