Hindi News >>Home >>Odisha State

Meri Maati Mera Desh: ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Union Minister Dharmendra Pradhan: "ମେରି ମାଟି ମେରା ଦେଶ" କାର୍ଯ୍ୟକ୍ରମ ଅଧିନରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡା ଠାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।   

Advertisement
Meri Maati Mera Desh: ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Stop
Zee Odisha Desk|Updated: Oct 25, 2023, 12:47 AM IST

Dharmendra Pradhan at Khinda: ଅକ୍ଟୋବର ୨୩ ତାରିଖ ସୋମବାର "ମେରି ମାଟି ମେରା ଦେଶ" କାର୍ଯ୍ୟକ୍ରମ ଅଧିନରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡା ଠାରେ ପହଞ୍ଚି ବୀର ଭୂମିର ମାଟି ସଂଗ୍ରହ କରିଥିଲେ। ପ୍ରଥମେ କେନ୍ଦ୍ରମନ୍ତ୍ରୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଭୂମି ଖିଣ୍ଡା ଗ୍ରାମରେ ପହଞ୍ଚିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରବର୍ତ୍ତୀ ସମୟ ରେ ଶହୀଦଙ୍କ ପରିବାର ଜନଙ୍କୁ ଭେଟି ତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହା ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ସୂଚନା ଥାଉ କି ସ୍ୱତନ୍ତ୍ରତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଗତ ୨ ବର୍ଷ ହେବ ସମଗ୍ର ଦେଶରେ ଅମୃତ ମହୋତ୍ସବ ଚାଲିଛି। ଆସନ୍ତା ଅକ୍ଟୋବର ୩୧ ତାରିଖରେ ଏହାର ସମାପନ ହେବ। ସମାପନ ଉତ୍ସବ ଅବସରରେ ଦେଶର ସବୁ ଗ୍ରାମରୁ ମାଟି ସଂଗ୍ରହ କରିବା ପାଇଁ ପରିକଳ୍ପନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ଦେଶର ସବୁ ମହାପୁରୁଷଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରିବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାଟି ସଂଗ୍ରହ କରି ରାଜଧାନୀ ଦିଲ୍ଲୀ ସ୍ଥିତ କର୍ତ୍ତବ୍ୟ ପଥରେ ସ୍ଥାପିତ କରାଯିବ। ଦେଶ କୃତଜ୍ଞ ଭାବ ସହ ସବୁ ମହାପୁରୁଷଙ୍କୁ ମନେ ପକାଉଛି। 

ଏହି ଅବସରରେ ଗତ ସୋମବାର ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେଉଁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଭାବରେ ଜଣାଶୁଣା। ନେହେରୁ ଯୁବ ସଙ୍ଗଠନକୁ ଖିଣ୍ଡା ଗ୍ରାମର ମାଟିକୁ ଦିଲ୍ଲୀ ପହଞ୍ଚାଇବା ପାଇଁ ଦାୟିତ୍ଵ ଦିଆଯାଇଛି। ୩୧୪ ବ୍ଲକ ସହ ଶହେରୁ ଉର୍ଦ୍ଧ୍ବ ପୌରପାଳିକାରେ ପ୍ରତି ୱାର୍ଡ ଏବଂ ଗାଁ ସହ ପ୍ରତ୍ୟେକ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଘରୁ ମାଟି ସଂଗ୍ରହ କରାଯାଇଛି। ଆଗାମୀ ୨୭ ଏବଂ ୨୮ ତାରିଖରେ ସଂଗୃହୀତ ହୋଇଥିବା ସମସ୍ତ ମାଟି ଦିଲ୍ଲୀ ଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

 

 

Read More
{}{}