Hindi News >>Home >>Odisha State

Balasore News: ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ୩ ମୃତ

Balasore News: ପୋଖରୀ ଘାଟରେ ଛକି ବସି ଥିଲା ମୃତ୍ୟୁ । ଅକାଳରେ ନେଇଗଲା ତିନି ଜୀବନ (Drowning Death in Balasore)। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି଼ଯାଇ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସଦର ଥାନା ଓଡ଼ଙ୍ଗୀ ଗାଁରେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 30, 2023, 10:46 AM IST

Balasore News: ପୋଖରୀ ଘାଟରେ ଛକି ବସି ଥିଲା ମୃତ୍ୟୁ । ଅକାଳରେ ନେଇଗଲା ତିନି ଜୀବନ (Drowning Death in Balasore)। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି଼ଯାଇ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସଦର ଥାନା ଓଡ଼ଙ୍ଗୀ ଗାଁରେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ତେବେ, ଏ-ହି ଘଟଣାକୁ ନେଇ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ। 

Also Read: Weather Update: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି !

Also Read: Today Horoscope: ଏହି ରାଶିଙ୍କୁ କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ ହୋଇପାରେ ପଦୋନ୍ନତି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଓଡ଼ଙ୍ଗୀ ଗାଁର ବିଶ୍ୱଜିତ୍ ଦାଶଙ୍କ ଝିଅ ତପସ୍ୱିନୀ ଏବଂ ସନ୍ତୋଷ ଦାଶଙ୍କ ଝିଅ ତନୁଶ୍ରୀ ପୋଖରୀକୁ ଗୋଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ହେତୁ ତନୁଶ୍ରୀଙ୍କର ଗୋଡ଼ ପାଣିରେ ଖସି ଯାଇଥିଲା। ତନୁଶ୍ରୀକୁ ଉଦ୍ଧାର କରିବାକୁ ଯାଇ ତପସ୍ୱିନୀ ବି ବୁଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଫକୀରମୋହନ ସରକାରୀ ମେଡିକାଲ ଓ ହସ୍ପିଟାଲକୁ ନେଇଥିଲେ। ହେଲେ ଦୁହିଁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି,  ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳର କାହାଳିଆ ଗାଁରେ ବି ଅଭାବନୀୟ ଘଟଣା ଘଟିଛି । ସେହି ଗାଁର ଚନ୍ଦନ ଭୋଳଙ୍କ ଦେଢ଼ ବର୍ଷର ପୁଅ ବାପୁନ୍ ଘର ନିକଟରେ ଖେଳୁଥିଲା। କିନ୍ତୁ ହଠାତ୍ ଘର ନିକଟରେ ଥିବା ପୋଖରିରେ ପଡି଼ଯିବାରୁ ତାର ମୃତ୍ୟୁ ଘଟିଛି । 

 

 

Read More
{}{}