Hindi News >>Home >>Odisha State

Odisha News: ତେଲ ଟାଙ୍କି ଗାଡିରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍

Odisha News: ପାରାଦୀପ ବିପିସିଏଲ୍ ତୈଳ ଟର୍ମିନାଲ୍ ନିକଟରେ ୩ଟି ତେଲ ଟାଙ୍କି ଗାଡିରେ ଲାଗିଛି ଭୟାବହ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ। ଦମକଳ ବିଭାଗ ଓ କେମିକାଲ ଫୋମ୍ ଦ୍ବାରା ନିଆଁକୁ ଆୟତ। କୌଣସି କାରଣରୁ ଗୋଟିଏ ତୈଳ ଟାଙ୍କି ଗାଡିରେ ନିଆଁ ଲାଗି ଯିବା ଫଳରେ ନିକଟରେ ଛିଡ଼ା ହୋଇ ରହିଥିବା ଅନ୍ୟ ୨ଟି ଟ୍ୟାଙ୍କଲର ଗାଡିକୁ ନିଆଁ ବ୍ୟାପୀ ଯାଇଥିଲା।

Advertisement
Odisha News: ତେଲ ଟାଙ୍କି ଗାଡିରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍
Stop
Narayan Behera|Updated: Apr 20, 2024, 01:51 PM IST

Odisha News: ପାରାଦୀପ ବିପିସିଏଲ୍ ତୈଳ ଟର୍ମିନାଲ୍ ନିକଟରେ ୩ଟି ତେଲ ଟାଙ୍କି ଗାଡିରେ ଲାଗିଛି ଭୟାବହ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ। ଦମକଳ ବିଭାଗ ଓ କେମିକାଲ ଫୋମ୍ ଦ୍ବାରା ନିଆଁକୁ ଆୟତ। କୌଣସି କାରଣରୁ ଗୋଟିଏ ତୈଳ ଟାଙ୍କି ଗାଡିରେ ନିଆଁ ଲାଗି ଯିବା ଫଳରେ ନିକଟରେ ଛିଡ଼ା ହୋଇ ରହିଥିବା ଅନ୍ୟ ୨ଟି ଟ୍ୟାଙ୍କଲର ଗାଡିକୁ ନିଆଁ ବ୍ୟାପୀ ଯାଇଥିଲା।

ଫଳରେ ଗୋଟିଏ ଟ୍ୟାଙ୍କର ଗାଡି ୫୦ପ୍ରତିଶତରୁ ଉର୍ଦ୍ଧ୍ବ ପୋଡି ହୋଇ ଯାଇଥିବା ବେଳେ ଅନ୍ୟ ୨ଟି ଟ୍ୟାଙ୍କରର ୩୦ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି। ତେବେ ଟ୍ୟାଙ୍କଲର ଗାଡି ଗୁଡିକ ତୈଳ ଡିପୁକୁ ଡିଜେଲ ନେବା ପାଇଁ ଆସିଥିବା ବେଳେ ଖାଲି ଥିବା ଟ୍ୟାଙ୍କଲର ରେ ନିଆଁ ଲାଗିଥିବା କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ବିପିସିଏଲ୍ ର ଅଧିକାରୀଙ୍କ ସମେତ ଅଗ୍ନିଶମ ବିଭାଗ ଓ ପାରାଦୀପ ପୋଲିସ ପହଞ୍ଚି ଥିବା ବେଳେ ନିଆଁକୁ ଆୟତ କରା ଯାଇଥିବା ଜଣାପଡିଛି। ତେବେ ଏହି ଟର୍ମିନାଲ୍ ର ରାସ୍ତା କଡରେ ଶହ ଶହ ଟ୍ୟାଙ୍କଲର ଗାଡି ଗୁଡିକ ତେଲ ବୋଝେଇ କରି ନେବା ପାଇଁ ଛିଡା ହୋଇ ରହିଥିବା ବେଳେ ନିଆଁ ଲାଗିଥିବା ଟ୍ୟାଙ୍କର ଗାଡି଼ର ଡ୍ରାଇଭର ଓ ହେଲପର୍ ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Read More
{}{}