Hindi News >>Home >>Odisha State

Manmohan Samal: ମେଣ୍ଟକୁ ନେଇ ଏଭଳି ବୟାନ ଦେଲେ ମନମୋହନ, କହିଲେ ମେଣ୍ଟକୁ ନେଇ...

ଭୁବନେଶ୍ୱର: ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ନୂଆଦିଲ୍ଲୀରୁ ଫେରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ବିଜେପି ଓ ବିଜେଡ଼ି ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ମନମୋହନ ସାମଲ ଆଜି ଦିଲ୍ଲୀରୁ ଫେରି ଏଭଳି ମନ୍ତବ୍ୟ ଦେଇ

Advertisement
Manmohan Samal: ମେଣ୍ଟକୁ ନେଇ ଏଭଳି ବୟାନ ଦେଲେ ମନମୋହନ, କହିଲେ ମେଣ୍ଟକୁ ନେଇ...
Stop
Zee Odisha Desk|Updated: Mar 08, 2024, 08:39 PM IST

Manmohan Samal: ଭୁବନେଶ୍ୱର: ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ନୂଆଦିଲ୍ଲୀରୁ ଫେରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ବିଜେପି ଓ ବିଜେଡ଼ି ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ମନମୋହନ ସାମଲ ଆଜି ଦିଲ୍ଲୀରୁ ଫେରି ଏଭଳି ମନ୍ତବ୍ୟ ଦେଇଛନ୍ତି। 

ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ବିଜେପି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ। କିଭଳି ସରକାର କରିବ, ସେ ନେଇ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବ ନେଇ ଆଲୋଚନା ହୋଇଛି। ବିଜେପି ଲୋକସଭାରେ ଅଧିକ ଆସନ ପାଇଁ ଦାବି କରୁଥିବା ବେଳେ ବିଜେଡି ବିଧାନସଭା କ୍ଷେତ୍ରରେ ୧୦୦ରୁ ଅଧିକ ଆସନରେ ଲଢ଼ିବାକୁ ଦାବି କରୁଛି। ମନମୋହନ ସାମଲଙ୍କ ସମେତ ରାଜ୍ୟ ବିଜେପି ନେତାମାନେ ଦିଲ୍ଲୀରେ ରହି ନିର୍ବାଚନରଣନୀତି ଓ ମେଣ୍ଟର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଛନ୍ତି। କୁହାଯାଉଛି ରାଜ୍ୟରେ ବିଜେପି ଏକାକୀ ଲଢ଼ିଲେ ଭଲ ପ୍ରଦର୍ଶନ କରିପାରିବ ବୋଲି ମନମୋହନ ସାମଲ କେନ୍ଦ୍ର ନେତାଙ୍କ ଆଗରେ ଦାବି କରିଥିବା ସୂଚନା ରହିଛି।

Read More
{}{}