Hindi News >>Home >>Odisha State

Supreme court: ପୋଲିସ ଡିଜି ନିଯୁକ୍ତି ବେଳେ ପାଳନ ହୋଇନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କେନ୍ଦ୍ର ଗୃହମନ୍ତ୍ରଣାଳୟର ରାଜ୍ୟକୁ ତାଗିଦ୍‍

Supreme court (ଭୁବନେଶ୍ୱର) : ରାଜ୍ୟମାନଙ୍କରେ ପୁଲିସ ମହାନିର୍ଦ୍ଦେଶକ ବା ଡିଜି ପୁଲିସ ନିଯୁକ୍ତି ଲାଗି ସୁପ୍ରିମ୍‍କୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ଲାଗି ଯେଉଁ ବ୍ୟବସ୍ଥା କୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଛି ତାହାକୁ ନିୟମିତ କରିଦେଇଛନ୍ତି ଦେଶର ୭ ରାଜ୍ୟ। ଏହି ୭ ରାଜ୍ୟ ଭିତରେ ରହିଛି ଓଡ଼ିଶା, ଯାହାକୁ ନିୟମିତ ଉଲ୍ଲଂଘନକାରୀ ଭାବେ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ। 

Advertisement
Supreme court: ପୋଲିସ ଡିଜି ନିଯୁକ୍ତି ବେଳେ ପାଳନ ହୋଇନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କେନ୍ଦ୍ର ଗୃହମନ୍ତ୍ରଣାଳୟର ରାଜ୍ୟକୁ ତାଗିଦ୍‍
Stop
Zee Odisha Desk|Updated: Feb 18, 2024, 05:58 AM IST

Supreme court (ଭୁବନେଶ୍ୱର) : ରାଜ୍ୟମାନଙ୍କରେ ପୁଲିସ ମହାନିର୍ଦ୍ଦେଶକ ବା ଡିଜି ପୁଲିସ ନିଯୁକ୍ତି ଲାଗି ସୁପ୍ରିମ୍‍କୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ଲାଗି ଯେଉଁ ବ୍ୟବସ୍ଥା କୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଛି ତାହାକୁ ନିୟମିତ କରିଦେଇଛନ୍ତି ଦେଶର ୭ ରାଜ୍ୟ। ଏହି ୭ ରାଜ୍ୟ ଭିତରେ ରହିଛି ଓଡ଼ିଶା, ଯାହାକୁ ନିୟମିତ ଉଲ୍ଲଂଘନକାରୀ ଭାବେ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ। 

ମିଳିଥିବା ସୂଚନା ଅନୁସାରେ ଏ ବିଷୟକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏକ ଚିଠି ସମ୍ପୃକ୍ତ ୭ ରାଜ୍ୟର ମୁଖ୍ୟ ସଚିବଙ୍କୁ ଲେଖିଛନ୍ତି। ଏହି ଚିଠିରେ କୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଉଲ୍ଲେଖ କରି କୁହାଯାଇଛି ଯେ, ରାଜ୍ୟମାନେ ‘କାର୍ଯ୍ୟକାରୀ ଡିଜି’ ବା ‘ଆକ୍ଟିଂ ଡିଜି’ ନିଯୁକ୍ତି ପ୍ରକ୍ରିୟାକୁ ଯଥାସମ୍ଭବ ଦୂରେଇବା ଉଚିତ। ଦୁଇବର୍ଷ କାର୍ଯ୍ୟକାଳ ପାଇଁ  ରାଜ୍ୟମାନେ ସ୍ଥାୟୀ ଡିଜିପି ନିଯୁକ୍ତି କରିବା ଆବଶ୍ୟକ। ପ୍ରକାଶ ସିଂହଙ୍କ ମାଲାରେ ସୁପ୍ରିମା୍‍କୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା  ଜରୁରୀ ଥିବା ବେଳେ ରାଜ୍ୟମାନେ ତାହାକୁ ପାଳନ କରୁନାହାନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶାବଳୀକୁ ଦେଶର ୭ ରାଜ୍ୟ ଉଲ୍ଲଂଘନ କରିଛନ୍ତି। ସେମାନେ ହେଉଛନ୍ତି, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା।

ରାଜ୍ୟରେ ସ୍ଥାୟୀ ଡିଜି ଭାବେ ନିଯୁକ୍ତ ଆଇପିଏସ୍‍ ଅଧିକାରୀ ସୁନୀଲ୍‍ କୁମାର ବଂଶଲଙ୍କ କାର୍ଯ୍ୟକାଳ ଶେଷ ପରେ ଜାନୁୟାରୀ ୧ ତାରିଖରୁ ରାଜ୍ୟ ସରକାର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଡିଜି ପୁଲିସ ପଦବୀରେ ‘ଆକ୍ଟିଂ ଡିଜି’ ଭାବେ ନିଯୁକ୍ତ କରିଛନ୍ତି। ସାଧାରଣତଃ! ଡିଜି ପୁଲିସଙ୍କ କାର୍ଯ୍ୟକାଳ ଶେଷ ହେବାର ୬ମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହିକ୍ରମରେ ରାଜ୍ୟ ସରକାର ୟୁପୁଏସ୍‍ସିଙ୍କୁ ନାମ ସୁପାରିସ କରିଥାଆନ୍ତି। ଏହିକ୍ରମରେ ୩ ଜଣ ବରିଷ୍ଟ ଅଧିକାରୀଙ୍କ ନାଁ ସୁପାରିସ କରିବାର ବିଧି ରହିଛି। ରାଜ୍ୟ ସରକାର ଏହିକ୍ରମରେ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ। କିନ୍ତୁ ୟୁପିଏସ୍‍ସି କି ସିପାରିସ କରିଥିଲେ ତାହାକୁ ସ୍ପଷ୍ଟ ନକରି ରାତାରାତି ଶ୍ରୀ ଷଡ଼ଙ୍ଗୀଙ୍କୁ ସ୍ୱତନ୍ତ୍ର ଡିଜି ବା ଆକ୍ଟିଂ ଡିଜି ଭାବେ ଘୋଷଣା କରି ଏହି ପଦବୀରେ ନିଯୁକ୍ତ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମରେ ଆକ୍ଟିଂ ଡିଜି ହେଉଛନ୍ତି ସମ୍ପୃକ୍ତ ପାହ୍ୟାର ଜଣେ ବରିଷ୍ଠ ଅଧିକାରୀ ଯିଏ ଡିଜି ପୁଲିସଙ୍କ କ୍ଷମତାରେ ଥିବା କିଛି ଦାୟିତ୍ୱକୁ ତୁଲାଇଥାଆନ୍ତି। ହେଲେ ଏଠାରେ ପୂର୍ଣ୍ଣକାଳୀନ ଡିଜି ପଦବୀକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ଯାହା ନିୟମର ଉଲ୍ଲଂଘନ ।

Read More
{}{}