Hindi News >>Home >>Odisha State

Gajapati Unique Marriage: ୭ ବର୍ଷର ପ୍ରେମ… ୭୬ ବର୍ଷୀୟ ବରକୁ ୪୬ ବର୍ଷୀୟା କନ୍ୟା

Unique Marriage: ଝିଅ ବାହାଘର ପରେ ପତ୍ନୀ ଆରପାରିକୁ ଚାଲିଗଲେ। ଫଳରେ ଏକୁଟିଆ ‌ହୋଇଯାଇଥିଲେ ୭୬ ବର୍ଷ ବୟସ୍କ ରାମଚନ୍ଦ୍ର ସାହୁ। ପରିଣତ ବୟସରେ ନିଃସଙ୍ଗ ଜୀବନ ବିତାଇବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥିଲା। ଆଉ ସେପଟେ ୪୭ ବର୍ଷୀୟା ସୁରେଖା ସାହୁ ମଧ୍ୟ ଅବିବାହିତା ଥି। ଶେଷରେ ରାମଚନ୍ଦ୍ର ଓ ସୁରେଖା ପରସ୍ପରକୁ ଜୀବନସାଥୀ ଭାବେ ବାଛିନେଇ ବିବାହର ବନ୍ଧନରେ ବାନ୍ଧି ହୋଇଛନ୍ତି।

Advertisement
Gajapati Unique Marriage: ୭ ବର୍ଷର ପ୍ରେମ… ୭୬ ବର୍ଷୀୟ ବରକୁ ୪୬ ବର୍ଷୀୟା କନ୍ୟା
Stop
PREMANANDA PUJARI|Updated: Jul 26, 2023, 05:40 PM IST

Gajapati Unique Marriage: ପ୍ରେମାନନ୍ଦ ପୂଜାରୀ: ଆଧୁନିକତା ସଭ୍ୟ ସମାଜରେ ମନଲାଖି ବର କିମ୍ବା କନ୍ୟାଟିଏ ପାଇଁ ଅନେକ ଖୋଜାଖୋଜି ସତ୍ବେ ମିଳିବା ଅତି କଷ୍ଟସାଧ୍ୟ । ଆଜିକାଲିର ଦୁନିଆରେ ବିବାହ ଓ ଛାଡ଼ପତ୍ର ଏକ ଟ୍ରେଣ୍ଡ ପାଲଟି ଯାଇଛି । ଅନେକ ସ୍ଥାନରେ ଭୁଲ ବୁଝାମଣାରୁ ନବବିବାହିତଙ୍କ ସାଂସାରିକ ଜୀବନରେ ଅନେକ ସମସ୍ୟା ଦେଖାଯାଉଛି । ଏଭଳିକି ଦୁହେଁ ଦୁହିଁଙ୍କ ଉପରେ ବିଶ୍ୱାସ ଓ ଭରସା ହରାଇ ଜୀବନ ନେବାପାଇଁ ମଧ୍ୟ ପଛାଉ ନାହାନ୍ତି । ଏଭଳି କ୍ଷେତ୍ରରେ ଆଧୁନିକ ସମାଜ ପାଇଁ ଉଦାହରଣ ସାଜିଛନ୍ତି ଦୁଇ ପ୍ରେମପକ୍ଷୀ । ବୟସ ଅପରାହ୍ନରେ ବିବାହ କରି ସମାଜକୁ ଦେଇଛନ୍ତି ପ୍ରେମର ବାର୍ତ୍ତା । ଆଉ ବୁଝାଇ ଦେଇଛନ୍ତି ପ୍ରେମ ଶାଶ୍ୱତ, ଚିରନ୍ତନ ଓ ସତ୍ୟ ।

ଗଞ୍ଜାମ (Ganjam) ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ ବୟସ (୭୬)ବର୍ଷ ଓ ଧର୍ମପତ୍ନୀ ସୁରେଖା ସାହୁଙ୍କ ବୟସ (୪୬) ବର୍ଷ । ଦୁହେଁ ସଦ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାମଚନ୍ଦ୍ର ଆଡ଼ପଡା ଗ୍ରାମର ମୂଳ ବାସିନ୍ଦା ଅଟନ୍ତି। ସେ ବିବାହ କରିଥିଲେ ଓ ତାଙ୍କର ଦୁଇ ଝିଅ ମଧ୍ଯ ଅଛନ୍ତି । ଏମିତି ସେମାନେ ମଧ୍ୟ ବିବାହ କରିଛନ୍ତି । ରାମଚନ୍ଦ୍ର ଦୀର୍ଘ ୫୦ ବର୍ଷ ଧରି ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ତଲାସିଂ ଗ୍ରାମରେ ଏକ ଛୋଟିଆ ବ୍ୟବସାୟ କରି ଜୀବନ ବିତାଉ ଦୁଃଖ କଷ୍ଟରେ ଜୀବନ ବିତାଇଆସୁଛନ୍ତି । ସ୍ତ୍ରୀଙ୍କର ବହୁ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ଗତ ୭ ବର୍ଷ ତଳେ ଏକ ଭୋଜିରେ ରାମଚନ୍ଦ୍ରଙ୍କ ସହ ଭଞ୍ଜନଗର କୁଲାଡ଼ ଗ୍ରାମର ସୁରେଖା ସାହୁଙ୍କ ଦେଖା ହୋଇଥିଲା । ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ମନ ଦେଇବସିଥିଲେ । ସୁରେଖା ଅବିବାହିତ ଥିଲେ । ପରେ ଫୋନରେ କଥାବାର୍ତ୍ତା ହେବା ସହ ଦୁହେଁଙ୍କ ମଧ୍ଯରେ ଦେଖା ସାକ୍ଷାତ ମଧ୍ୟ ଆରମ୍ଭ ହୋଇଥିଲା । ପରେ ସୁରେଖାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରାମଚନ୍ଦ୍ର । ରାମଚନ୍ଦ୍ରଙ୍କ ପ୍ରସ୍ତାବରେ ଏକମତ ହୋଇଥିଲେ ସୁରେଖା ଓ ତାଙ୍କ ପରିବାର ଲୋକେ । ହେଲେ ରାମଚନ୍ଦ୍ରଙ୍କ ପରିବାର ଲୋକେ ବାହାଘରକୁ ନାପସନ୍ଦ କରିବା ସହ ବାରମ୍ବାର ବାହାଘର ଭାଙ୍ଗି ଦେଉଥିଲେ । ଶେଷରେ ଗତ ଜୁଲାଇ ୧୯ ତାରିଖରେ ଭଞ୍ଜନଗର କୋର୍ଟରେ ବାପା, ଭାଇ, ପୁତୁରା ଝିଆରୀଙ୍କ ଉପସ୍ଥିତରେ ରାମଚନ୍ଦ୍ର ଓ ସୁରେଖାଙ୍କ ରେଜିଷ୍ଚ୍ରି ମ୍ୟାରେଜ ହୋଇଥିଲା । ପରେ ତଲାସିଂ ଗ୍ରାମସ୍ଥିତ ଗଣେଶ ମନ୍ଦିରରେ ବୈଦିକ ରୀତିନୀତିରେ ଦୁହିଁଙ୍କ ବିବାହ କରାଇଥିଲେ ତଲାସିଂ ଗ୍ରାମବାସୀ । ବୟସ ଅପରାହ୍ନରେ ନିଜ ପ୍ରେମକୁ ପାଇ ବେଶ ଖୁସି ଅଛନ୍ତି ରାମଚନ୍ଦ୍ର । ସେପଟେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସ୍ୱାମୀଙ୍କ ପାଖରେ ରହିବା ପାଇଁ ଶପଥ ନେଇଛନ୍ତି ସୁରେଖା ।

Also Read-ଆଜି ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗଙ୍କୁ ନିର୍ଦ୍ଦେଶ, ବିଭ୍ରାଟ ହେଲେ...

Also Read-Weather Update: ଆଜି ୫ ଜିଲ୍ଲାରେ ଛେଚିବ ବର୍ଷା, ସର୍ତକ କଲା ପାଣିପାଗ ବିଭାଗ

 ବିବାହ ପରେ ଦୁହେଁ ରାମଚନ୍ଦ୍ରଙ୍କ ତଲାସିଂ ସ୍ଥିତ ଘରେ ରହୁଛନ୍ତି । ବର୍ତ୍ତମାନ ଯୁଗରେ ସ୍ୱାମୀ, ସ୍ତ୍ରୀ ଓ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ମନାନ୍ତର ମତାନ୍ତର ରହୁଥିବା ବେଳେ ସେମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ରାମଚନ୍ଦ୍ର ଓ ସୁରେଖା । ସ୍ଥାନୀୟ ଲୋକେ ମଧ୍ୟ ଦୁଇ ଜଣଙ୍କ ନିଷ୍ପତିକୁ ସମର୍ଥନ ଜଣାଇଛନ୍ତି । ପରିଣତି ବୟସରେ ରାମଚନ୍ଦ୍ର ସୁରେଖାଙ୍କ ସାହାରା ପାଇ ବେଶ୍ ଖୁସି ଥିବା କହିଛନ୍ତି।

Also Read-ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା! ଟ୍ରକ ଧକ୍କାରେ ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର, ସେପଟେ ଜୀଅନ୍ତା ଜଳିଗଲେ ଡ୍ରାଇଭର

Read More
{}{}