Hindi News >>Home >>Odisha State

Pradeep Panigrahi: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବଢ଼ିଲା ଅଡ଼ୁଆ: ଭିଜିଲାନ୍ସ ଦାଖଲ କଲା ଅଭିଯୋଗ ଫର୍ଦ୍ଦ

ଭୁବନେଶ୍ୱର: ଲଗାତାର ୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ବିରୋଧ କରୁଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ପୁଣି ଭିଜିଲାନ୍ସ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଉଭୟ ପତିପତ୍ନୀଙ୍କ ନାମରେ ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହେବାରୁ ଏବେ ଭିଜିଲାନ୍ସ କୋର୍ଟରେ ଶୁଣାଣୀ ଆରମ୍

Advertisement
Pradeep Panigrahi: ବିଧାୟକ ପ୍ରଦୀପ  ପାଣିଗ୍ରାହୀଙ୍କ ବଢ଼ିଲା ଅଡ଼ୁଆ: ଭିଜିଲାନ୍ସ ଦାଖଲ କଲା ଅଭିଯୋଗ ଫର୍ଦ୍ଦ
Stop
Zee Odisha Desk|Updated: Jan 31, 2024, 10:31 PM IST

Pradeep Panigrahi: ଭୁବନେଶ୍ୱର: ଲଗାତାର ୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ବିରୋଧ କରୁଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ପୁଣି ଭିଜିଲାନ୍ସ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଉଭୟ ପତିପତ୍ନୀଙ୍କ ନାମରେ ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହେବାରୁ ଏବେ ଭିଜିଲାନ୍ସ କୋର୍ଟରେ ଶୁଣାଣୀ ଆରମ୍ଭ ହେବ। ଏହି ଅଭିଯୋଗ ଫର୍ଦ୍ଦରେ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କାର ମାମଲା ରୁଜୁ ହୋଇଛି।    

ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ପ୍ରଥମେ ଲୋକାୟୁକ୍ତଙ୍କ ପାଖରେ ୨୦୨୧ ମସିହାରେ ଅଭିଯୋଗ ହୋଇଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନସ୍ ପକ୍ଷରୁ ସେହିବର୍ଷ ଅକ୍ଟୋବର ୪ ତାରିଖରେ ବିଧାୟକଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଏବଂ ୧୨ ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ବିଧାୟକଙ୍କ ଘର ସର୍ଚ୍ଚ ବେଳେ ତାଙ୍କ ପାଖରୁ ୯ କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଥିଲା । ଯାହାର ସେ ହିସାବ ଦେଇ ପାରିନ ଥିଲେ । ବିଧାୟକଙ୍କ ପତ୍ନୀ ମଧ୍ୟ ତାଙ୍କର ଏହି ବେନାମୀ ସମ୍ପତ୍ତି ଆହରଣରେ ଭାଗିଦାର ଥିବା ଅଭିଯୋଗ ହୋଇଥିଲା। 

ଜୁନ୍‍ ୯, ୨୦୨୨ ତାରିଖରେ ଭିଜିଲାନସ୍ ପକ୍ଷରୁ ଏହି ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯାଇଥିଲା । ଲୋକାୟୁକ୍ତ ଏହି ରିପୋର୍ଟର ଅନୁଧ୍ୟାନ କଲା ପରେ ବିଧାୟକ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନସ୍ ସ୍ୱତନ୍ତ୍ର ବିଚାରପତିଙ୍କ ପାଖରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଭିଜିଲାନସ୍ ଉଭୟଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ୩୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏପ୍ରିଲ୍‍୨୦୨୩ ରେ ଭିଜିଲାନସ୍ ସ୍ୱତନ୍ତ୍ର କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହାକୁ ବିଚାର ପାଇଁ ଗ୍ରହଣ କରିଥିଲେ । ଏହାଦ୍ୱାରା ପାଣିଗ୍ରାହୀ ଦମ୍ପତ୍ତିଙ୍କ ବିରୁଦ୍ଧରେ ଶୁଣାଣି ଆରମ୍ଭ ହେବାର ବାଟ ଖୋଲିଛି। 

ଏକଦା ବିଜେଡିରେ  ଅତ୍ୟନ୍ତ ଶକ୍ତିଶାଳୀ ଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। କିନ୍ତୁ ପରବର୍ତ୍ତୀ ସମୟରେ ସମୀକରଣ ବଦଳିଥିଲା। ତତ୍‍କାଳୀନ ୫ଟି ସଚିବଙ୍କ ପରୁଦ୍ଧରେ ସେ ଅନେକ ମତାମତ ଦେଇଥିଲା। ଏହାଦ୍ୱାରା ବିଜେଡିରେ ରାଜନୀତିକ ସମୀକରଣ ତାଙ୍କ ବିରୁଦ୍ଧରେ ତୀବ୍ର ହୋଇଥିଲା। ତାଙ୍କ ଝିଅ ବହାଘର ପାଇଁ ତାରିଖ ସ୍ଥିର ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ଟାଟା ମୋଟର୍ସରେ ଚାକିରି କରାଇଦେବାର ଲୋଭ ଦେଖାଇଥିବା ଅଭିଯୋଗ ହୋଇଥିଲା।   ଏଥିନେଇ ତାଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା। ଏହାପରେ ଜନବିରୋଧୀ ଆଖ୍ୟାରେ ବିଜେଡି ତାଙ୍କୁ ତତକ୍ଷଣାତ୍ ଦଳରୁ ବହିଷ୍କୃତ କରିଥିଲା। ଏହି ଠକେଇ ମାମଲାରେ ବିଧାୟକ କ୍ରାଇବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ୭ ମାସ ଜେଲ୍‍ ଦଣ୍ଡ ଭୋଗିଥିଲେ।

ଜେଲ୍‍ରୁ ଜାମିନରେ ଫେରିବା ପରେ ନିଜର ରାଜନୀତିକ ରଣନୀତିକୁ ଆହୁରି ଶକ୍ତ କରିଥିଲେ ପ୍ରଦୀପ। ବିଶେଷକରି ଗଞ୍ଜାମ ଜିଲ୍ଲାରେ ୫ଟି ସଚିବଙ୍କ ଗସ୍ତରେ ଭାଗ ନେବା, ରାଜନୀତିକ ଭାବେ ତାଙ୍କୁ ବିରୋଧ କରିବା ତାଙ୍କୁ ଗଣମାଧ୍ୟମରେ ସକ୍ରିୟ ରଖିଥିଲା।

Read More
{}{}