Hindi News >>Home >>Odisha State

ଆରମ୍ଭ ହେଲା ବିଧାୟକଙ୍କ ପ୍ରଶିକ୍ଷଣ ଶିବିର

Odisha Assembly: ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି।

Advertisement
ଆରମ୍ଭ ହେଲା ବିଧାୟକଙ୍କ ପ୍ରଶିକ୍ଷଣ ଶିବିର
Stop
Zee Odisha Desk|Updated: Aug 17, 2024, 11:06 AM IST

ଭୁବନେଶ୍ଵର: ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଧାନସଭା ପରିସରରେ ଆରମ୍ଭ ହୋଇଛି ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଓଡ଼ିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ମଧ୍ୟ ସାମିଲ ହୋଇ ଅଭିଜ୍ଞତା ବାଣ୍ଟିବେ। 

ତେବେ ଗୃହର ଗରିମା ନଷ୍ଟ ହେଉଥିବା ଦର୍ଶାଇ ଏଥିରେ ବିଜେଡି ସଦସ୍ୟ ଭାଗ ନେବେ ନାହିଁ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୂର୍ବରୁ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି। କଂଗ୍ରେସ ମଧ୍ୟ ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ନ ଆସିବାକୁ ଘୋଷଣା କରି ସାରିଛି।

ଏହି ପ୍ରଶିକ୍ଷଣ ଶିବିର ଦୁଇ ଦିନ ଧରି ଚାଲିବ। ତେବେ ଏହି କାର୍ଯ୍ୟକ୍ରମରେ ଦେଖା ଦେଇଛି ବିବାଦ। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି। ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ୟ୍ୟକ୍ରମ ଚାଲିବା ଏକପ୍ରକାର ନିଶ୍ଚିତ ହୋଇଛି। 

Read More
{}{}