Hindi News >>Home >>Odisha State

ବଡ଼ମ୍ବାରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ

ବଡ଼ମ୍ବାରେ ପ୍ରଚାର କଲେ ବିଜେଡି ନେତା ଭିକେ ପାଣ୍ଡିଆନ। ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ବାଙ୍କୀରେ ଆଜି ପ୍ରଚାର କରିବା ସହ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବଡ ବଡ ନେତାମାନେ ଆସିବେ ।

Advertisement
ବଡ଼ମ୍ବାରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ
Stop
Soubhagya Ranjan Mishra|Updated: May 14, 2024, 03:20 PM IST

ଭୁବନେଶ୍ୱର: ବଡ଼ମ୍ବାରେ ପ୍ରଚାର କଲେ ବିଜେଡି ନେତା ଭିକେ ପାଣ୍ଡିଆନ। ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ବାଙ୍କୀରେ ଆଜି ପ୍ରଚାର କରିବା ସହ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବଡ ବଡ ନେତାମାନେ ଆସିବେ । ଟୁରିଷ୍ଟ ଭଳିଆ ସେମାନେ ଆସିବେ, ପଳେଇବେ। ୫ ବର୍ଷ ଖୋଜିବେ ପାଇବେ ନାହିଁ। ହେଲେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବନ୍ଧୁ ବୋଲି କହି, ଏ ଦୁଇ ଜଣ ବନ୍ଧୁ ୨୪ ଘଣ୍ଟା ଆପଣଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ପାଣ୍ଡିଆନ୍।

ପାଣ୍ଡିଆନ ଆହୁରି କହିଛନ୍ତି କି ଜୁନ ୯ ତାରିଖରେ ୧୧.୩୦ରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁଣିଥରେ  ମୁଖ୍ୟମନ୍ତ୍ରୀ ହୋଇ ଆପଣଙ୍କ ସେବା କରିବା ପାଇଁ ଦାୟିତ୍ୱ ନେବେ। ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍  ଛାଡ଼ କରି ୯୦ ପ୍ରତିଶତ ପରିବାରଙ୍କୁ ଉପକୃତ କରିବେ। ଏହା ସହିତ ନୂଆ ଓଡିଶାରେ ପାଦ ପଡୁଛି, ବାଙ୍କୀ ମାଟିରେ ମେଟ୍ରୋ ରେଳ ଆସୁଛି ବୋଲି ପାଣ୍ଡିଆନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାକୁ ଶହେ ବର୍ଷକୁ ଆଗକୁ ନେଇ, ନମ୍ବର ଏକ କରିବାକୁ ଦିନ ରାତି ଖଟୁଛନ୍ତି । ହେଲେ ବିଜେପିର ମାନିଫେଷ୍ଟୋ କିନ୍ତୁ ଓଡିଶାକୁ ୨୫ ବର୍ଷ ପଛକୁ ନେଇଯିବ । ୨୫ ତାରିଖ ଭୋଟରେ ଆପଣମାନେ ଦେଖେଇବେ । ୨୫ ବର୍ଷ ପଛକୁ ଯିବାର ଅଛି କି, ୨୫ ବର୍ଷ ଆଗକୁ ଯିବାର ଅଛି ବୋଲି ସେ କହିଛନ୍ତି।

ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି କି ବିଜେପି କହୁଛି ମାଗଣା ବିଜୁଳି ଦେବ, ୪୦/୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ, ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି। ବିରୋଧୀ ଆସିଲେ ପଚାରିବେ, କହିଥିଲେ ଦର ଦାମ୍‍ କମିବ, ଏଲ୍‍.ପି.ଜି. ପେଟ୍ରୋଲ, ଡିଜେଲ ଦର କମିଲା କି ? ରୋଜଗାର ଦେଲେ କି ? ଦେବୀ ବାବୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଶକ୍ତି ଦିଅନ୍ତୁ, କାମ କରିବାକୁ ସୁଯୋଗ ଦିଅନ୍ତୁ, ସଂତୃପ୍ତ ବାବୁ ବଡ଼ ଚାକିରି ଛାଡ଼ି ଆପଣଙ୍କ ସେବା ପାଇଁ ଆସିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି।  ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ଶିଳ୍ପ କ୍ଷେତ୍ରରେ ବହୁ ଅଭିଜ୍ଞତା ରହିଛି, ଦେବୀ ବାବୁ ଆପଣଙ୍କ ଅଞ୍ଚଳର ଜଣେ ଜନପ୍ରିୟ ପରିଶ୍ରମୀ ନେତା, ଦୁଇଜଣଙ୍କ ଜରିଆରେ ବଡ଼ମ୍ୱା-ନରସିଂହପୁରର ବହୁତ ବିକାଶ ଘଟିବ ବୋଲି ସେ କହିଛନ୍ତି।

Also Read- Mangal Gochar: ମଙ୍ଗଳ ଚଳନ ଶୁଭ ପ୍ରଭାବ, ୧ ଜୁନରୁ ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Read More
{}{}