Hindi News >>Home >>Odisha State

Odisha News: ଯୌନ ନିର୍ଯାତନା ସହିନପାରି ଆତ୍ମସମର୍ପଣ କଲେ ୯ ମାଓବାଦୀ

Odisha News: ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ ସୂଚନା । ସମସ୍ତେ ଛତିଶଗଡ଼ ଦନ୍ତେୱାଡ଼ ଜିଲ୍ଲାର ଅଂଚଳର । ଏମାନେ କେକେବିଏନ ମାଓ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ହିଂସା ଛାଡି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ବ୍ରହ୍ମପୁର IG। 

Advertisement
Odisha News: ଯୌନ ନିର୍ଯାତନା ସହିନପାରି ଆତ୍ମସମର୍ପଣ କଲେ ୯ ମାଓବାଦୀ
Stop
Ajay Kumar Nath|Updated: May 08, 2024, 01:44 PM IST

Odisha News: ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ ସୂଚନା । ସମସ୍ତେ ଛତିଶଗଡ଼ ଦନ୍ତେୱାଡ଼ ଜିଲ୍ଲାର ଅଂଚଳର । ଏମାନେ କେକେବିଏନ ମାଓ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ହିଂସା ଛାଡି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ବ୍ରହ୍ମପୁର IG। ଓଡ଼ିଶାରେ ହେବାକୁ ଥିବା ଚଳିତ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପୂର୍ବରୁ ବୌଦ୍ଧ ପୋଲିସକୁ ବଡ଼ ସଫଳତା ମିଳିଛି। ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ମାଓବାଦୀଙ୍କ ଗତିବିଧି ବଢ଼ି ଚାଲିଥିବାବେଳେ ମାଓବାଦୀଙ୍କୁ କଡା ମୁକାବିଲା କରିବାରେ ସଫଳ ହୋଇଛି ଓଡ଼ିଶା ପୋଲିସ।

 ଆଜି ୨ ମହିଳା ମାଓବାଦୀ ଏବଂ ୭ ଜଣ ପୁରୁଷ ମହିଳା ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ମାଓବାଦୀ ଛତିଶଗ଼ଡ ରାଜ୍ୟର ହୋଇଥିବା ବେଳେ ମାଓ ସଙ୍ଗଠନରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ପୋଲିସ ନିକଟରେ କହିଥିଲେ ବୋଲି ପୋଲିସ ସୂଚନା ଦେଇଛି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ୨୦୨୦ ମସିହାରୁ କେକେବିଏନ ମାଓ ସଙ୍ଗଠନରେ ସାମିଲ ହୋଇ ସକ୍ରିୟ ଭାବେ କାମ କରୁଥିଲେ। ବ୍ରହ୍ମପୁର ଆଇ ଜି, ବୌଦ୍ଧ ଏସପି, ଏସଡିପିଓଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।
ସୂଚନା ଥାଉ କି ଗତ କିଛି ଦିନ ତଳେ ବୌଦ୍ଧ ଜିଲ୍ଲାର ପାଢେଲ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘାଟି ଦୁଇଜଣ ମାଓବାଦୀ ନିହତ ହୋଇଥିଲେ ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ ଜିଲ୍ଲାରେ ଏବେ ବି ମାଓବାଦୀଙ୍କ ଗତିବିଧି ରହିଛି । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପୋଲିସ ଏଦିଗରେ ତୀକ୍ଷଣ ନଜର ରଖିଥିବା ଜଣାପଡିଛି ।

 

Read More
{}{}