Hindi News >>Home >>Odisha State

କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ଚଢ଼ଉ

Vigilance raid: ଭିଜିଲାନ୍ସ ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା।

Advertisement
କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ଚଢ଼ଉ
Stop
Zee Odisha Desk|Updated: Sep 06, 2024, 02:48 PM IST

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କୁ ଭିଜିଲାନ୍ସ ଧରିଛି। ତାଙ୍କର କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ଉ ଜାରି ରଖିଛି। ଏଥିସହ ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ଉ ଜାରି ରହିଛି। 

ଶ୍ରୀ ସ୍ବାଇଁଙ୍କର କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ବାସଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗରସ୍ଥିତ ନିଜ ଘର ଓ ଶ୍ୱଶୁର ଘର ଜାଗମରା ଓ ନିଜ ଘର ମିଶି ୭ଟି ସ୍ଥାନରେ ଚଢଉ ଚାଲିଛି। ତେବେ ଭିଜିଲାନ୍ସ ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ଉ ଜାରି ରହିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଠୁଳ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛନ୍ତି। 

Read More
{}{}