Hindi News >>Home >>Odisha State

ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Vigilance raid: ଭିଜିଅନ୍ୟପଟେ ୩ଟି ସ୍ଥାନ ରାମକୃଷ୍ଣନଗରରେ ଥିବା ଗୋଟେଏ ଘରେ, ଖୋର୍ଦ୍ଧାସିଂ ଶରଧାବାଲିର ଏକ ଘରେ ଓ କଳିଙ୍ଗନଗରରେ ଥିବା ଏକ ଘରେ ସେହିପରି ଗଞ୍ଜାମର କୋଳିସାହିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।

Advertisement
ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
Stop
Zee Odisha Desk|Updated: Aug 31, 2024, 10:00 AM IST

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଇଓ ସୀତାରାମ ପାତ୍ରଙ୍କ ୬ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର ଓ ପୋଲସରା ସ୍ଥିତ ଦୁଇଟି ଘରେ ଏକାକାଳୀନ ଚାଲିଛି ଚଢ଼ଉ। ବିଇଓ ସୀତାରାମ ପାତ୍ରଙ୍କ ଗୋଟିଏ ଘର ପୋଲସରା ବଜାର ସାହିର ଓ ଅନ୍ୟ ଘରଟି ପୋଲସରା ମାଛ ବଜାର ସାମ୍ନାରେ ରହିଛି। 

ଅନ୍ୟପଟେ ବ୍ରହ୍ମପୁରର ୩ଟି ସ୍ଥାନ ରାମକୃଷ୍ଣନଗରରେ ଥିବା ଗୋଟେଏ ଘରେ, ଖୋର୍ଦ୍ଧାସିଂ ଶରଧାବାଲିର ଏକ ଘରେ ଓ କଳିଙ୍ଗନଗରରେ ଥିବା ଏକ ଘରେ ସେହିପରି ଗଞ୍ଜାମର କୋଳିସାହିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତେବେ ଚଢଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ।

Read More
{}{}