Hindi News >>Home >>Odisha State

Odisha News: ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଲଗାତାର ୬ ବର୍ଷ ହେଲା ନିର୍ବାଚନ ବନ୍ଦ

ଭୁବନେଶ୍ୱର: ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ। ବିଗତ ୬ ବର୍ଷ ଧରି ଏହି ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ ନିର୍ବାଚନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ନିର୍ବାଚନ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଂଗଠନରେ ଫାଟ ସୃଷ୍ଟି କ

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Sep 13, 2023, 03:41 PM IST

Odisha News: ଭୁବନେଶ୍ୱର: ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ। ବିଗତ ୬ ବର୍ଷ ଧରି ଏହି ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ ନିର୍ବାଚନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ନିର୍ବାଚନ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଂଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହୁଁନାହିଁ। ଯେଉଁଥିରେ ଅତି ଚତୁରତାର ସହ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। 

ତେବେ ପ୍ରକାଶିତ କ୍ୟାଲେଣ୍ଡର ଅନୁଯାୟୀ କେତେ ଦିନ ପାଠ ପଢା ହେବ, କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ସବିଶେଷ ସୂଚନା ପ୍ରଦାନ କରାଯାଇଛି। କିନ୍ତୁ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଏଥିରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ। ୨୦୨୩-୨୪ ଶିକ୍ଷା ବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟଗୁଡିକର ସ୍ନାତକୋତ୍ତର ଓ ସ୍ନାତକ ପାଠ୍ୟକ୍ରମର ସମସ୍ତ ସେମିଷ୍ଟାର ପାଠପଢା ଆରମ୍ଭ ହୋଇଛି। ଏଥର ପୂଜା ଛୁଟି ଅକ୍ଟୋବର ୨1 ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ଶେଷ ସପ୍ତାହରେ ମିଡ଼ ସେମିଷ୍ଟାରର ଅଡ଼ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଫେବୃଆରୀ ଶେଷ ସପ୍ତାହ ବେଳକୁ ଇଭେନ ସେମିଷ୍ଟର ପରୀକ୍ଷା କରାଯିବ। 

ଡିସେମ୍ବର ୧ରୁ ୧୨ ମଧ୍ୟରେ ରାଜ୍ୟସ୍ତରୀୟ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ ପ୍ରତିଯୋଗିତା ହେବ। ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ କରାଯିବ। ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ। ପ୍ରତି ସପ୍ତାହର ସୋମବାର ୟୁଜି ଓ ମଙ୍ଗଳବାର ପିଜି ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ସେମିନାର ଆୟୋଜିତ ହେବ। ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢା ହେବ ଏବଂ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ରହିଛି। ୨୦୨୪ ମଇ ୫ରୁ ଜୁନ ୧୯ ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। 

ସୂଚନାଯୋଗ୍ୟ ୨୦୧୭ରେ ଶେଷ ଥର ପାଇଁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ବର୍ଷ ବିଜୁ ଛାତ୍ର ଜନତା ଦଳ ୯୫ ପ୍ରତିଶତ କ୍ୟାମ୍ପସରେ ବିଜୟ ହୋଇଥିବା ନେଇ ଦାବି କରିଥିଲା। ଏବିଭିପି ୬୦ ଓ ଛାତ୍ର କଂଗ୍ରେସ ୬୪ ପ୍ରତିଶତ କଲେଜରେ ବିଜୟ ଲାଭ କରିଥିବା ନେଇ ଦାବି କରିଥିଲା। 

Also Read: Odisha News: ଡେଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ ଆତଙ୍କ, ଗଲାଣି ଏତିକି ଜୀବନ

Also Read: Baba Vanga Prediction: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ: ଭୟଙ୍କର ବିପଦ ମାଡ଼ି ଆସିବ, ବିଷାକ୍ତ ବାୟୁରେ ଭରିଯିବ ବାୟୁମଣ୍ଡଳ

Also Read: Odia News: ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର

Read More
{}{}