Hindi News >>Home >>Odisha State

Heat Wave: ତତଲା କଡେଇରେ ଭାଜି ହେଲା ରାଜଧାନୀ, ତାପମାତ୍ରା ୪୪.୬ ଡିଗ୍ରୀ

Heat Wave: ଆଜି ଦିନ ୨ଟା ୩୦ ସୁଦ୍ଧା ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଛି । ଏହା ପଛକୁ ଝାରସୁଗୁଡା: ୪୩.୬°C, ରାଉରକେଲା: ୪୨.୫°C, ଚାନ୍ଦବାଲି: ୪୨.୪°C, ସମ୍ବଲପୁର: ୪୨.୧°C, ହୀରାକୁଦ: ୪୧.୮°C, ବାଲେଶ୍ୱର: ୪୧.୭°C, କେନ୍ଦୁଝର: ୪୧.୫°C, ଗୋପାଳପୁର: ୩୫.୪°C, ପୁରୀ: ୩୪.୭°C,ପାରାଦୀପ: ୩୩.୬°C ରେକର୍ଡ କରାଯାଇଛି ।

Advertisement
Heat Wave: ତତଲା କଡେଇରେ ଭାଜି ହେଲା ରାଜଧାନୀ, ତାପମାତ୍ରା ୪୪.୬ ଡିଗ୍ରୀ
Stop
Soubhagya Ranjan Mishra|Updated: Apr 27, 2024, 03:48 PM IST

Heat Wave: ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଛି । ଏହା ପଛକୁ ଝାରସୁଗୁଡା: ୪୩.୬°C, ରାଉରକେଲା: ୪୨.୫°C, ଚାନ୍ଦବାଲି: ୪୨.୪°C, ସମ୍ବଲପୁର: ୪୨.୧°C, ହୀରାକୁଦ: ୪୧.୮°C, ବାଲେଶ୍ୱର: ୪୧.୭°C, କେନ୍ଦୁଝର: ୪୧.୫°C, ଗୋପାଳପୁର: ୩୫.୪°C, ପୁରୀ: ୩୪.୭°C,ପାରାଦୀପ: ୩୩.୬°C ରେକର୍ଡ କରାଯାଇଛି ।

ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୧.୪°C, ଭୁବନେଶ୍ୱର: ୪୧.୨°C,କେନ୍ଦୁଝର: ୪୦.୬°C, ବାଲେଶ୍ୱର: ୪୦.୧°C, ସମ୍ବଲପୁର: ୪୦°C, ଚାନ୍ଦବାଲି: ୩୯.୬°C, ହୀରାକୁଦ: ୩୯°C, ରାଉରକେଲା: ୩୮.୬°C, ଗୋପାଳପୁର: ୩୪.୪°C, ପୁରୀ: ୩୪.୪°C, ପାରାଦୀପରେ ୩୩.୫°C ରେକର୍ଡ କରାଯାଇଥିଲା ।  ସେହିପରି ଆଜି ସକାଳ ୮ ଟା ସୁଦ୍ଧା ୩୬ ଡିଗ୍ରୀ ଟପିଥିଲା ତାପମାତ୍ରା- । ଭୁବନେଶ୍ୱର ଓ ଜଗତସିଂହପୁର ୩୩.୪, କଟକ ୩୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ବାଲେଶ୍ୱର, ଭବାନୀପାଟଣା ଓ ବୌଦ୍ଧ ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର, କେନ୍ଦୁଝର ଓ ରାଉରକେଲା ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବାରିପଦାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୩୬.୮ ଡିଗ୍ରୀ ସହ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା ।

ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ଥିବା ସୂଚନା ଦେଇଛି ପାମଇପାଗ ବିଭାଗ। ଏହାର ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ତିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସ୍ତିତି ଲାଗି ରହିବାର ସମ୍ଭାବନା ରହିଛି। 

ଅସହ୍ୟ ତାତି ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଖୋର୍ଦ୍ଧା, ପୁରୀ ଏହି ୭ଟି ଜିଲ୍ଲାରେ ରବିବାର ବିଜୁଳି, ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି।

Also Read- BSNL Recharge Plan: ଥରେ ରିଚାର୍ଜ କଲେ ୪୨୫ ଦିନ ପାଇଁ ଚିନ୍ତାରୁ ମୁକ୍ତି

Also Read- Indian Army: ଭାଈ ଏବଂ ପିତା ହୋଇଥିଲେ ଶହୀଦ, କନ୍ୟାଦାନ କଲେ ଯବାନ

{}{}